ଓଡିଶା

odisha

ETV Bharat / bharat

ଯମୁନା ଏକ୍ସପ୍ରେସ ଓ୍ବେରେ ଭୟଙ୍କର ଦୁର୍ଘଟଣା: ଜଳିଗଲା କାର୍, ଚାଲିଗଲା ୫ ଜୀବନ

Accident in Yamuna Expressway: ଯମୁନା ଏକ୍ସପ୍ରେସ ଓ୍ବେରେ ଭୟଙ୍କର ଦୁର୍ଘଟଣାରେ ଜଳିଗଲା ବସ୍-କାର । କାର ଭିତରେ ଜୀବନ୍ତ ଦଗ୍ଧ ହୋଇଗଲେ 5 ଯାତ୍ରୀ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 12, 2024, 12:36 PM IST

Updated : Feb 12, 2024, 12:44 PM IST

Accident in Yamuna Expressway
Accident in Yamuna Expressway

ଲକ୍ଷ୍ନୌ: ଉତ୍ତରପ୍ରଦେଶରଯମୁନା ଏକ୍ସପ୍ରେସଓ୍ବେରେ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଛି । ଘରୋଇ ଯାତ୍ରୀବାହୀ ବସ୍ ଏବଂ କାର ମଧ୍ୟରେ ହୋଇଛି ଧକ୍କା । ଭୟଙ୍କର ଦୁର୍ଘଟଣାରେ କାର ଜଳିଯିବାରୁ 5 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ରହିଛି । ଅନ୍ୟପଟେ ପ୍ରାଣ ବିକଳରେ ବସରୁ ଡେଇଁଲେ ଯାତ୍ରୀ ।

ବିହାରରୁ ଦିଲ୍ଲୀ ଯାଉଥିବା ଏକ ଘରୋଇ ବସ୍ ମହାବନ ଥାନା ଅଞ୍ଚଳରେ ଏକ କାରକୁ ଧକ୍କା ଦେଇଥିଲା । ଗାଡିର ବେଗ ଅଧିକ ରହିଥିବା ଯୋଗୁଁ ଧକ୍କା ଦେବା ଫଳରେ ଉଭୟ କାର୍ ଏବଂ ବସରେ ନିଆଁ ଲାଗିଯାଇଥିଲା । କାରରେ 5ଜଣ ରହିଥିବା ବେଳେ ସମସ୍ତ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅନ୍ୟପଟେ ବସରେ ରହିଥିବା ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ବସରୁ ଡେଇଁ ପଡିଥିବା ସୂଚନା ରହିଛି । ଦୁର୍ଘଟଣା ବିଷୟରେ ଖବର ପାଇ ପୋଲିସ, ପ୍ରଶାସନ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ପ୍ରଶାସନ ପହଞ୍ଚିବାରେ ବିଳମ୍ବ ହେବା କାରଣରୁ କାରଟି ସମ୍ପୁର୍ଣ୍ଣ ଭାବେ ଜଳିଯାଇଥିଲା । ପ୍ରାୟ 1ଘଣ୍ଟା ଧରି ଜଳିଥିଲା କାର୍ ଏବଂ ବସ୍ ।

ସୂଚନା ଅନୁସାରେ, ମହାବନ ଥାନା ଅଞ୍ଚଳରେ ବିହାରରୁ ଦିଲ୍ଲୀ ଯାଉଥିବା ଏକ ଯାତ୍ରୀବାହୀ ବସର ଟାୟାର ହଠାତ ଫାଟି ଯାଇଥିଲା । ଫଳରେ ବସଟି ନିୟନ୍ତ୍ରଣ ହରାଇ ଏକ ଡିଭାଇଡରରେ ପିଟି ହୋଇଯାଇଥିଲା । ଏହି ସମୟରେ ପଛରୁ ଆସୁଥିବା ଏକ କାର୍ ସହିତ ମଧ୍ୟ ଧକ୍କା ହୋଇଥିଲା । ଫଳରେ ଉଭୟ ଗାଡିରେ ନିଆଁ ଲାଗି ଯାଇଥିଲା । ବସରେ ରହିଥିବା ଯାତ୍ରୀ କୌଣସି ଉପାୟରେ ଜୀବନ ବର୍ତ୍ତାଇ ପାରିଥିବା ବେଳେ କାରରେ ରହିଥିବା 5ଜଣଙ୍କ ଶୋଚନୀୟ ଭାବେ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ଏବଂ ପ୍ରଶାସନ ମୃତଦେହ ଚିହ୍ନଟ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଯମୁନା ଏକ୍ସପ୍ରେସ ୱେରେ ଭାରସାମ୍ୟ ହରାଇ ଓଲଟିଲା ବସ: 3 ମୃତ, 22 ଆହତ

ଏନେଇ ବରିଷ୍ଠ ପୋଲିସ ଅଧିକାରୀ ଶୈଳେଶ କୁମାର ପାଣ୍ଡେ କହିଛନ୍ତି, " ବିହାରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବସର ଟାୟାର ହଠାତ ଫାଟି ଯାଇଥିବା ନେଇ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଫଳରେ ନିୟନ୍ତ୍ରଣ ହରାଇ ଡିଭାଇଡରକୁ ଧକ୍କା ଦେବା ପରେ ପଛରୁ ଆସୁଥିବା କାରକୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗାଡିରେ ନିଆଁ ଲାଗିବା ସହିତ କାରରେ ରହିଥିବା 5ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ପରିଚୟ ମିଳିପାରିଥିବା ବେଳେ ଅନ୍ୟମାନଙ୍କ ପରିଚୟ ପାଇଁ ପ୍ରୟାସ କରାଯାଉଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 12, 2024, 12:44 PM IST

ABOUT THE AUTHOR

...view details