ମୁମ୍ବାଇ: ଆସନ୍ତା ୨୬ ତାରିଖରେ ହେବାକୁ ଯାଉଛି ଲୋକସଭାର ବାଚସ୍ପତି ପାଇଁ ନିର୍ବାଚନ । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଘମାଘୋଟ । ଏହି କ୍ରମରେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଶିବସେନାର ସାଂସଦ ସଞ୍ଜୟ ରାଉତ ଦେଇଛନ୍ତି ବିସ୍ଫୋରକ ବୟାନ । ରାଉତ କହିଛନ୍ତି ଯେ ଯଦି ଟିଡିପିର ପ୍ରାର୍ଥୀ ଲୋକସଭା ବାଚସ୍ପତି ପାଇଁ ପ୍ରତିଦ୍ବନ୍ଦ୍ବିତା କରନ୍ତି, ତେବେ ଇଣ୍ଡିଆ ମେଣ୍ଟରେ ତାଙ୍କ ନାଁରେ ଚର୍ଚ୍ଚା ହେବ ।
ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ତୃତୀୟ ଥର ପାଇଁ ଏନଡିଏ ମେଣ୍ଟ କ୍ଷମତାସୀନ ହୋଇଛି । ସଂସଦର ପ୍ରଥମ ଅଧିବେସନ ଆସନ୍ତା ଜୁନ ୨୪ରେ ଆରମ୍ଭ ହେବାକୁ ଯାଉଛି । ତେଣୁ ସମସ୍ତଙ୍କ ନଜର ଏବେ ଏନଡିଏ ମେଣ୍ଟର କେଉଁ ଦଳ ପାଖରେ ଏହି ସମ୍ମାନ ଜନକ ପଦ ରହିବ । ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଲୋକସଭା ବାଚସ୍ପତି ପଦ ଦାବି କରୁଥିବା ନେଇ ଚର୍ଚ୍ଚା ହେଉଛି । ସଞ୍ଜୟ ରାଉତ କହିଛନ୍ତି, "ଲୋକସଭା ବାଚସ୍ପତି ନିର୍ବାଚନ ବହୁତ ମହତ୍ତ୍ବପୂର୍ଣ୍ଣ ଅଟେ । ଯଦି ବିଜେପିକୁ ବାଚସ୍ପତି ପଦ ମିଳିଯିବ, ତେବେ ଏହା ଚନ୍ଦ୍ରବାବୁଙ୍କ ଟିଡିପି, ନୀତିଶ କୁମାରଙ୍କ ଜେଡିୟୁ ସହିତ ଚିରାଗ ପାଶୱାନ ଓ ଜୟନ୍ତ ଚୌଧୁରୀଙ୍କ ଦଳକୁ ମଧ୍ୟ ଧ୍ବଂସ କରିଦେବ । ଏହାର ଅଭିଜ୍ଞତା ବିଜେପି ପାଖରେ ରହିଛି ।"
ଏହା ମଧ୍ୟ ପଢନ୍ତୁ...ଇନ୍ଦିରା ଗାନ୍ଧୀ ହେଉଛନ୍ତି ଭାରତ ମାତା, ଭାରତବର୍ଷର ପ୍ରକୃତ ନିର୍ମାତା : କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ - Minister Suresh Gopi Controversy