ନୂଆଦିଲ୍ଲୀ: ବଜେଟ ଅଧିବେଶନ ପୂର୍ବରୁ ଦେଶକୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବଜେଟ ପୂର୍ବରୁ ଅଭିଭାଷଣ ରଖିଲେ ରାଷ୍ଟ୍ରପତି । ସମ୍ବିଧାନର 75 ବର୍ଷ ପୂରଣ ଅବସରରେ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇଛନ୍ତି । ବଜେଟ ଅଭିଭାଷଣ ଆରମ୍ଭରୁ ପ୍ରୟାଗରାଜ ମହାକୁମ୍ଭ ମେଳା କଥା ଉଠାଇଲେ ରାଷ୍ଟ୍ରପତି। ମହାକୁମ୍ଭ ଦଳାଟକଟା ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମ୍ୟାଡାମ ମୁର୍ମୁ ।
- ରାଷ୍ଟ୍ରପତି ମୁର୍ମୁ ସୁଦୃଢ ଅର୍ଥବ୍ୟବସ୍ଥାକୁ ପ୍ରଶଂସା କଲେ
ସଂସଦରେ ଉଭୟ ଗୃହକୁ ସମ୍ଭୋଧିତ କରି ରାଷ୍ଟ୍ରପତି ପ୍ରଥମେ ସରକାରଙ୍କ ଏଆଇ ଯୋଜନାରେ ଚର୍ଚ୍ଚା କରିଛନ୍ତି । ସେ କହିଛନ୍ତି ‘‘ଆର୍ଟିଫିସିଈଲ ଉଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତର ଯୋଗଦନ ଆଗକୁ ବଢାଇ ‘‘ଭାରତ ଏଆଇ ମିଶନ’ ଆରମ୍ଭ କରିଛି । ଜାତୀୟ କ୍ବାଣ୍ଟମ ମିଶନ ସହ ଭାରତ ଏହି ଅଗ୍ରଣୀ ଉଦ୍ଦ୍ୟୋଗିକ ଦୁନିଆରେ ଅଗ୍ରଣୀ ଦେଶ ମାନଙ୍କ ମଧ୍ୟରେ ନିଜ ସ୍ଥାନ ତିଆରି କରିପାରିବ । କୋଭିଡ ଓ ଏହା ପରର ସ୍ଥିତି ଏବଂ ଯୁଦ୍ଧ ଭଳି ବୈଶ୍ବିକ ଚିନ୍ତା ସତ୍ତ୍ବେ ଭାରତୀୟ ଅର୍ଥବ୍ୟବସ୍ଥା ଯେଉଁ ସ୍ଥିରତା ଦେଖାଇଛି ତାହା ଏହାର ଦୃଢତାର ପ୍ରମାଣ ଅଟେ । ମୋ ସରକାର ବ୍ୟବସାୟ ବୃଦ୍ଧି ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି’’ ।
- ଯୁବପିଢି ଓ ଶିକ୍ଷା ଯୋଜନାର ଆଲୋକପାତ
ରାଷ୍ଟ୍ରପତି ମୁର୍ମୁ ନିଜ ସମ୍ବୋଧନରେ କହିଛନ୍ତି ‘‘ଆଜି ଆମର ଯୁବପିଢି ଷ୍ଟାର୍ଟଅପ, ଖେଳ ଠୁ ନେଇ ମହାକାଶ ପର୍ଯ୍ୟନ୍ତ ସବୁଠି ଦେଶର ନାଁ ରଖିଛନ୍ତି । ମାଇଁ ଭାରତ ପୋର୍ଟାଲ ମାଧ୍ୟମରେ ଲକ୍ଷଲକ୍ଷ ଯୁବକ ରାଷ୍ଟ୍ର ନିର୍ମାଣ କାମରେ ନିଜକୁ ସାମିଲ କରିଛନ୍ତି । ମୁର୍ମୁ କହିଛନ୍ତି ମୋ ସରକାର ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଛାତ୍ରଙ୍କ ପାଇଁ ଏକ ଆଧୁନିକ ଶିକ୍ଷା ପ୍ରଣାଳୀକୁ ପ୍ରସ୍ତୁତ କରିଛନ୍ତି । ଯେମିତି କି କେହି ବି ଶିକ୍ଷାରୁ ବଞ୍ଚିତ ନ ହେବେ ଏଥିପାଇଁ ମାତୃଭାଷାରେ ଶିକ୍ଷାର ଅବସର ପ୍ରଦାନ କରାଯାଉଛି । ସେ କହିଛନ୍ତି 13ଟି ଭାରତୀୟ ଭାଷାରେ ବିବିନ୍ନ ପରୀକ୍ଷା ଆୟୋଜିତ କରି ଭାଷାର ବାଧାକୁ ଦୂର କରିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଅଲମ୍ପିକ ହେଉ କି ପାରାଅଲମ୍ପିକ ଭାରତୀୟ ଟିମ ପ୍ରତି ଜାଗାରେ ଭଲ ପ୍ରଦର୍ଶନ କରିଛି । ଫିଟ ଇଣ୍ଡିଆ ମୁମେଣ୍ଟ ଚଳାଇ ଆମେ ମଜବୁତ ଯୁବଶକ୍ତି ପ୍ରସ୍ତୁତ କରୁଛୁ ’’।
ସଂସଦରେ ଉଭୟ ଗୃହକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି ‘‘ଏବେ ଆମର ଗୋଟିଏ ଲକ୍ଷ୍ୟ। ଆମେ ବିକଶିତ ଭାରତ ତିଆରି କରିବୁ’’ ।
- ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ଯୋଜନାକୁ ପ୍ରଶଂସା
ନିଜ ସମ୍ବୋଧନରେ ରାଷ୍ଟ୍ରପତି ନାରି ଶକ୍ତି ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ସେ କହିଛନ୍ତି ‘‘ମୋ ସରକାର ମହିଳାଙ୍କ ନେତୃତ୍ବରେ ଦେଶକୁ ସଶକ୍ତ କରିବାରେ ବିଶ୍ବାସ କରେ । ଅର୍ଥାତ ମହିଳାଙ୍କ ନେତୃତ୍ବରେ ବିକାଶ । ନାରୀ ଶକ୍ତିର ପ୍ରସାର ପାଇଁ ଲୋକସଭା ଓ ବିଧାନସଙାରେ ମହିଳାଙ୍କ ସଂରକ୍ଷଣ ବ୍ୟବସ୍ଥା ଏହି ଦେଶର ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ । ଗ୍ରାମୀଣ ଜୀବିକା ମିଶନ ଦ୍ବାରା 91 ଲକ୍ଷରୁ ଅଧିକ ସ୍ବୟଂ ସହାୟତା ସମୂହକୁ ସଶକ୍ତ କରାଯାଉଛି । ଦେଶର ଦଶ କୋଟିରୁ ଅଧିକ ମହିଳାଙ୍କୁ ଏଥିରେ ଯୋଡା ଯାଇଛି । ବ୍ୟାଙ୍କ ଲିଙ୍କ ମାଧ୍ୟମରେ ତାଙ୍କୁ 9 ଲକ୍ଷ କୋଟିରୁ ଅଧିକ ଟଙ୍କା ବଣ୍ଟା ଯାଇଛି । ଆମର ବ୍ୟାଙ୍କିଂ ଓ ଡିଜି ପେମେଣ୍ଟ ବ୍ୟବସ୍ଥା ଲୋକଙ୍କୁ ବିତ୍ତୀୟ ପ୍ରଣାଳୀରେ ଯୋଡିବା ପାଇଁ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । କୃଷି ସଖୀଙ୍କ ମାଧ୍ୟମରେ ଚାଷକୁ ଗୁରୁତ୍ବ ଦିଆଯିବା ସହ ପଶୁ ସଖୀଙ୍କ ଦ୍ବାରା ପଶୁଧନକୁ ମଜବୁତ କରାଯାଉଛି । ଡ୍ରୋନ ଦିଦି ଯୋଜନା ମହିଳାଙ୍କୁ ଆର୍ଥିକ ଓ ଟେକ୍ନୋଲୋଜିରେ ସଶକ୍ତିକରଣର ମାଧ୍ୟମ ସାଜିଛି’’ ।
- ପ୍ରତିରକ୍ଷା ଓ ଆନ୍ତରିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଐତିହାସିକ ପଦକ୍ଷେପ
ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ‘‘ଦେଶ ସୀମାର ସୁରକ୍ଷା ଓ ଆନ୍ତରିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଐତିହାସିକ ପଦକ୍ଷେପ ମାନ ଉଠାଯାଇଛି । ସରକାର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ବି ପଦକ୍ଷେପ ନେଇଛନ୍ତି । ମେକ ଇନ ଇଣ୍ଡିଆରୁ ଆମେ ମେକ୍ ଫର୍ ଦ ୱାର୍ଲଡ ଆଡକୁ ବଢୁଛୁ ’’।
- ମେଟ୍ରୋ ରେଳ ନେଟୱର୍କ ଏକ ହଜାର କିଲୋମିଟର ଅତିକ୍ରମ
ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଭାରତର ମେଟ୍ରୋ ରେଳ ନେଟୱର୍କ ବର୍ତ୍ତମାନ ସୁଦ୍ଧା ଏକ ହଜାର କିଲୋମିଟର ରାସ୍ତା ଅତିକ୍ରମ କରିସାରିଲାଣି । ଦୁନିଆରେ ଭାରତ ତୃତୀୟ ସବୁଠାରୁ ବଡ ନେଟୱର୍କ ସାଜିଛି । ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ‘‘ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ ପରିଯୋଜନା ସ୍ବପ୍ନ ପୂରଣ ହୋଇଛି । ଏବେ ଦେଶରେ କଶ୍ମୀର ଠୁ କନ୍ୟାକୁମାରୀ ପର୍ଯ୍ୟନ୍ତ ରେଳ ସଂଯୋଗ ହେବ । ଏହି ମହତ୍ତ୍ବାକାଂକ୍ଷୀ ପରିଯୋଜନା ଦ୍ବାରା ଚିନାବ ବ୍ରିଜର ନିର୍ମାଣ କରାଯାଇଛି। ଯାହାକି ଦୁନିଆର ସବୁଠାରୁ ଉଚ୍ଚ ରେଳ ଓଭରବ୍ରିଜ ଅଟେ’’ ।