ଓଡିଶା

odisha

ETV Bharat / bharat

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫଦାରୀ, ଆସିଲା ପତ୍ନୀଙ୍କ ପ୍ରଥମ ପ୍ରତିକ୍ରିୟା - Sunita Kejriwal First Reaction - SUNITA KEJRIWAL FIRST REACTION

SUNITA KEJRIWAL FIRST REACTION: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଆସିଲା ପତ୍ନୀଙ୍କ ପ୍ରଥମ ପ୍ରତିକ୍ରିୟା । କହିଲେ ମୋଦିଜୀ କ୍ଷମତା ଅହଙ୍କାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

SUNITA KEJRIWAL FIRST REACTION
SUNITA KEJRIWAL FIRST REACTION

By ETV Bharat Odisha Team

Published : Mar 22, 2024, 8:42 PM IST

ନୂଆଦିଲ୍ଲୀ:ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତକାଲି ଗିରଫ ହେବା ପରେ ଆଜି (ଶୁକ୍ରବାର) ଆସିଛି ପତ୍ନୀ ସୁନୀତା କେଜ୍ରିୱାଲଙ୍କ ପ୍ରଥମ ପ୍ରତିକ୍ରିୟା । ସୁନୀତା ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । 3ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ମୋଦିଜୀ କ୍ଷମତା ଅହଙ୍କାରରେ ଗିରଫ କରିଛନ୍ତି । କେଜ୍ରିୱାଲଙ୍କ ଗିରଫଦାରୀ ତାଙ୍କୁ ଭୋଟ ଦେଇ ନିର୍ବାଚିତ କରିଥିବା ଜନତାଙ୍କ ଲାଗି ଧୋକା ବୋଲି ସନୀତା କହିଛନ୍ତି ।

ସୁନୀତା ଏକ୍ସ ସାଇଟରେ ଆଜି ପୋଷ୍ଟ କରି କହିଛନ୍ତି, "3ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ଅରବିନ୍ଦ କେଜ୍ରିୱାଲଙ୍କୁ ସତ୍ତା ଅହଙ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗିରଫ କରିଛନ୍ତି । ସେ ସମସ୍ତଙ୍କୁ ଚୁପ୍‌ କରିବା ଲାଗି ଉଦ୍ୟମ କରୁଛନ୍ତି । ଏହା ଦିଲ୍ଲୀବାସୀଙ୍କ ଲାଗି ଧୋକା । ଆପଣଙ୍କ ମୁଖ୍ୟମନ୍ତ୍ରୀ ସର୍ବଦା ଆପଣଙ୍କ ସହିତ ଅଛନ୍ତି । ସେ ବାହାରେ ରୁହନ୍ତୁ ବା ଭିତରେ, ତାଙ୍କ ଜୀବନ ଦେଶ ପାଇଁ ସର୍ବଦା ସମର୍ପିତ । ଜନତା ହେଉଛନ୍ତି ଜନାର୍ଦ୍ଦନ, ସେମାନେ ସବୁ ଜାଣିଛନ୍ତି । ଜୟ ହିନ୍ଦ ।"

ଏହା ବି ପଢନ୍ତୁ- ଅରବିନ୍ଦ କେଜ୍ରିୱାଲ ନିଜ କର୍ମଫଳ ଭୋଗୁଛନ୍ତି: ଆନ୍ନା ହଜାରେ

ଗୁରୁବାର କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି )। ଜଣେ ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିବା ସମୟରେ ତାଙ୍କୁ ଗିରଫ କରିବା ଦେଶରେ ପ୍ରଥମ । ଇଡି ଏହି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଏକାଧିକ ଥର କେଜ୍ରିୱାଲଙ୍କୁ ସମନ ଜାରି କରିଥିଲା । ମାତ୍ର ଇଡିର ସମନକୁ 9ଥର ଅମାନ୍ୟ କରିବା ପରେ ଏହାକୁ ବେଆଇନ ଦର୍ଶାଇ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଏହାସହିତ ଗୁରୁବାର ଇଡି କେଜ୍ରିୱାଲଙ୍କ ବାସଭବନରେ 2 ଘଣ୍ଟା ଧରି ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଥିଲା ।

ଆଜି ସକାଳେ କେଜ୍ରିୱାଲଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ନିଜ ପକ୍ଷ ରଖିବା ସମୟରେ ଇଡି କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ କିଙ୍ଗପିନ ବୋଲି କହିଥିଲା । ଏହି ନୀତି ଲାଗୁ କରିବାରେ କେଜ୍ରିୱାଲ ସିଧାସଳଖ ସାମିଲ ଥିଲେ । ଏହା ପରେ ଇଡି କେଜ୍ରିୱାଲଙ୍କୁ 10 ଦିନିଆ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲା । ହେଲେ କୋର୍ଟ ଏହି ରାୟକୁ ସଂରକ୍ଷିତ ରଖିଛନ୍ତି । ସେପଟେ କୋର୍ଟରେ କେଜ୍ରିୱାଲ ହାଜର ହେବା ପୂର୍ବରୁ କହିଥିଲେ, "ମୁଁ ଭିତରେ ରହେ କି ବାହାରେ...ମୋ ଜୀବନ ସର୍ବଦା ଦେଶବାସୀଙ୍କ ପାଇଁ ସମର୍ପିତ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details