ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ ମସ୍କ ଶନିବାର ଦିନ ଇଭିଏମ୍ ହ୍ୟାକ୍ ହେବାର ସମ୍ଭାବନା କଥା ଉଠାଇଥିବା ବେଳେ ପୂର୍ବତନ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହାକୁ ବିରୋଧ କରିଛନ୍ତି । ସେ ମସ୍କଙ୍କ ବୟାନକୁ ଏବ ବୃହତ ସାମାନ୍ୟକରଣ ହୋଇଥିବା ବେଳେ ଏଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି । ଯଦିବା ଟେକ୍ ବିଜ୍ଞାନୀ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ଉପରେେ ନିଜର କଥାକୁ ଦୋହରାଇ କହିଛନ୍ତି ଯେ କିଛି ବି ହ୍ୟାକ ହୋଇପାରିବ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ମସ୍କଙ୍କ ପୋଷ୍ଟ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି ଓ ଇଭିଏମକୁ 'ବ୍ଲାକ୍ ବକ୍ସ' ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି ଯେ ଇଭିଏମକୁ ଯାଞ୍ଚ କରିବା ପାଇଁ କାହାରି ଅନୁମତି ନାହିଁ । ତେଣୁ ଭାରତର ନିର୍ବାଚନ ପ୍ରକ୍ରିୟାରେ ପାରଦର୍ଶିତାକୁ ନେଇ ଚିନ୍ତା ଘନେଇବାରେ ଲାଗିଛି ।
ମସ୍କ ନିଜର ଏକ୍ସ ପୋଷ୍ଟରେ କହିଛନ୍ତି, 'ଆମେ ଇଭିଏମକୁ ବନ୍ଦ କରିବା ଆବଶ୍ୟକ । ମଣିଷ କିମ୍ବା ଏଆଇ ଦ୍ବାରା ଇଭିଏମ୍ ହ୍ୟାକ୍ କରାଯିବାର ସମ୍ଭାବନା କମ୍ ହୋଇପାରେ, କିନ୍ତୁ ବହୁତ ଗମ୍ଭୀର ଅଟେ ।' ଏହି ପୋଷ୍ଟଟି ପ୍ୟୁର୍ଟୋରିକୋରେ ପ୍ରାଥମିକ ନିର୍ବାଚନରେ ହୋଇଥିବା ଭୋଟିଂ ଅନିୟମିତତାକୁ ଲକ୍ଷ୍ୟ କରି ଲେଖାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ....ବାଚସ୍ପତି ପଦ ପାଇଁ ଟିଡିପି ପ୍ରାର୍ଥୀଙ୍କୁ ସମର୍ଥନ କରିବ ଇଣ୍ଡିଆ ମେଣ୍ଟ ! - Sanjay Raut Comment on Speaker Post
ଏହି ପୋଷ୍ଟର ଦାବି ଉପରେ ଚନ୍ଦ୍ରଶେଖର ସମ୍ପୂର୍ଣ୍ଣ ଭାବେ ଖାରଜ କରିବା ସହ ଟେସଲା ସିଇଓଙ୍କୁ ଭାରତ ଆସି କିଛି ଜ୍ଞାନ ଆହରଣ କରିବାକୁ ଉପଦେଶ ଦେଇଛନ୍ତି । ସେ କହିଛନ୍ତି, "ଏହା ଏକ ବହୁତ ବଡ଼ ସାମାନ୍ୟ କଥା ଟିଏ, ଯାହାର ଅର୍ଥ ହେଲା କେହି ବି ସୁରକ୍ଷିତ ଡିଜିଟାଲ ହାର୍ଡୱେର ନିର୍ମାଣ କରିପାରିବେ ନାହିଁ । ମସ୍କଙ୍କ ଦୃଷ୍ଟିକୋଣ ଆମେରିକା ଓ ଅନ୍ୟ ସ୍ଥାନରେ ଲାଗୁ ହୋଇପାରେ, ଯେଉଁଠି ସେ ଇଣ୍ଟରନେଟ ସହ ଜଡିତ ଭୋଟିଂ ମେସିନ ନିର୍ମାଣ କରିବା ପାଇଁ ନିୟମିତ କମ୍ପ୍ୟୁଟିଙ୍ଗ ପ୍ଲାଟଫର୍ମର ବ୍ୟବହାର କରନ୍ତି ।"
ଏହା ସହ ଚନ୍ଦ୍ରଶେଖର କହିଛନ୍ତି ଯେ ଭାରତୀୟ ଇଭିଏମ ଗୁଡିକ କଷ୍ଟମ ଡିଜାଇନଯୁକ୍ତ । ଏହା ସୁରକ୍ଷିତ ହେବା ସହ କୌଣସି ବି ମିଡିଆ ଓ ନେଟୱର୍କ ଠାରୁ ଭିନ୍ନ ଅଟେ । କୌଣସି ବ୍ଲୁଟୁଥ ନାହିଁ, ୱାଇଫାଇ ନାହିଁ, କନେକ୍ଟିଭିଟି ନାହିଁ, ଇଣ୍ଟରନେଟ ମଧ୍ୟ ନାହିଁ । ଇଭିଏମ ଗୁଡିକ ଭାରତରେ ନିର୍ମାଣ ହେବା ସହ ଡିଜାଇନ ମଧ୍ୟ ହୋଇଥାଏ, ତେଣୁ ଆମେ ଏକ ଟ୍ୟୁଟୋରିଆଲ ଚଳାଇ ବେଶ ଖୁସି ଅନୁଭବ କରୁଛୁ ବୋଲି କହିଛନ୍ତି ଚନ୍ଦ୍ରଶେଖର ।
ସେ ଆହୁରି ମଧ୍ୟ କହିଛନ୍ତି "ଟେକ୍ନିକାଲି ଆପଣ ଠିକ ଅଟନ୍ତି କିଛି ବି ସମ୍ଭବ । ଯଥା ଏନକ୍ରିପସନ କୋଡ ଜରିଆରେ ପ୍ରୋଗ୍ରାମ ଡିକୋଡ କରାଯାଇପାରିବ । କିନ୍ତୁ ଭାରତୀୟ ଇଭିଏମ ସୁରକ୍ଷିତ ଓ ବିଶ୍ବସନୀୟ ।" ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ବି ଚନ୍ଦ୍ରଶେଖରଙ୍କୁ ପ୍ରଶ୍ନ କରିଛନ୍ତି, "ଯଦି କିଛି ବି ସମ୍ଭବ ଅଟେ ତେବେ ଭାରତୀୟ ଇଭିଏମ ହ୍ୟାକ କଣ ପାଇଁ ହୋଇ ପାରିବ ନାହିଁ ।" ରାହୁଲ ଗାନ୍ଧୀଙ୍କ ବିଷୟରେ ସେ କହିଛନ୍ତି ଯେ ଭାରତରେ ଇଭିଏମ୍ ମାନଙ୍କୁ "ବ୍ଲାକ୍ ବକ୍ସ" ବୋଲି କହିଛନ୍ତି ଏବଂ ଖବରରେ ଆସିଥିବା ଏକ ଫୋନ ଜରିଆରେ ବିଜୟୀ ଶିବସେନା ପ୍ରାର୍ଥାୀଙ୍କ ସମ୍ପର୍କୀୟ ଇଭିଏମକୁ ଅନଲକ କରିବାର କଥା ମଧ୍ୟ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