ହାଇଦ୍ରାବାଦ:ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରିଥାନ୍ତି । ଯାହା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି ଗୋଚର ଯୋଗୁଁ କିଛି ଲୋକଙ୍କ ଭାଗ୍ୟ ବଦଳିଯାଏ । ଏହାସହ କିଛି ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଫେବୃଆରୀ ମାସରେ ୪ଟି ପ୍ରମୁଖ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାଦ୍ଵାରା ସମସ୍ତ ରାଶିକୁ ନିଶ୍ଚିତ ଭାବରେ କିଛି ଲାଭ ମିଳିବାର ସମ୍ଭାବନା ରହିଛି । ତେବେ ବିଶେଷ କଥା ହେଉଛି ଯେ, ବୁଧ ଗ୍ରହ ଏହି ମାସରେ ୨ ଥର ରାଶି ପରିବର୍ତ୍ତନ କରିବେ ।
ଲକ୍ଷ୍ନୌର ଜ୍ୟୋତିଷ ଡକ୍ଟରଉମାଶଙ୍କର ମିଶ୍ରଙ୍କ କହିବା ଅନୁସାରେ, ଫେବୃଆରୀ ମାସରେ ଗ୍ରହମାନଙ୍କର ଗୋଚର ଫେବୃଆରୀ ୪ରୁ ଆରମ୍ଭ ହେବ । ଏହି ଦିନ, ଦେବଗୁରୁ ବୃହସ୍ପତି ସିଧାସଳଖ ବୃଷ ରାଶିରେ ପ୍ରବେଶ କରିବେ । ଫେବୃଆରୀ ୧୧ ତାରିଖରେ ବୁଧ ଗ୍ରହ, ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିବେ । ଏହାପରେ, ସୂର୍ଯ୍ୟ ମଧ୍ୟ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିବେ । ଶନିଦେବ ପୂର୍ବରୁ ତାଙ୍କ ନିଜ ରାଶି କୁମ୍ଭରେ ଉପସ୍ଥିତ ଅଛନ୍ତି । ତେଣୁ ୧୧ ଫେବୃଆରୀ ପରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ । ଏହା ପରେ, ମଙ୍ଗଳ ବୃଷ ରାଶିରେ ପ୍ରବେଶ କରିବ । ଶେଷରେ, ବୁଧ ପୁନର୍ବାର ତାଙ୍କ ରାଶି ପରିବର୍ତ୍ତନ କରିବେ ଏବଂ ବୃହସ୍ପତିଙ୍କ ରାଶି, ମୀନ ରାଶିରେ ପ୍ରବେଶ କରିବ । ଏହି ୪ଟି ଗ୍ରହର ଗୋଚର ହେତୁ, ଫେବୃଆରୀ ମାସଟି ବିଶେଷ ହେବାକୁ ଯାଉଛି । ଏହି ରାଶି ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ଲାଭଦାୟକ ହେବ । ଆସନ୍ତୁ ଜାଣିବା କେଉଁଗୁଡ଼ିକ ସେହି ଭାଗ୍ୟବାନ ରାଶି ।
ମିଥୁନ:
ଫେବୃଆରୀ ମାସ ମିଥୁନ ରାଶିର ଲୋକଙ୍କ ପାଇଁ ପରିବର୍ତ୍ତନ ଆଣିପାରେ । ଯେଉଁମାନେ ସହଭାଗୀତାରେ ବ୍ୟବସାୟ କରୁଛନ୍ତି ସେମାନେ ଲାଭ ପାଇବାର ସମ୍ଭାବନା ଅଛି । ସେମାନେ ସେମାନଙ୍କର ବ୍ୟବସାୟ ମଧ୍ୟ ବିସ୍ତାର କରିପାରିବେ । ଯଦି କୋର୍ଟ ମାମଲାଗୁଡ଼ିକ ସେମାନଙ୍କ ସପକ୍ଷରେ ରହିବା ସହ ଆପଣଙ୍କୁ ଆଶ୍ୱସ୍ତି ମିଳିବ । ଜୀବନସାଥୀଙ୍କ ସହିତ ସମ୍ପର୍କ ମଜବୁତ ହେବ । ଏକାଠି ଭ୍ରମଣ କରିବାକୁ ମଧ୍ୟ ଯୋଜନା କରିପାରିବେ ।
କର୍କଟ: