ହାଇଦ୍ରାବାଦ:ପ୍ରକାଶ ପାଇଲା NEET-UGର ସାନିପରୀକ୍ଷା ଫଳ । 1563 ଗ୍ରାସ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କର ପୁଣି ଥରେ ପରୀକ୍ଷା କରାଇ ଆଜି ‘ଏନଟିଏ’ ଫଳ ପ୍ରକାଶ କରିଛି । ସଂସ୍ଥାର ଅଫିସିଆଲ ଓ୍ବେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଛି । ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀ ସେମାନଙ୍କର ଆପ୍ଲିକେସନ ନମ୍ବର ଲଗଇନ୍ କରି ଫଳାଫଳ ଜାଣିପାରିବେ । ତେବେ ମୋଟ 6ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିବା ବେଳେ ଗ୍ରେସ ମାର୍କ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିନଥିଲେ । ଚଳିତମାସ 23 ତାରିଖରେ ହୋଇଥିବା ଏହି ପୁନଃପରୀକ୍ଷାରେ 1563 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 813 ସାମିଲ ହୋଇଥିଲେ ।
ଆଜି ପ୍ରକାଶିତ ସାନିପରୀକ୍ଷା ଫଳରେ କେହି ଜଣେ ହେଲେ ଶତପ୍ରତିଶତ ବା 720 ମାର୍କ ରଖିବାରେ ସକ୍ଷମ ହୋଇନାହାନ୍ତି । ସମସ୍ତଙ୍କ ସ୍କୋର 680ରୁ ଅଧିକ ରହିଛି । ଆଜିର ରିଭାଇଜଡ୍ ଫଳାଫଳ ଓ ପୂର୍ବରୁ ପ୍ରକାଶ ପାଇଥିବା ଅବଶିଷ୍ଟ ଫଳାଫଳକୁ ଦେଖିଲେ ଟପ୍ପରଙ୍କ ସଂଖ୍ୟା 67ରୁ 61କୁ ହ୍ରାସ ପାଇଛି । ଆନୁପାତିକ ଭାବେ ଦେଖିବାକୁ ଗଲେ ଶତପ୍ରତିଶତ ମାର୍କ ପାଇଥିବା 6ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 5ଜଣ ଏହି ପୁନଃପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ଶତିଶଗଡରୁ ସର୍ବାଧିକ 602 ପରୀକ୍ଷାର୍ଥୀ ଏହି ତାଲିକାରେ ଥିବା ସେମାନଙ୍କ ମଧ୍ୟରୁ 291 ଜଣ ପୁନଃପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ସେହିପରି ହରିୟାଣାର 494 ରୁ 287 ପ୍ରାର୍ଥୀ, ମେଘାଳୟରୁ 234 ପ୍ରାର୍ଥୀ ଗୁଜୁରାଟରୁ ଜଣେ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ଚଣ୍ଡିଗଡରେ ଥିବା ଏକମାତ୍ର ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିନଥିଲେ ।
କେମିତି ଜାଣିବେ ପରୀକ୍ଷା ଫଳ:-
- ଜାତୀୟ ପରୀକ୍ଷା ସଂସ୍ଥା (NTA) ଓ୍ବେବସାଇଟ exams.nta.ac.in/NEET ଭିଜିଟ କରନ୍ତୁ
- ‘NEET UG re-exam results 2024’ ଉପରେ କ୍ଲି କରନ୍ତୁ
- ଅପ୍ଲିକେଶନ ନମ୍ବର, ଜନ୍ମ ତାରିଖ ଓ ସିକ୍ୟୁରିଟି ପିନ ମାଧ୍ୟମରେ ଲଗଇନ କରନ୍ତୁ
- ଏବେ ଏକ ନୂଆ ଇଣ୍ଟରଫେସରେ ଫଳାଫଳ ଉପଲବ୍ଧ ହେବ
- ଡାଉନଲୋଡ କିମ୍ବା ସେଭ କରନ୍ତୁ