ଓଡିଶା

odisha

ETV Bharat / bharat

ଭାଇ ଆସନରୁ ରାଜନୀତିରେ ଏଣ୍ଟ୍ରି ମାରିବେ ଭଉଣୀ, ଓ୍ବାୟନାଡରୁ ଲଢିବେ ପ୍ରିୟଙ୍କା

ୱାୟନାଡ ଆସନ ଛାଡିଥିଲେ ରାହୁଲ ଗାନ୍ଧୀ । ସେହି ଆସନରୁ ଲଢିବେ ଭଉଣୀ ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସ କହିଲା ଲୋକସଭାରେ ବଢିବ ଦଳର ଶକ୍ତି ।

By ETV Bharat Odisha Team

Published : 18 hours ago

Updated : 18 hours ago

Priyanka Gandhi
Priyanka Gandhi (ETV Bharat/ File)

ହାଇଦ୍ରାବାଦ:ରାଜନୀତିରେ ଏଣ୍ଟ୍ରି ମାରିବେ କଂଗ୍ରେସ ନେତ୍ରୀ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ । ଆଜି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସହିତ 48ଟି ବିଧାନସଭା କ୍ଷେତ୍ରରେ ଉପ-ନିର୍ବାଚନ ସହିତ 2ଟି ଲୋକସଭା ଆସନରେ ଉପ-ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି ।

କେରଳ ଓ୍ବାୟନାଡରେ ଆସନ୍ତା ମାସ ଅର୍ଥାତ ନଭେମ୍ବର 13 ତାରିଖରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ 23 ତାରିଖରେ ଫଳାଫଳ ଘୋଷଣା ହେବ । ତେବେ କେରଳ ଆସନରୁ ନିର୍ବାଚନରେ ବିଜୟୀ ହେବା ପରେ ଇସ୍ତଫା ଦେଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଜି ଉପ-ନିର୍ବାଚନ ତାରିଖ ଘୋଷଣା ପରେ କଂଗ୍ରେସ ପକ୍ଷରୁ ପ୍ରିୟଙ୍କାଙ୍କୁ ମିଳିଛି ଓ୍ବାୟନାଡ ଟିକେଟ । ଦଳ କହିଛି ପ୍ରିୟଙ୍କା ବିଜୟୀ ହୋଇ ଲୋକସଭାକୁ ଆସିବେ ଏବଂ ଦଳ ଲୋକସଭାରେ ମଜବୁତ ହେବ । ରାହୁଲ ଗାନ୍ଧୀ ଓ୍ବାୟନାଡ ଆସନ ଏବଂ ଉତ୍ତର ପ୍ରଦେଶ କଂଗ୍ରେସ ଗଡ ରାଏ ବରେଲି ଉଭୟ ଆସନରୁ ନିର୍ବାଚନ ବିଜୟୀ ହୋଇଥିଲେ । ପରେ ଓ୍ବାୟନାଡ ଲୋକସଭା କ୍ଷେତ୍ରରୁ ଇସ୍ତଫା ଦେଇଥିଲେ ରାହୁଲ ।

Priyanka Gandhi (ETV Bharat Odisha)

ଏହା ବି ପଢନ୍ତୁ- ଭୂସ୍ଖଳନ ପୀଡିତଙ୍କୁ ଭେଟିଲେ ରାହୁଲ ଗାନ୍ଧୀ; ସ୍ଥିତି ଦେଖି ଭାବବିହ୍ବଳ ହୋଇ କହିଲେ ଏମିତି - Rahul Gandhi visits Wayanad

ଏହା ବି ପଢନ୍ତୁ- ନିର୍ବାଚନୀ ସଭାରେ ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା, କହିଲେ ରାଜୀବ ଆମେଠୀବାସୀଙ୍କ ଗାଳି ମଧ୍ୟ ଶୁଣୁଥିଲେ

ତେବେ ଗତ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ପକ୍ଷରୁ ଓ୍ବାୟନାଡରେ ପ୍ରିୟଙ୍କାଙ୍କ ପ୍ରାର୍ଥୀତ୍ବ ନେଇ ଘୋଷଣା ହୋଇଥିଲା ଏବଂ ନିର୍ବାଚନ କମିଶନଙ୍କ ତାରଖ ଘୋଷଣା ଔପଚାରିକତା ଥିଲା ।ତେବେ ନିୟମ ମୁତାବକ ନିର୍ବାଚନ ଶେଷ ହେବାର 6 ମାସ ମଧ୍ୟରେ ଉପ ନିର୍ବାଚନ ଅନୁଷ୍ଠିତ ହୁଏ ।

