ଓଡିଶା

odisha

ETV Bharat / bharat

ବିବାଦୀୟ ବୟାନ, ତେଲେଙ୍ଗାନା ମନ୍ତ୍ରୀଙ୍କ ବିରୋଧରେ ମାନହାନୀ ମାମଲା - Nagarjuna Files Defamation Case - NAGARJUNA FILES DEFAMATION CASE

Nagarjuna Files Defamation Case: ତେଲେଙ୍ଗାନା ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ବିରୋଧରେ ମାନହାନୀ ମାମଲା । ଜାଣନ୍ତୁ କାରଣ

Nagarjuna Files Defamation Case
Nagarjuna Files Defamation Case (ETV Bharat Odisha)

By ETV Bharat Odisha Team

Published : Oct 3, 2024, 10:26 PM IST

ହାଇଦ୍ରାବାଦ:ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ବିବାହ ବିଚ୍ଛେଦକୁ ନେଇ ବିବାଦୀୟ ବୟାନକୁ ନେଇ ତେଜୁଛି ବିବାଦ । କଂଗ୍ରେସ ନେତ୍ରୀ ତଥା ତେଲେଙ୍ଗାନା ସରକାରଙ୍କ ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ବିରୋଧରେ ମାନହାନୀ ମାମଲା ଦାଏର କଲେ ସାଉଥ ସୁପରଷ୍ଟାର ନାଗାର୍ଜୁନ । ଏହାକୁ ନେଇ ତେଲେଙ୍ଗାନାର ନାମପଲ୍ଲୀ କୋର୍ଟରେ ମାମଲା ଦାଏର କରିଛନ୍ତି । ମନ୍ତ୍ରୀ ବୟାନ ଦେଇଥିଲେ କି ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦ ପାଇଁ ଭାରତୀୟ ରାଷ୍ଟ୍ର ସମିତି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ କେଟି ରାମାରାଓ ଦାୟୀ । ଏହାକୁ ନେଇ ବିବାଦ ଦେଖା ଦେବା ପରେ କ୍ଷମାପ୍ରାର୍ଥନା କରିଥିଲେ ମନ୍ତ୍ରୀ ।

ନାଗାର୍ଜୁନ ନିଜ ଅଭିଯୋଗରେ କହିଛନ୍ତି କି, ମନ୍ତ୍ରୀ କୋଣ୍ଡା ସୁରେଖା ସାଧାରଣ ଜନତାଙ୍କ ମଧ୍ୟରେ ଢେର୍‌ ପ୍ରଭାବ ରଖନ୍ତି । ରାଜନୀତିରେ ତାଙ୍କର ବେଶ ଦବଦବା ରହିଛି । ସେ ରଖୁଥିବା ମନ୍ତବ୍ୟ ବେଶ ପ୍ରଭାବଶୀଳ । କିନ୍ତୁ ଗତ କିଛି ହେବ ସେ ଗଣମାଧ୍ୟମ ସହ ଆଲୋଚନା ବେଳେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ବ୍ୟକ୍ତିଗତ ଜୀବନଙ୍କୁ ନେଇ ମନ୍ତବ୍ୟ ଦେଲେ ତାହାକୁ କଦାପି ସ୍ବୀକାର କରାଯାଇନପାରେ । ଏନେଇ ନାଗା ଚୈତନ୍ୟ ସୋସିଆଲ ମିଡିଆ Xରେ ଏକ ମାନହାନୀ ଏକ କପି ସେୟାର କରିଛନ୍ତି ।

Nagarjuna Files Defamation Case (ETV Bharat Odisha)

ମନ୍ତ୍ରୀ କଣ ଦେଇଥିଲେ ବୟାନ ?

ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା ବୟାନ ଦେଇଥିଲେ କି ନାଗା ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦ ପାଇଁ କେଟିଆର ଦାୟୀ । ଏହାକୁ ନେଇ ବିବାଦ ଦେଖାଦେଇଥିଲା । ସବୁଠି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ସାମନ୍ଥା କହିଥିଲେ କି, ବିବାହ ବିଚ୍ଛେଦ ମୋ ବ୍ୟକ୍ତିଗତ ମାମଲା । ଏହା ଉପରେ ଆଲୋଚନା ନକରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି । ଏଥିସହ ନାଗାର୍ଜୁନଙ୍କ ପରିବାର ମଧ୍ୟ ମନ୍ତ୍ରୀଙ୍କ ବୟାନକୁ ନେଇ ତୀବ୍ର ସମାଲୋଚନା କରିଥିଲେ ।

କ୍ଷମା ମାଗିଥିଲେ ମନ୍ତ୍ରୀ ?

ବିବାଦ ଦେଖା ଦେବା ପରେ ବୟାନକୁ ନେଇ କ୍ଷମା ମାଗିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ‘ଆଦରଣୀୟ ଅଭିନେତ୍ରୀ ସାମନ୍ଥାଙ୍କ ଭାବନାକୁ ଆଘାତ ପହଞ୍ଚାଇବା ମୋ ଉଦ୍ଦେଶ୍ୟ ନୁହେଁ । ଯେଉଁ ପରି ଭାବେ ଆପଣ ଆତ୍ମବଳ ସହ ଆଗକୁ ବଢୁଛନ୍ତି ତାହା କେବଳ ମୋର ପସନ୍ଦ ନୁହେଁ ଜଣେ ରୋଲ ମଡେଲ ମଧ୍ୟ । ଯଦି ଆପଣଙ୍କୁ ମୋ ବୟାନ ଦୁଃଖିତ କରିଛି ଜଣେ ପ୍ରଶଂସକ ହିସାବରେ ମୋ ମନ୍ତବ୍ୟକୁ ମୁଁ ଫେରାଇ ନେଉଛି ।’

କେବେ ହୋଇଥିଲା ଛାଡପତ୍ର ?

ଦକ୍ଷିଣ ଭାରତ ସିନେମା ଜଗତରେ ଏକଦା ପାୱାର କପଲ ଭାବେ ଜଣାଶୁଣା ଥିଲେ ସାମନ୍ଥା ଓ ନାଗା ଚୈତନ୍ୟ । 2021 ମସିହାରେ ଉଭୟେ ଛାଡପତ୍ର ନେଇ ଘୋଷଣା କରିଥିଲେ । ଏହାପରେ ଗତ ଅଗଷ୍ଟରେ ନାଗା ଚୈତନ୍ୟ ସୋଭିତା ଧୁଲିପାଲାଙ୍କ ସହ ନିର୍ବନ୍ଧ କରିଛନ୍ତି । ଏହାରି ମଧ୍ୟରେ ମନ୍ତ୍ରୀଙ୍କ ଏପରି ବୟାନକୁ ନେଇ ରାଜନୀତି ବେଶ ସରଗରମ ରହିଛି ।

ଏହା ମଧ୍ୟ ପଢନ୍ତୁ:

ନାଗା ଚୈତନ୍ୟଙ୍କୁ ଛାଡପତ୍ର ପରେ ବିବାହର ସ୍ମୃତି ହଟାଇଲେ ସାମନ୍ଥା

ସରିଲା ନାଗା ଚୈତନ୍ୟ-ଶୋଭିତା ଧୂଲିପାଲାଙ୍କ ନିର୍ବନ୍ଧ, ଖୁବଶୀଘ୍ର କରିବେ ବିବାହ

ସାମନ୍ଥାଙ୍କ ଜୀବନକୁ ପ୍ରଭାବିତ କରିଛି ଏହି ସବୁ ଘଟଣା, କଲେ ଖୁଲାସା

ABOUT THE AUTHOR

...view details