ଜୟପୁର:ରାଜସ୍ଥାନର ନାଗୋର ଜିଲ୍ଲାରେ ଭୟାବହ ସଡ଼କ ଦୁର୍ଘଟଣା । ଡେଗାନାର ହରସୌର କସବେରେ କାର୍-ଟ୍ରଲର ଧକ୍କା ହୋଇଛି । ଫଳରେ ୫ ଯାତ୍ରୀଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ପିଲା ରହିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି । ଡେପୁଟୀ ଏସପି ରାମେଶ୍ବର ଲାଲ ସୂଚନା ଦେଇ କହିଛନ୍ତି, "ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତରଙ୍କୁ ଅଜମେର ମେଡିକାଲ ସ୍ଥାନାନ୍ତର କରାଯାଇଛି ।"
ସୂଚନା ଅନୁସାରେ, କାରରେ ଥିବା ସମସ୍ତ ଯାତ୍ରୀ ହରସୌର ନିକଟରେ ଥିବା ରାଣାବାଇ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେହି ସମୟରେ ଏକ ଟ୍ରଲର ହଠାତ୍ ମାଡ଼ିଯାଇଥିଲା । ସମସ୍ତ ଯାତ୍ରୀ ଯୋଧପୁରର ରିଜନାଲି ଗାଁର ବାସିନ୍ଦା ହୋଇଥିବା ଜଣାପଡ଼ିଛି । ହରସୁର ସହରର କିସାନ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା କାର୍ ଏବଂ ଟ୍ରଲର ମଧ୍ୟର ଧକ୍କା ଫଳରେ ୫ ଜଣଙ୍କ ଜୀବନ ଯାଇଛି । ଗାଡିର ବେଗ ଅଧିକ ରହିଥିବାରୁ ଧକ୍କା ଫଳରେ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିବା ଜଣାପଡ଼ିଛି । ତେବେ କାରରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ବାହାରକୁ ଆଣିବା ପାଇଁ ଲୋକଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା ।
ଏହା ବି ପଢନ୍ତୁ...ଏଡି ମର୍ଫିଙ୍କ ଫିଲ୍ମ ସେଟରେ ଦୁର୍ଘଟଣା, କ୍ରୁ ସଦସ୍ୟ ଆହତ - EDDIE MURPHY FILM SET ACCIDENT