ଓଡିଶା

odisha

By ETV Bharat Odisha Team

Published : May 30, 2024, 10:55 PM IST

ETV Bharat / bharat

ସରିଲା ନିର୍ବାଚନ ପ୍ରଚାର, ଆଜିଠୁ ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ ମୋଦି - PM Modi Begins Dhyan

PM MODI BEGINS DHYAN: ଆଜିଠୁ ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଦିନ ଧ୍ୟାନ ସାଧନା ଭଙ୍ଗ କରିବେ । ଅଧିକ ପଢନ୍ତୁ

PM MODI BEGINS DHYAN
PM MODI BEGINS DHYAN (ETV Bharat)

ଚେନ୍ନାଇ:ଲୋକସଭା ନିର୍ବାଚନ 2024 ପାଇଁ ଆଜି ସରିଛି ପ୍ରଚାର । ପ୍ରଚାର ଶେଷ ହେବା ପରେ ଧ୍ୟାନରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟାରେ ତାମିଲନାଡୁର କନ୍ୟାକୁମାରୀରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ମୋଦି ଆଗାମୀ 45ଘଣ୍ଟା ପର୍ଯ୍ୟନ୍ତ ଧ୍ୟାନମୁଦ୍ରାରେ ବସିବେ । ଜୁନ 1 ତାରିଖ ଦିନ ତପସ୍ୟା ଭଙ୍ଗ କରିବେ ମୋଦି । କନ୍ୟାକୁମାରୀ ସ୍ବାମୀ ବିବେକାନନ୍ଦ ମେରୋରିଆଲରେ ମୋଦି ଧ୍ୟାନ ଆରମ୍ଭ କରିଥିବା ବେଳେ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଧ୍ୟାନରେ ବସିବା ପୂର୍ବରୁ ପୂଜାର୍ଚ୍ଚନା: ପ୍ରଧାନମନ୍ତ୍ରୀ ମୋଦି ଦୀର୍ଘ 48ଘଣ୍ଟା ଧ୍ୟାନରେ ବସିବା ପୂର୍ବରୁ ଭଗବତୀ ଅମ୍ମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଧଳା ରଙ୍ଗର ଚାଦର ଓ ଧୋତିରେ ଦେଖିବାକୁ ମିଳିଥିଲା । ମନ୍ଦିରର ପୂଜାର୍ଚ୍ଚନା କରିବା ସହ ଗର୍ଭଗୃହ ଚାରିପାଖେ ବୁଲିଥିଲେ । ମନ୍ଦିରର ପୂଜକମାନେ ଏକ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ଫେରି ସର୍ଭିସ ଯୋଗେ ରକ୍‌ ମେମୋରିଆଲରେ ପହଞ୍ଚିଥିଲେ । ଏହାପରେ 'ଧ୍ୟାନ ମଣ୍ଡପମ'ରେ ଧ୍ୟାନ କରିଛନ୍ତି ମୋଦି ।

ବ୍ୟାପକ ସୁରକ୍ଷା ବ୍ୟବସ୍ଥା: ବିବେକାନନ୍ଦ ସ୍ମାରକୀ ଶିଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧ୍ୟାନ ସାଧନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ପ୍ରାୟ 2000 ପୋଲିସ କର୍ମଚାରୀ ଜଗିବେ । ଏହାସହିତ ଭାରତୀୟ ତଟରକ୍ଷୀ ବାହିନୀ ଓ ଭାରତୀୟ ନୌସେନାର ଅଧିକାରୀ ମଧ୍ୟ ସୁରକ୍ଷା ଦାୟିତ୍ବରେ ଅଛନ୍ତି । ସ୍ବାମୀ ବିବେକାନନ୍ଦ ମଧ୍ୟ ଯେଉଁଠି ପ୍ରାୟ 3ଦିନ ଧ୍ୟାନ କରି ବିକଶିତ ଭାରତର ସ୍ବପ୍ନ ଦେଖିଥିଲେ ଠିକ ସେହିଠାରେ ପ୍ରଧାନମନ୍ତ୍ରୀ ମୋଦି ଧ୍ୟାନ କରିଛନ୍ତି ।

ଚେନ୍ନାଇରେ ଲାଗିଲା 'ମୋଦି ଗୋ ବ୍ୟାକ୍‌' ପୋଷ୍ଟର: ଚେନ୍ନାଇର ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ତାମିଲନାଡୁ ଗସ୍ତକୁ ବିରୋଧ କରାଯାଇଛି । ରାଜ୍ୟର ଅନେକ ସ୍ଥାନରେ 'ମୋଦି ଗୋ ବ୍ୟାକ୍‌ ' ସ୍ଲୋଗାନ ଲେଖାଥିବା ପୋଷ୍ଟର ଲଗାଯାଇଛି । ଏଭଳି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତିରୁନେଲଭେଲି ଜିଲ୍ଲାରେ କଂଗ୍ରେସ ପକ୍ଷରୁ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାପତି ଶଙ୍କର ପାଣ୍ଡିଆନଙ୍କ ନେତୃତ୍ବରେ ନେଲାଇ କୋକରାକୁଲମରେ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ 50ରୁ ଅଧିକ ଲୋକ ବିରୋଧ ପ୍ରଦର୍ଶନ କରିଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିରୋଧ ପ୍ରଦର୍ଶନ ବନ୍ଦ କରିବାକୁ ପ୍ରୟାସ କରିଥିଲା ।

2019ରେ କେଦାରନାଥରେ ମୋଦିଙ୍କ ଧ୍ୟାନ ସାଧନା: ନିର୍ବାଚନ ପରେ ମୋଦିଙ୍କ ଧ୍ୟାନ ସାଧନା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ 2019ରେ ନିର୍ବାଚନୀ ପ୍ରଚାର ଶେଷ ହେବା ପରେ କେଦାରନାଥ ଗୁମ୍ଫାରେ ମୋଦି ଧ୍ୟାନରେ ବସିଥିଲେ । ସେହିପରି ୨୦୧୪ରେ ସେ ଶିବାଜୀଙ୍କ ପ୍ରତାଗଡ଼ ଗସ୍ତ କରିଥିଲେ ।

ଏହା ବି ପଢନ୍ତୁ- 2019ରେ କେଦାରନାଥ ଏବେ କନ୍ୟାକୁମାରୀ, ଧ୍ୟାନରେ ବସିବେ ମୋଦି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details