ୱାୟନାଡ଼ରୁ ଲଢ଼ିବେ ପ୍ରିୟଙ୍କା

  • ୱାୟନାଡ଼ ସଂସଦୀୟ କ୍ଷେତ୍ରରୁ ଲଢ଼ିବେ ପ୍ରିୟଙ୍କା ଗାନ୍ଧୀ
  • ଏଆଇସିସି ପକ୍ଷରୁ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ ଘୋଷଣା
  • ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଓ୍ବାୟନାଡରେ ହେବ ଉପନିର୍ବାଚନ

"ଲୋକସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ଆମେ ବହୁତ ଉତ୍ସାହିତ । ରେକର୍ଡ ମାର୍ଜିନ୍ 5 ଲକ୍ଷରୁ ଅଧିକ ଭୋଟରେ ପ୍ରିୟଙ୍କା ଓ୍ବାୟନାଡ ଆସନରୁ ବିଜୟୀ ହେବେ । ଆମେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିଲୁ । ଓ୍ବାୟନାଡରେ ଗତ କିଛି ମାସ ଧରି ଦଳ ପକ୍ଷରୁ କ୍ୟାମ୍ପେନିଂ ଏବଂ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ ଚାଲୁ ରହିଥିଲା," ବୋଲି ଏରନାକୁଲମ୍ ଲୋକସଭା ସାଂସଦ ହିବି ଇଦେନ୍ 'ଇଟିଭି ଭାରତ'କୁ କହିଛନ୍ତି ।

ଏହା ବି ପଢନ୍ତୁ- ପ୍ରଧାନମନ୍ତ୍ରୀ ମୋଦିଙ୍କ ଶବ୍ଦରେ ଆଉ ଓଜନ ରହୁନାହିଁ: ପ୍ରିୟଙ୍କା ଗାନ୍ଧୀ - No weightage left in PMs words

ଏହା ବି ପଢନ୍ତୁ- ୱାୟନାଡ ଗ୍ରାଉଣ୍ଡ ଜିରୋରେ ପ୍ରଧାନମନ୍ତ୍ରୀ ମୋଦି: ଆକାଶମାର୍ଗରୁ ଦେଖିଲେ, ଘଟଣାସ୍ଥଳ ବୁଲିଲେ - PM Modi in Wayanad landslide spot

ସେ ପୁଣି କହିଛନ୍ତି, "ଲୋକସଭାରେ ପ୍ରିୟଙ୍କାଙ୍କ ଉପସ୍ଥିତି ଦଳକୁ ବଳ ଯୋଗାଇବ ବା ସହିତ ଅଧିକ ଶକ୍ତିଶାଳୀ କରିବ । ସେ ବର୍ତ୍ତମାନ ଓ୍ବାୟନାଡବାସୀଙ୍କ ବିକାଶ କଥା ଉପରେ ଫୋକସ କରିବେ ।" ତେବେ ଇଦେନଙ୍କ ମତରେ ପ୍ରିୟଙ୍କା ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ରାଜନୈତିକ ଗୋଟିଚାଳନାରେ ଧୁରନ୍ଧର ଏବଂ ଦକ୍ଷିଣ ଭାରତୀୟ ରାଜ୍ୟରୁ ତାଙ୍କ ରାଜନୈତିକ କ୍ୟାରିଅରର ଆରମ୍ଭ ହେବ ।

ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ- ବାଜିଲା ବିଗୁଲ-

ବାଜିଲା ଦୁଇ ରାଜ୍ୟର ନିର୍ବାଚନ ବିଗୁଲ । ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ । ମହାରାଷ୍ଟ୍ରର 288 ଆସନ ପାଇଁ ପଡ଼ିବ ଭୋଟ୍ । 20 ନଭେମ୍ବରରେ ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ପଡ଼ିବ ଭୋଟ । 23ରେ ହେବ ଗଣତି। ସେହିପରି ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଝାଡଖଣ୍ଡର 81 ଆସନରେ ହେବ ମତଦାନ। ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ନଭେମ୍ବର 13 ତାରିଖରେ ପ୍ରଥମ ପର୍ଯ୍ୟାୟ ଓ 20ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ନଭେମ୍ବର 23ରେ ଝାଡଖଣ୍ଡରେ ମଧ୍ୟ ଭୋଟ ଗଣତି ହେବ।

