ଜୟପୁର(ରାଜସ୍ଥାନ):ରାଜସ୍ଥାନ ଜୟପୁର ଡୁଡୁରେ ଭୟଙ୍କର ସଡକ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ବସକୁ ଧକ୍କା ଦେଲା କାର । ଫଳରେ କାରରେ ଥିବା 8 ଜଣ ପ୍ରାଣ ହରାଇଛନ୍ତି । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ହେଲେ କାରରେ ଥିବା ଲୋକଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲା ପୋଲିସ । ଦୁର୍ଘଟଣାରେ ବସର କେତେକ ଯାତ୍ରୀ ଆହତ ହୋଇଛନ୍ତି । ଦ୍ରୁତ ଗତିରେ କାରଟି ଆସୁଥିବାରୁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
ବସକୁ ଧକ୍କା ଦେଲା କାର:
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଆଜି ଡୁଡୁର 48 ନଂ ଜାତୀୟ ରାଜପଥରେ ଏହି କାର ଦ୍ରୁତ ଗତିରେ ଆସୁଥିଲା । ଅଚାନକ କାରଟିର ଟାୟାର ଫାଟି ଯାଇଥିଲା । ଫଳରେ କାରଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇ ଏକ ବସକୁ ଧକ୍କା ଦେଇଥିଲା । କାରଟି ସ୍ପିଡ କାରରେ ଥିବା 8 ଜଣଙ୍କୁ ବଞ୍ଚାଇ ଯାଇପାରିନଥିଲା ।
ଅଧାରେ ରହିଲା ବୁଡ଼:
ମହାକୁମ୍ଭ ପାଇଁ ତ୍ରିବେଣୀ ସଙ୍ଗମରେ ବୁଡ ପକାଇବାକୁ ରାଜସ୍ଥାନର ଭିଲୱାଡା ଜିଲ୍ଲା ବଲିଡୟାସ ଗାଁର 8 ଜଣ ପ୍ରୟାଗରାଜ ଯାଉଥିଲେ । ହେଲେ ଦ୍ରୁତ ଗତି କାରଣରୁ କାରଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ମହାକୁମ୍ଭରେ ବୁଡ ପକାଇବା ସ୍ବପ୍ନ ଅଧାରେ ରହିଗଲା । ବୁଡ ପକାଇବା ପୂର୍ବରୁ ପ୍ରାଣ ହରାଇଲେ 8 ଜଣ ।
ଘଟଣାସ୍ଥଳରେ ଡୁଡୁ ADM:
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଡୁଡୁ ଅତିରିକ୍ତ ଜିଲ୍ଲାପାଳ ଗୋପାଳ ପରିହାରି ଓ ତହସିଲଦାର । ତେବେ କାରରେ ଥିବା ସମସ୍ତ 8 ଜଣ ପ୍ରାଣ ହରାଇଥିବା ବେଳେ ବସରେ ଥିବା କିଛି ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ପୋଲିସ ସହାୟତାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତଦନ୍ତ ଆରମ୍ଭ କଲା ପୋଲିସ: