ଓଡିଶା

odisha

ETV Bharat / bharat

ସ୍ମୃତିରେ ଅଟଳ: ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି, ଭାବବିହ୍ବଳ ନୋଟ୍‌ ଲେଖିଲେ ମୋଦି - VAJPAYEE 100TH BIRTH ANNIVERSARY

ଆଜି ଦେଶ ପାଳୁଛି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ 100ତମ ଜୟନ୍ତୀ । ଶ୍ରଦ୍ଧାଞ୍ଜଳି ଦେଲେ ପ୍ରମୁଖ ବ୍ୟକ୍ତି । ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି ।

PM Modi Pens Article
PM Modi Pens Article (Narendramodi.in)

By Narendra Modi

Published : Dec 25, 2024, 1:41 PM IST

ନୂଆଦିଲ୍ଲୀ: ଆଜି ହେଉଛି ରାଜନୀତିର ଅଜାତ ଶତ୍ରୁ ଭାବେ ପରିଚିତ ତଥା ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 100ତମ ଜନ୍ମ ଜୟନ୍ତୀ । ମାଟିର ସନ୍ତାନଙ୍କୁ ଝୁରୁଛି ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଭାବବିହ୍ବଳ ନୋଟ୍‌ ଲେଖିଛନ୍ତି । ଦେଶବ୍ୟାପୀ ଅଟଳଙ୍କ ସ୍ମୃତିରେ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ମଧ୍ୟପ୍ରଦେଶରେ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଲେଖିଛନ୍ତି, "ଆଜି ଡିସେମ୍ବର ୨୫ ତାରିଖ । ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ । ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 100ତମ ଜୟନ୍ତୀ ପାଳନ କରୁଛେ । ସେ ଜଣେ ରାଷ୍ଟ୍ରନେତା ଭାବେ ଅଗଣିତ ଲୋକଙ୍କୁ ପ୍ରେରଣା ଦେଉଛନ୍ତି । "

PM Modi Pens Article (ETV Bharat)

ଦେଶକୁ ନୂଆ ଦିଶା ଦେଲେ...

ପ୍ରଧାନମନ୍ତ୍ରୀ ଲେଖିଛନ୍ତି "ଏକ ବିଂଶ ଶତାଦ୍ଦୀର ଭାରତ ପରିବର୍ତ୍ତନର ସ୍ଥପତି ହୋଇଥିବାରୁ ଆମ ଦେଶ ସର୍ବଦା ଅଟଳଙ୍କ ନିକଟରେ କୃତଜ୍ଞ । 1998 ସମୟରେ ସେ ଦେଶର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ । ଯେଉଁ ସମୟରେ ଦେଶ ରାଜନୀତିର ଅସ୍ଥିରତା ମଧ୍ୟରେ ଘେରି ରହିଥିଲା । 9 ବର୍ଷରେ ଦେଶ 4 ଥର ଲୋକସଭା ନିର୍ବାଚନ ଦେଖିଲା । ଲୋକଙ୍କ ଆଶଙ୍କା ଥିଲା ଏହି ସରକାରଙ୍କ ପ୍ରଶାସନ ପରିଚାଳନାରେ ସକ୍ଷମ ହେବେନି । ଅଟଳ ଜୀ ହିଁ ସ୍ଥିର ଓ ପ୍ରଭାବଶାଳୀ ଶାସନ ପ୍ରଦାନ କରି ଏହି ଧାରାକୁ ବଦଳାଇଥିଲେ । ଦେଶକୁ ନୂଆ ବିକାଶର ଗ୍ୟାରେଣ୍ଟି ଦେଇଥିଲେ । ସେ ଏପରି ଏକ ନେତା ଯାହାଙ୍କ ପ୍ରଭାବ ଆଜି ବି ଅଟଳ । ସେ ଭବିଷ୍ୟ ଭାରତ ପରିକଳ୍ପନା କରୁଥିଲେ । ତାଙ୍କ ସରକାର ଦେଶକୁ ଆଇଟି ଓ ଦୂରସଞ୍ଚାରକୁ ଦୁନିଆରେ ଦ୍ରୁତ ଗତିରେ ଆଗକୁ ବଢାଇଥିଲେ । ତାଙ୍କ ଶାସନକାଳରେ ଉନ୍ନତ ଜ୍ଞାନକୈଶଳକୁ ସାଧାରଣ ମାନବ ପର୍ଯ୍ୟନ୍ତ ପହଞ୍ଚିବା କାମର ଅୟ ଆରମ୍ଭ କରାଯାଇଥିଲା । "

PM Modi Pens Article (Narendramodi.in)

ସ୍ବର୍ଣ୍ଣ ଚତୁର୍ଭୁଜର ଜନକ:

ମୋଦି ଲେଖିଛନ୍ତି "ଆଜି ବି ଅଧିକାଂଶ ଲୋକେ ସ୍ବର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପକୁ ମନେ ପକାଉଛନ୍ତି । ଯାହା ସମଗ୍ର ଭାରତକୁ ରାଜପଥ ଜରିଆରେ ସଂଯୋଗ କରିଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ ଆଞ୍ଚଳିକ ଗମନାଗମନର ସୁଧାର ଆଣିବା ପାଇଁ ଅଟଳ ବିହାରୀ ବାଜପେୟୀଙ୍କ ପ୍ରୟାସ ମଧ୍ୟ ସମାନ ଭାବରେ ଉଲ୍ଲେଖନୀୟ ଥିଲା । ତାଙ୍କ ସରକାର ଏକ ବିଶ୍ବସ୍ତରୀୟ ଭିତ୍ତିଭୂମି ପ୍ରକଳ୍ପ ଭାବେ ଉଭା ହୋଇଥିବା ଦିଲ୍ଲୀ ମେଟ୍ରୋକୁ ବ୍ୟାପକ ଭାବେ କାର୍ଯ୍ୟ କରି ମେଟ୍ରୋ ସଂଯୋଗକୁ ପ୍ରୋତ୍ସାହିତ କରିଥିଲେ । "

କୌଣସି ଚାପରେ ନେଉନଥିଲେ ନିଷ୍ପତ୍ତି ...

"ଅଟଳ ସରକାର ଅନେକ ଐତିହାସିକ କାର୍ଯ୍ୟ କରିଛନ୍ତି । ୟାହାକୁ ଦେଶବାସୀ ଗର୍ବ ସହକାରେ ମନେ ପକାଇଥାନ୍ତି । ଦେଶକୁ ଏବେବି 11 ମେ 1998ର ସେହି ଗୌରବ ଦିବସ କଥା ମନେ ଅଛି... ଯେବେ ଏନଡିଏ ସରକାର ହେବାର କିଛି ଦିନ ପରେ ପୋଖରାନରେ ପରମାଣୁର ସଫଳ ପରୀକ୍ଷଣ ହୋଇଥିଲା । ଏହି ପରୀକ୍ଷଣ ପରେ ସାରା ବିଶ୍ବରେ ଭାରତର ବୈଜ୍ଞାନିକଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେଲା । କିଛି ଦେଶ ଖୋଲା ଖୋଲି ଭାବେ ବିରୋଧ ଦେଖାଇଲେ । କିନ୍ତୁ ଅଟଜ ଜୀଙ୍କ ସରକାର ଏହାକୁ ନେଇ ଚିନ୍ତିତ ହେଲେନି । ପଛକୁ ହଟିବା ବଦଳରେ 13 ମେ’ରେ ପୁଣି ଥରେ ପରୀକ୍ଷଣ କଲେ । ଏହି ଦ୍ବିତୀୟ ପରୀକ୍ଷଣ ବିଶ୍ବକୁ ଏହା ଦର୍ଶାଇଲା ଭାରତର ନେତୃତ୍ବ ଏକ ଏମିତି ହାତରେ ଅଛି । ଯିଏକି ଅଲଗା ମାଟିରେ ତିଆରି ହୋଇଛନ୍ତି । ତାଙ୍କ ଶାସନ କାଳରେ ସୁରକ୍ଷାକୁ ନେଇ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା । କାର୍ଗିଲ ଯୁଦ୍ଧ, ସଂସଦ ଉପରେ ଆତଙ୍କୀ ଆକ୍ରମଣ, ଆମେରିକା ବିଶ୍ବ ବାଣିଜ୍ୟ ସେଣ୍ଟର ଉପରେ ଆକ୍ରମଣ ପରେ ବୈଶ୍ବିକ ସ୍ଥିତି ବଦଳିବ, କିନ୍ତୁ ପ୍ରତ୍ୟେକ ସ୍ଥିତିରେ ଅଟଜୀଙ୍କ ପାଇଁ ଭାରତର ହିତ ସର୍ବୋପରି ଥିଲା । "

ମେଣ୍ଟ ସରକାର ରାଜନୀତିକୁ ନୂଆ ପରିଚୟ ଦେଲେ...

ଅଟଳ ଜୀ ଭାରତୀୟ ଗଣତନ୍ତ୍ରକୁ ବୁଝିଥିଲେ । ଏହାକୁ ସଶକ୍ତ କରିବା ଆବଶ୍ୟକତାକୁ ହୃଦୟଙ୍ଗମ କରିଥିଲେ । ଅଟଳ ଜୀ ଏନଡିଏ ମେଣ୍ଟର ଅଧ୍ୟକ୍ଷତା କରିଥିଲେ । ଯାହା ଭାରତୀୟ ରାଜନୀତିରେ ମେଣ୍ଟ ପରିଚାଳନାକୁ ପୁନଃପରିଭାଷିତ କରିଥିଲା । ସେ ଲୋକଙ୍କୁ ଏକାଠି କରି NDAକୁ ବିକାଶ, ଜାତୀୟ ପ୍ରଗତି ଓ ଆଞ୍ଚଳିକ ଆକାଂକ୍ଷା ପୂର୍ତ୍ତି ପାଇଁ ଏକ ଶକ୍ତିରେ ପରିଣତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:

ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଅଜାତଶତ୍ରୁ ଅଟଳ ବିହାରୀଙ୍କୁ ଝୁରୁଛି ଦେଶ, ସଦୈବ ଅଟଳରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ - Vajpayee Death Anniversary

ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର :

ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 100ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଆଜି ମଧ୍ୟପ୍ରଦେଶରେ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କେନ-ବେତୱା ନଦୀ ସଂଯୋଗୀକରଣ ଜାତୀୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ଜାତୀୟ ପରିପ୍ରେକ୍ଷିତ ଯୋଜନା ଅଧିନରେ ଦେଶର ପ୍ରଥମ ନଦୀ ସଂଯୋଗୀକରଣ ପ୍ରକଳ୍ପ ଅଟେ । ଏହି ପ୍ରକଳ୍ପ ଦ୍ବାରା ମଧ୍ୟ ପ୍ରଦେଶ ଓ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାର ଚାଷୀ ଉପକୃତ ହେବେ ।

ସୈଦେବ ଅଟଳରେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି:

ଅଟଳ ବିହାର ବାଜପେୟୀଙ୍କ ସ୍ମୃତି ପୀଠ ସୈଦେବ ଅଟଳରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ABOUT THE AUTHOR

...view details