ପ୍ରିୟଙ୍କାର ରାଜନୈତିକ ଅଭିଜ୍ଞତା-

କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଟିକଟରୁ ଆଜି ଯାଏଁ ପ୍ରତ୍ୟକ୍ଷ ନିର୍ବାଚନ ଲଢି ନଥିଲେ ମଧ୍ୟ ଦଳର ଜଣେ ବରିଷ୍ଠ ନେତ୍ରୀ ଏବଂ ଅଭିଜ୍ଞତା ସମ୍ପନ୍ନ । ଦଳ ପକ୍ଷରୁ ଆୟୋଜିତ ନିର୍ବାଚନୀ ସଭାକୁ ସେ ଅନେକ ଥର ସମ୍ବୋଧିନ କରିସାରିଛନ୍ତି । ଲୋକସଭା ହେଉକି ବିଧାନସଭା ଶାଣିତ ଢଙ୍ଗରେ ବିଜେପି ଟାର୍ଗେଟ୍ କରିବା ସହିତ କଂଗ୍ରେସ ପାଇଁ ଭୋଟ ମାଗି ସଫଳ ମଧ୍ୟ ହୋଇଛନ୍ତି । ଏକାଧିକ ପ୍ରସଙ୍ଗରେ ମୋଦି ସରକାରକୁ ଟାର୍ଗେଟ କରି ଅନେକ ଥର କାଠଗଡାକୁ ଟାଣିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାପା ରାଜୀବ ଗାନ୍ଧୀଙ୍କ ଲୋକପ୍ରିୟତା ଓ ଜଣେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାମ କରିବାର ତରିକାକୁ ମନେ ପକାନ୍ତି ପ୍ରିୟଙ୍କା । ରାଜୀବ ଗାନ୍ଧୀଙ୍କ ଲୋକଙ୍କ ପ୍ରଧାନମନ୍ତ୍ରୀ ଥିଲେ, ଲୋକଙ୍କ ଠାରୁ ଗାଳି ମଧ୍ୟ ଶୁଣୁଥିଲେ ବୋଲି ପ୍ରିୟଙ୍କା କହିସାରିଛନ୍ତି ।

କଂଗ୍ରେସ କ୍ରାଇସିସ୍ ମ୍ୟାନେଜର ପ୍ରିୟଙ୍କା !

ଉତ୍ତର ପ୍ରଦେଶରେ ଦଳ ପାଇଁ ନିକଟରେ କ୍ରାଇସିସ୍ ମ୍ୟାନେଜର ସାଜିଥିଲେ ପ୍ରିୟଙ୍କା । ଗତ ଲୋକସଭାରେ ଉତ୍ତର ପ୍ରଦେଶରେ କଂଗ୍ରେସ ଏବଂ ସମାଜାବଦୀ ଦଳ ମଧ୍ୟରେ ମେଣ୍ଟ କରାଇବାରେ ବଡ ଭାମିକା ନିର୍ବାହ କରିଥିଲେ କଂଗ୍ରେସ ଭେଟେରାନ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କା ସିଧା ଆସନ ବୁଝାମଣା ନେଇ ଅଖିଳେଶଙ୍କ କ୍ୟାମ୍ପ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନରେ ପହଞ୍ଚିଥିବା ଚର୍ଚ୍ଚା ହୋଇଥିଲା । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାହୁଲ ଗାନ୍ଧୀଙ୍କୁ ଭଉଣୀ ପ୍ରିୟଙ୍କା ଅଖିଳେଶଙ୍କ ସହ ଆଲୋଚନା କରାଇଥିଲେ । ଉଭୟଙ୍କ ମଧ୍ୟରେ ଫୋନରେ ଆସନ ବୁଝାମଣା ବିବାଦର ଆଲୋଚନା ହୋଇଥିଲା ।

Last Updated : 18 hours ago

ABOUT THE AUTHOR

...view details