ଓଡିଶା

odisha

ETV Bharat / bharat

ରେଳ ଦୁର୍ଘଟଣା: ନୈତିକତା ଦୃଷ୍ଟିରୁ ଏହି ରେଳମନ୍ତ୍ରୀମାନେ ଦେଇଥିଲେ ଇସ୍ତଫା - Railway Minister Who Resigns - RAILWAY MINISTER WHO RESIGNS

Railway Minister Who Resigns After Accident: ନୈତିକତା ଦୃଷ୍ଟିରୁ ରେଳମନ୍ତ୍ରୀ ଇସ୍ତଫା ଦେବାର ନଜିର ରହିଛି । ଜାଣନ୍ତୁ କେଉଁ ମନ୍ତ୍ରୀ କେବେ ଦେଇଥିଲେ ଇସ୍ତଫା ।

Railway Minister Who Resigns
Railway Minister Who Resigns (ETV Bharat)

By ETV Bharat Odisha Team

Published : Jun 17, 2024, 7:26 PM IST

ହାଇଦ୍ରାବାଦ:ଯେତେବେଳେ କୌଣସି ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୁଏ, ସେତେବେଳେ ରେଳମନ୍ତ୍ରୀଙ୍କ ଉପରକୁ ବିରୋଧୀ ଆଙ୍ଗୁଳି ନିର୍ଦ୍ଦେଶ କରନ୍ତି । ସମସ୍ତଙ୍କ ମନରେ ପ୍ରଶ୍ନ ଆସେ ନୈତିକତା ଦୃଷ୍ଟିରୁ ରେଳମନ୍ତ୍ରୀ ଇସ୍ତଫା ଦେବା ଉଚିତ ନା ନାହିଁ । କାଞ୍ଚନଜଙ୍ଗା ଦୁର୍ଘଟଣା ପରେ ରେଳମନ୍ତ୍ରୀଙ୍କ ଇସ୍ତଫା ନେଇ ସେପରି କିଛି ଖବର ସାମନାକୁ ଆସି ନାହିଁ । କିନ୍ତୁ ପୂର୍ବରୁ ବାହାନଗା ଟ୍ରାଜେଡି ସାରା ଦେଶକୁ ଦୋହଲାଇ ଦେଇଥିଲା । ଆଉ ସେହି ସମୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ହେଲେ ସେ ଇସ୍ତଫା ଦେଇନଥିଲେ ସତ । କିନ୍ତୁ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଟିକନିକ ଅନୁଧ୍ୟାନ କରିଥିଲେ ।

Railway Minister Who Resigns (ETV Bharat)

ଆସନ୍ତୁ ଜାଣିବା ପୂର୍ବରୁ କେଉଁ ରେଳମନ୍ତ୍ରୀ ଇସ୍ତଫା ଦେଇଛନ୍ତି :

ଲାଲ ବାହାଦୁର ଶାସ୍ତ୍ରୀ:୧୯୫୬ ରେ ତାମିଲନାଡୁର ଆରିୟାଲୁରରେ ହୋଇଥିବା ଦୁର୍ଘଟଣାରେ ପାଖାପାଖି ୧୪୨ ଲୋକଙ୍କ ଜୀବନ ଯାଇଥିଲା । ଯାହାକୁ ନେଇ ନୈତିକତା ଆଧାରରେ ଇସ୍ତଫା ଦେଇଥିଲେ ତତ୍କାଳୀନ ରେଳମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ । ଦୁର୍ଘଟଣାକୁ ନେଇ ନିଜ ଆଡୁ ଇସ୍ତଫା ଦେବା ଘଟଣାରେ ପ୍ରଥମ ରେଳମନ୍ତ୍ରୀ ହେଉଛନ୍ତି ଲାଲ ବାହାଦୁର ଶାସ୍ତ୍ରୀ ।

ନୀତିଶ କୁମାର : ରେଳମନ୍ତ୍ରୀ ଭାବେ ନୀତିଶ କୁମାର ଦାୟିତ୍ବରେ ଥିବା ସମୟରେ ମୋଟ୍ ୧ ହଜାର ୭୯ ଦୁର୍ଘଟଣା ଘଟିଥିବା ରେକର୍ଡ କରାଯାଇଥିଲା । ୨ ଅଗଷ୍ଟ ୧୯୯୯ ଗୈସଲ ଟ୍ରେନ ଦୁର୍ଘଟଣାରେ ପାଖାପାଖି ୨୮୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ ନୀତିଶ କୁମାର ।

ମମତା ବାନାର୍ଜୀ: କାଞ୍ଚନଜଙ୍ଗା ରେଳ ଦୁର୍ଘଟଣାରେ କେନ୍ଦ୍ରକୁ ନିଶାନା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରେକର୍ଡ ବି ସେତେ ଭଲ ନାହିଁ । କାରଣ ମନମୋହନ ସିଂ ସରକାରରେ ସେ ରେଳମନ୍ତ୍ରୀ ଥିବାବେଳେ ବହୁ ରେଳ ଦୁର୍ଘଟଣା ଦେଖିଛି ଦେଶ । ତାଙ୍କ କାର୍ଯ୍ୟକାଳ ବେଳେ ପାଖାପାଖି ୮୩୯ଟି ଟ୍ରେନ ଦୁର୍ଘଟଣା ଘଟିଥିଲା । ମୋଟ୍ ୧୪ଶହରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିଲା । ୨୦୦୦ ମସିହାରେ ଦୁଇ ଦୁଇଟି ରେଳ ଦୁର୍ଘଟଣା ପରେ ଇସ୍ତଫା ଦେଇଥିଲେ, ହେଲେ ଏହି ଇସ୍ତଫା ଗ୍ରହଣ କରିନଥିଲେ ବାଜପେୟୀ ।

ଲାଲୁ ପ୍ରସାଦ ଯାଦବ:୨୦୦୪-୦୯ ଭିତରେ ପାଖାପାଖି ୬୬୧ଟି ଟ୍ରେନ ଦୁର୍ଘଟଣା ଘଟିଥିଲା । ୧୧ଶହରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିଲା । ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ଯାଦବ ଇସ୍ତଫା ଦେଇଥିଲେ ।

ସୁରେଶ ପ୍ରଭୁ: ୨୦୧୭ରେ ୪ ଦିନରେ ୨ଟି ଟ୍ରେନ ଦୁର୍ଘଟଣା ଘଟିଥିଲା । ଏଥିରେ ୨୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସୁରେଶ ପ୍ରଭୁ ଇସ୍ତଫା ଦେଇଥିଲେ ।

ଏହା ବି ପଢନ୍ତୁ...ପଶ୍ଚିମବଙ୍ଗରେ ଏକ୍ସପ୍ରେସକୁ ପିଟିଲା ମାଲବାହୀ ଟ୍ରେନ: 16 ମୃତ, 60 ଆହତ ! ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ - Kanchenjunga Express accident

ABOUT THE AUTHOR

...view details