ଅମରାବତୀ: ନିର୍ବାଚନରେ ସ୍କୁଲ ପିଲା ଦେବେ ଭୋଟ ! ଭୋଟର ଲିଷ୍ଟରେ ରହିଛି ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ନାଁ । ଏପରି ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାରୁ । ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାର ପେଡାକୁରାପଡୁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏମ୍ମାଜିଗୁଡେମ ଅଞ୍ଚଳରେ ଅନେକ ନାବାଳକଙ୍କ ନାମ ଭୋଟର ତାଲିକାରେ ରହିଛି । ବିରୋଧୀ ତେଲୁଗୁ ଦେଶମ ପାର୍ଟିର ଅଭିଯୋଗ ଅନୁସାରେ ୧୨ରୁ ୧୬ ବର୍ଷ ମଧ୍ୟରେ ହାଇସ୍କୁଲ ପଢୁଥିବା ୧୦ ଜଣ ପିଲାଙ୍କ ନାଁ ତାଲିକାରେ ରହିଛି । ଏ ସମସ୍ତ ପିଲାଙ୍କ ଭୋଟିଂ କେନ୍ଦ୍ର ପୋଲିଂ ବୁଥ ନମ୍ବର ୨୮ ବୋଲି ଜଣାପଡିଛି ।
ଉକ୍ତ ଛାତ୍ରଛାତ୍ରୀ ହେଉଛନ୍ତି ଓରସୁ ଚନ୍ଦ୍ରକଳା (ନବମ), ଓରସୁ ଶିବଗୋପୀ (ଦଶମ), ତମ୍ମିସେଟ୍ଟି ମହାଲକ୍ଷ୍ମୀ (ଅଷ୍ଟମ), ଓରସୁ ଲକ୍ଷ୍ମୀ ଥିରୁପଟାମ୍ମା ( ସପ୍ତମ), ରାଭୁରି ମନୋଜ କୁମାର (ଦଶମ), ଥୁରାକା ନିଲିମା (ନବମ) , ନନ୍ଦାଲ୍ୟା ବସବି (ନବମ), ବାଥୁଲା ଶିବ ପୂଜିତା (ଅଷ୍ଟମ), ଜାଲି ଦିବ୍ୟା (ଇଣ୍ଟର ପ୍ରଥମ ବର୍ଷ ) ଓ କୁରାକୁଲା ହିମାବିନ୍ଦୁ (ଦଶମ) । ଏସବୁ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରିଥିବା ବିଏଲଓ କିରଣ ଦାୟୀ ବୋଲି ତେଲୁଗୁ ଦେଶମ ପାର୍ଟି ଅଭିଯୋଗ କରିଛି ।
ଏହା ମଧ୍ୟ ପଢନ୍ତୁ...ଖାଇବା ଥାଳିରେ ମହଙ୍ଗା ମାଡ, ଆମିଷ ଅପେକ୍ଷା ବଢିଛି ନିରାମିଷ ଖାଦ୍ୟର ଦର