ଓଡିଶା

odisha

ନୋଟବନ୍ଦୀରେ ଟଙ୍କା ବଦଳାଇ ନପାରି ପୋତି ଦେଇଥିଲେ ନକ୍ସଲ ! ଓଡିଶା-ଛତିଶଗଡ ସୀମାରୁ ଉଦ୍ଧାର ହେଲା ମାରଣାସ୍ତ୍ର ସହ 38 ଲକ୍ଷ - 38 lakh recovered from Naxal camp

By ETV Bharat Odisha Team

Published : Aug 14, 2024, 12:05 PM IST

Naxals buried money during demonetization: ଜଙ୍ଗଲ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ପୋତିଥିଲେ ନକ୍ସଲ । ନୋଟବନ୍ଦୀ ବେଳେ ଟଙ୍କା ପରିବର୍ତ୍ତନ କରିପାରିନଥିଲେ । ଜବତ ଟଙ୍କା ମଧ୍ୟରେ ରହିଛି 2ହଜାର ଓ 5ଶହ ଟଙ୍କିଆ ଏକାଧିକ ବଣ୍ଡଲ । ବିପୁଳ ମାରଣାସ୍ତ୍ର ମଧ୍ୟ ଜବତ । ଅଧିକ ପଢନ୍ତୁ

ନୋଟବନ୍ଦୀ ବେଳେ ଟଙ୍କା ବଦଳାଇ ନପାରି ପୋତିଥିଲେ ନକ୍ସଲ ! ଓଡିଶା-ଛତିଶଗଡ ସୀମାରୁ ମାଟିତଳୁ ଉଦ୍ଧାର ହେଲା ବିସ୍ଫୋରକ ସହ 38 ଲକ୍ଷ
ନୋଟବନ୍ଦୀ ବେଳେ ଟଙ୍କା ବଦଳାଇ ନପାରି ପୋତିଥିଲେ ନକ୍ସଲ ! ଓଡିଶା-ଛତିଶଗଡ ସୀମାରୁ ମାଟିତଳୁ ଉଦ୍ଧାର ହେଲା ବିସ୍ଫୋରକ ସହ 38 ଲକ୍ଷ (ETV Bharat Odisha)

ମାଲକାନଗିରି: ନୋଟବନ୍ଦୀ ବେଳେ ଟଙ୍କା ପରିବର୍ତ୍ତନ କରିପାରନଥିଲେ ନକ୍ସଲ । ବାଧ୍ୟ ହୋଇ ଜଙ୍ଗଲ ମଧ୍ୟରେ କ୍ୟାମ୍ପରେ ନକ୍ସଲ ଫଣ୍ଡିଂରୁ ସଂଗ୍ରହ ହୋଇଥିବା ପୁରୁଣା 2ହଜାର ଟିଙ୍କିଆ ନୋଟକୁ ମାଟି ତଳେ ପୋତି ଦେଇଥିଲେ । ସେ ବି ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା । ଓଡିଶା- ଛତିଶଗଡ ସୀମାନ୍ତ ଧନତରୀ ଓ ଗରିଆବନ୍ଧ ନିକଟବର୍ତ୍ତୀ ଜଙ୍ଗଲରେ ପୋଲିସ ଅପରେସନ ବେଳେ ନକ୍ସଲଙ୍କ ଏପରି କାର୍ଯ୍ୟକଳାପର ପ୍ରମାଣ ମିଳିଛି । ଗତକାଲି ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷାବାହିନୀର ମିଳିତ ଅପରେସନରେ ଓଡିଶା ରାଜ୍ୟ କମିଟିର ଧନନ୍ତରୀ-ଗରିଆବନ୍ଦ-ନୂଆପଡା ଡିଭିଜନର ମାଓବାଦୀମାନେ ଲୁଚାଇ ରଖିଥିବା ୩୮ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ମାରଣାସ୍ତ୍ର, ବିସ୍ଫୋରକ ଜବତ ହୋଇଛି ।

ନୋଟବନ୍ଦୀ ବେଳେ ଟଙ୍କା ବଦଳାଇ ନପାରି ପୋତିଥିଲେ ନକ୍ସଲ ! ଓଡିଶା-ଛତିଶଗଡ ସୀମାରୁ ମାଟିତଳୁ ଉଦ୍ଧାର ହେଲା ବିସ୍ଫୋରକ ସହ 38 ଲକ୍ଷ (ETV Bharat Odisha)
  • ମିଳିଲା ବିଡା ବିଜା 2 ହଜାର ଟଙ୍କିଆ ନୋଟ

