ନୂଆଦିଲ୍ଲୀ:ରାଜ୍ୟସଭା ପରେ ଲୋକସଭାରେ ଗୃହୀତ ହେଲା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଅନୁସୂଚିତ ଜାତି(ଏସ୍ସି) ଏବଂ ଅନୁସୂଚିତ ଜନଜାତି(ଏସ୍ଟି) ତାଲିକା ସଂଶୋଧନ ବିଲ୍ । ଦୁଇ ରାଜ୍ୟର ଏସ୍ସି ଓ ଏସ୍ଟି ବର୍ଗ ତାଲିକାରେ ସଂଶୋଧନ ଲାଗି ଗୁରୁବାର ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜାତି ଓ ଜନଜାତି) ସଂଶୋଧନ ବିଲ୍ 2024 ଏବଂ ସମ୍ବିଧାନ ନିର୍ଦ୍ଦେଶନା(ଅନୁସୂଚିତ ଜାତି ଓ ଜନଜାତି) ସଂଶୋଧନ ବିଲ୍ 2024 ଲୋକସଭାରେ ଅନୁମୋଦିତ ହୋଇଛି । ଏହି ଦୁଇଟି ବିଲ୍ ମଙ୍ଗଳବାର ରାଜ୍ୟସଭାରେ ଗୃହୀତ ହୋଇଥିଲା ।
ସମ୍ବିଧାନ ନିର୍ଦ୍ଦେଶନା(ଅନୁସୂଚିତ ଜାତି ଏବଂ ଜନଜାତି) ସଂଶୋଧନ ବିଲ୍ 2024 ଓଡ଼ିଶା, ଅନୁସୂଚିତ ଜନଜାତି ତାଲିକା ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜାତି) 1950 ଏବଂ ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜନଜାତି) 1950ରେ ସଂଶୋଧନ କରାଯିବ । ଏହା ଅଧୀନରେ ଓଡିଶାର ଆଦିମ ଜନଜାତିର ଚାରୋଟି ସମ୍ପ୍ରଦାୟ-ପାଉଡି ଭୂୟାଁ, ଚକୋଟିଆ ଭୁଞ୍ଜିଆ, ବୋଣ୍ଡୋ ଏବଂ ମାଙ୍କଡିଆ ଏସଟି ତାଲିକାରେ ଅନ୍ତର୍ଭୁକ୍ତ ହେବେ । ସେହିପରି ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜାତି ଏବଂ ଜନଜାତି) ସଂଶୋଧନ ବିଲ୍ 2024 ଆନ୍ଧ୍ରପ୍ରଦେଶ ଅନୁସୂଚିତ ଜନଜାତି ତାଲିକା ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜନଜାତି) 1950ରେ ସଂଶୋଧନ କରାଯାଇ ଆନ୍ଧ୍ରର 3 ଆଦିବାସୀ ବର୍ଗ ବୋଣ୍ଡୋ ପୋରଜା, ଖୋଣ୍ଡ ପୋରଜା ଏବଂ କୋଣ୍ଡା ସାଭାରସ୍ ସମ୍ପ୍ରଦାୟଙ୍କୁ ଏସଟିରେ ଅନ୍ତର୍ଭୁକ୍ତ କରାଯିବ ।