ଓଡିଶା

odisha

ETV Bharat / bharat

ଘାଟିରେ ପୁଣି ଅବଦୁଲ୍ଲା ପରିବାରକୁ ଫେରିଲା କ୍ଷମତା, ମୁଖ୍ୟମନ୍ତ୍ରୀ ଶପଥ ନେଲେ ଓମାର

ଓମାରଙ୍କ ଶପଥ ସମାରୋହ ସରିଲା । ଏକାଠି ହେଲେ ଖଡଗେ, ରାହୁଲ, ଅଖିଳେଶ ଓ ସଞ୍ଜୟ । ରାଜ୍ୟପାହ୍ୟା ଫେରସ୍ତ ଦାବିରେ କ୍ୟାବିନେଟରେ ସାମିଲ ହେଲାନି କଂଗ୍ରେସ ।

By ETV Bharat Odisha Team

Published : 5 hours ago

ଘାଟିରେ ପୁଣି ଅବଦୁଲ୍ଲା ପରିବାରକୁ ଫେରିଲା କ୍ଷମତା, ମୁଖ୍ୟମନ୍ତ୍ରୀ ଶପଥ ନେଲେ ଓମାର
ଘାଟିରେ ପୁଣି ଅବଦୁଲ୍ଲା ପରିବାରକୁ ଫେରିଲା କ୍ଷମତା, ମୁଖ୍ୟମନ୍ତ୍ରୀ ଶପଥ ନେଲେ ଓମାର (ETV Bharat Odisha)

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁଣି ଥରେ ଆରମ୍ଭ ହୋଇଛି ଅବଦୁଲ୍ଲା ପରିବାରର କ୍ଷମତା ଯୁଗ । ଦୀର୍ଘ ୧୦ ବର୍ଷ ପରେ ହୋଇଥିବା ବିଧାନସଭା ନିର୍ବାଚନରେ ବହୁମତ ହାସଲ କରି ‘ଏନସି-କଂଗ୍ରେସ ମେଣ୍ଟ’ ସରକାର ଗଠନ କରିଛନ୍ତି । ‘ନ୍ୟାସନାଲ କନଫରେନ୍ସ’ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଶେର-ଏ କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ-ରାଜ୍ୟପାଳ ମନୋଜ ସିହ୍ନା ଓମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପୂର୍ବ ଚର୍ଚ୍ଚା ଅନୁସାରେ, କଂଗ୍ରେସ ସମର୍ଥନ ଦେଇଥିଲେ ସୁଦ୍ଧା କ୍ୟାବିନେଟରେ ଅଂଶଗ୍ରହଣ କରିନି । ଓମାର ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିସାରିଥିବା ବେଳେ ଏବେ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

  • କାର୍ଯ୍ୟକ୍ରମରେ ଥିଲେ ଏହି ଅତିଥି:-

କାର୍ଯ୍ୟକ୍ରମରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ନ୍ୟାସନାଲ କନଫରେସନ୍ସ ମୁଖ୍ୟ ତଥା କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ, ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତା ତଥା ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ, ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ :-ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଲିଗାସି ଲଢେଇ ଓ ପିଢିଗତ ପରିବର୍ତ୍ତନ - Jammu Kashmir Elections

ସମ୍ପତ୍ତି ୨୯ ହଜାର, ମୁଣ୍ଡ ଉପରେ ୨ ଲକ୍ଷ ଋଣ: ଡୋଡାରୁ ବିଜୟୀ, କିଏ ଏହି ଆପ ପ୍ରାର୍ଥୀ ?

  • ରାଜ୍ୟପାହ୍ୟା ନଫେରିବା ବିରୋଧରେ କ୍ୟାବିନେଟରେ ସ୍ଥାନ ଗ୍ରହଣ କଲାନି କଂଗ୍ରେସ:-

ଓମାର କ୍ୟାବିନେଟରେ କୌଣସି ପୋର୍ଟଫୋଲିଓ ଗ୍ରହଣ କରିନଥିବା କଂଗ୍ରେସର ସ୍ପଷ୍ଟୀକରଣ ମଧ୍ୟ ସାମ୍ନାକୁ ଆସିଛି । ଜମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି (SKICC) ମୁଖ୍ୟ ତାରିକ ହମିଦକର କହିଛନ୍ତି, କଂଗ୍ରେସ ଦଳ ବର୍ତ୍ତମାନ ଜମ୍ମୁ କାଶ୍ମୀର ସରକାରର କ୍ୟାବିଟନେରେ ଯୋଗ ଦେଉନାହିଁ । ଜମ୍ମୁ କାଶ୍ମୀରକୁ ରାଜ୍ୟ ପାହ୍ୟା ଫେରାଇବା ପାଇଁ ଦଳ କେନ୍ଦ୍ର ନିକଟରେ ଦାବି କରିଛି । ଏହାର ପ୍ରତିବାଦ ସ୍ବରୂପ ଦଳ କ୍ୟାବିନେଟରେ ଅଂଶଗ୍ରହଣ କରିନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ସଭାରେ ଏହା ଅନେକ ଥର କାଶ୍ମୀରକୁ ରାଜ୍ୟପାହ୍ୟା ଫେରାଇବା ନେଇ ପ୍ରତିଶୃତି ଦେଇଛନ୍ତି । କିନ୍ତୁ ରାଜ୍ୟ ମାନ୍ୟତା ଫେରିଲା ନାହିଁ । ଏ ସମ୍ପର୍କରେ କଂଗ୍ରେସ ତାର ଲଢେଇ ଜାରିରଖିବ ।

ଏହା ମଧ୍ୟ ପଢନ୍ତୁ;- ଆଜି ଓମାରଙ୍କ ଶପଥ, କ୍ୟାବିନେଟରେ ସାମିଲ ହେବନି କଂଗ୍ରେସ !

ଏହା ମଧ୍ୟ ପଢନ୍ତୁ :- ୬ ବର୍ଷ ପରେ ଜାମ୍ମୁ-କାଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ, ଆରମ୍ଭ ହେବ ଅବଦୁଲ୍ଲା ଯୁଗ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details