ଜୟପୁର(ରାଜସ୍ଥାନ):ଦେଶର କୋଚିଂ ହବ୍ ପରିଚୟ ପାଇଥିବା କୋଟା ଏବେ ସୁଇସାଇଡ୍ ହବ୍ ପାଲଟିଛି । ଏଠାରେ ଛାତ୍ର ଆତ୍ମହତ୍ୟାରେ ଲାଗୁନି ବ୍ରେକ । ଏବେ ପୁଣିଥରେ ଆଉ ଜଣେ ୧୯ ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ମୃତ ଛାତ୍ରଙ୍କ ଘର ଉତ୍ତରପ୍ରଦେଶରେ । ସେ କୋଟାରେ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ । ମଙ୍ଗଳବାର ଦିନ ତାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ଯାହାକି ଗତ ୩ ଦିନରେ ତୃତୀୟ ଘଟଣା ।
ଛାତ୍ର ଜଣକ ମହାବୀର ନଗର ପ୍ରଥମ ଅଞ୍ଚଳରେ ପିଜିରେ ରହୁଥିଲେ । ତାଙ୍କର ଆତ୍ମହତ୍ୟା ସୂଚନା ମିଳିବା ପରେ ଫରେନସିକ ଟିମ୍ ସହିତ ସ୍ଥାନୀୟ ଜବାହର ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଜବାହର ନଗର ଥାନା ଅଧିକାରୀ କମଲେଶ କୁମାର ଶର୍ମା କହିଛନ୍ତି, ''ମୃତ ଛାତ୍ରଙ୍କ ଘର ଲକ୍ଷ୍ନୌରେ । କୋଚିଂ ପାଇଁ ସେ ଗତବର୍ଷ କୋଟା ଆସିଥିଲେ ଏବଂ ନିଟ୍ ପ୍ରସ୍ତୁତି କରୁଥିଲେ । ପୋଲିସ ମୃତକଙ୍କ ପରିବାରକୁ ସୂଚନା ଦେଇଛି । ପରିବାର ଲୋକ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ । ସେତେ ପର୍ଯ୍ୟନ୍ତ ମୃତଦେହ ଶବାଗାରରେ ରଖାଯିବ ।''
ଏହା ମଧ୍ୟ ପଢନ୍ତୁ: କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ର, ଚଳିତ ବର୍ଷର ଷଷ୍ଠ ଘଟଣା - KOTA STUDENT SUICIDE