ଜବତ ଟଙ୍କା ମଧ୍ୟରେ ଏକାଧିକ ବିଡା କେବଳ ପୁରୁଣା 2 ହଜାର ଟଙ୍କିଆ ରହିଛି । ଯାହା 2016 ରେ କେନ୍ଦ୍ର ସରକାରଙ୍କ ଦ୍ବାରା ନୋଟବନ୍ଦୀ ବେଳେ ଅଚଳ ଘୋଷଣା କରାଯାଇଥିଲା । ଜବତ ଟଙ୍କାର ପରିମାଣ ପ୍ରାୟ 28 ଲକ୍ଷ ହେବା ନେଇ ପ୍ରାଥମିକ ଭାବେ ଗଣତି କରାଯାଇଛି । ଏଥିରେ ୬ ବଣ୍ଡଲ ୨ ହଜାର ଟଙ୍କିଆ ନୋଟ, ୫ ଶହ ଟଙ୍କିଆ ନୋଟ ୫୨ ବଣ୍ଡଲ ରହିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି । ଏହା ସହ ବିପୁଳ ପରିମାଣର ମାରଣାସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ମଧ୍ୟ ସୁରକ୍ଷାବଳ ହାତରେ ଲାଗିଛି ।

ନୋଟବନ୍ଦୀ ବେଳେ ଟଙ୍କା ବଦଳାଇ ନପାରି ପୋତି ଦେଇଥିଲେ ନକ୍ସଲ ! ଓଡିଶା-ଛତିଶଗଡ ସୀମାରୁ ଉଦ୍ଧାର ହେଲା ମାରଣାସ୍ତ୍ର ସହ 38 ଲକ୍ଷ (ETV Bharat Odisha)
  • ଓଡିଶା-ଛତିଶଗଡ ସୀମାରେ ସଫଳତା:-

ଧନନ୍ତରୀ ଓ ଗରିଆବନ୍ଦ ସୀମାନ୍ତ ଗୋବରା ଓ ପେଣ୍ଡ୍ରା ଜଙ୍ଗଲରେ ପ୍ରାୟ ପ୍ରାୟ ଦଶ ଫୁଟ ଗାତ ଖୋଳି ସେଥିରେ ଏହି ଟଙ୍କା ଓ ମାରଣାସ୍ତ୍ର ରଖାଯାଇଥିଲା । ଫଳରେ ସେଠାରେ ପୂର୍ବରୁ ନକ୍ସଲ କ୍ୟାମ୍ପ ଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ଏହା ସହ ବିସ୍ଫୋରଣରେ ବ୍ୟବହୃତ ବିଭିନ୍ନ ଉପକରଣ ଓ ଟିଫିନ ବୋମା ପରି ସାମଗ୍ରୀ ମଧ୍ୟ ରହିଛି । ପୁଞ୍ଜିପତି, ଠିକାଦାର ଏବଂ ଧନୀ ଶ୍ରେଣୀର ଲୋକଙ୍କ ଠାରୁ ଆଦାୟ ହୋଇଥିବା ଏହି ଟଙ୍କାକୁ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଗୋଳାବାରୁଦ,ବନ୍ଧୁକ ଇତ୍ୟାଦି କିଣିବାରେ ଖର୍ଚ୍ଚ କରିଥାନ୍ତେ ବୋଲି ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ପଶ୍ଚିମବଙ୍ଗରେ ଅଟକ ଶତାଧିକ ଓଡ଼ିଆ ଫେରିଲେ, ପୋଲିସ ଓ ପ୍ରଶାସନର ଉଦ୍ୟମରେ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ - DETAINED ODIA PEOPLE RETURNED

ଜବତ ମାରଣାସ୍ତ୍ର ଓ ବିସ୍ଫୋରକ ମଧ୍ୟରେ ସେହି ଡମ୍ପରେ ୨୩ଟି ବିଜିଏଲ,୨ଟି ଟିଫିନ ବୋମା,୧୩ଟି ଡିଟୋନେଟର,ଗୋଟିଏ ବଣ୍ଡଲ ଫ୍ୟୁଜ ତାର,ଦୁଇ କିଲୋ ଖୋଲା ବାରୁଦ,ସେଂସର ରିମୋଟ,ବିଦ୍ୟୁତ ତାର, ମାଓ ପୋଷାକ, କଳା ପୋଷାକ ସହ ବୋମା ତିଆରି ଜିନିଷ ମହଜୁଦ ରହିଥିଲା । ପୁଲିସ ଓ ‘ସିଆରପିଏଫ’ର ମିଳିତ ଚଢାଉରେ ଏହି ସଫଳତା ମିଳିଥିବା ପୁଲିସ କହିଛି । ଏବେ ବି ଏହି ଅଂଚଳର ବିଭିନ୍ନ ସ୍ଥାନରେ ନକ୍ସଲ ବିସ୍ଫୋରକ ସହ ଟଂକା ଲୁଚାଇ ରଖିଥାଇପାରନ୍ତି ବୋଲି କୁହାଯାଇଛି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details