ଓଡିଶା

odisha

ETV Bharat / bharat

ଶୋଇଥିବା ବେଳେ ଲାଗିଲା ନିଆଁ, 3 ଶିଶୁଙ୍କ ସମେତ ଗୋଟିଏ ପରିବାରର 7 ଜୀବନ୍ତ ଦଗ୍ଧ - Fire Breaks Out - FIRE BREAKS OUT

ସଟସର୍କିଟରୁ ନିଆଁ ଲାଗି ଗୋଟିଏ ପରିବାର ଉଚ୍ଛନ୍ନ । ତିନି ଶିଶୁଙ୍କ ସମେତ 7 ଜଣ ଜୀବନ୍ତ ଜଳିଗଲେ ।

ଶୋଇଥିବା ବେଳେ ଲାଗିଲା ନିଆଁ, 3 ଶିଶୁଙ୍କ ସମେତ ଗୋଟିଏ ପରିବାରର 7 ଜୀବନ୍ତ ଦଗ୍ଧ
ଶୋଇଥିବା ବେଳେ ଲାଗିଲା ନିଆଁ, 3 ଶିଶୁଙ୍କ ସମେତ ଗୋଟିଏ ପରିବାରର 7 ଜୀବନ୍ତ ଦଗ୍ଧ (ETV Bharat Odisha)

By ETV Bharat Odisha Team

Published : Oct 6, 2024, 11:15 AM IST

Updated : Oct 6, 2024, 12:09 PM IST

ମୁମ୍ବାଇ: ମହାରାଷ୍ଟ୍ର ଚେମ୍ବୁରରେ ଥିବା ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗୋଟିଏ ପରିବାରର 3 ଶିଶୁଙ୍କ ସମେତ ମୋଟ 7 ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେମାନେ ସମସ୍ତେ ଶୋଇଥିବା ବେଳେ ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି । ଫଳରେ ସେମାନେ ଘରୁ ବାହାରି ନପାରି ନିଆଁରେ ଫସି ଯାଇଥିଲେ ।

  • ଜଳିଗଲା ପୂରା ପରିବାର:

ମୃତକମାନେ ପ୍ୟାରିସ ଗୁପ୍ତା (7), ନରେନ୍ଦ୍ର ଗୁପ୍ତା (10), ମଞ୍ଜୁପ୍ରେମ ଗୁପ୍ତା (30), ପ୍ରେମ ଗୁପ୍ତା (30) ଏବଂ ଅନୀତା ଗୁପ୍ତା (30) ଙ୍କ ସହ ଅନ୍ୟ ଦୁଇଜଣ ଚିହ୍ନଟ ହୋଇଛନ୍ତି । ସୂଚନା ପାଇଁ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ସମସ୍ତଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଯାଇଥିଲା । ମାତ୍ର ସେତେବେଳକୁ ସମସ୍ତଙ୍କ ମୃତ୍ୟୁ ହୋଇସାରିଥିଲା ।

  • କିପରି ଘଟିଲା ଅଗ୍ନିକାଣ୍ଡ :

ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ସାଢେ 5ଟାରେ ମହାରାଷ୍ଟ୍ରର ତେମ୍ବୁର ଅଞ୍ଚଳର ଗାଏକଓ୍ବାଡ ମାର୍ଗରେ ଥିବା ସିଦ୍ଧାର୍ଥ କଲୋନୀରେ ଏହି ଅଘଟଣ ଘଟିଛି । ପାରିପାର୍ଶ୍ବିକ ସ୍ଥିତି ଓ ପ୍ରାଥମିକ ତଦନ୍ତରେ ଏହା ଏକ ସର୍ଟସର୍କିଟଜନିତ ଅଗ୍ନିକାଣ୍ଡ ବୋଲି ସନ୍ଦେହ କରାଯାଉଛି । ବିଲ୍ଡିଂର ତଳ ମହଲାରେ ଏକ ଦୋକାନ ଥିଲା ବେଳେ ଉପର ମହଲାରେ ଏହି ପରିବାର ରହୁଥିଲା । ସଟସର୍କିଟ କାରଣରୁ ନିଆଁ ଲାଗିବା ପରେ ଘରେ ଶୋଇଥିବା ଏହି ପରିବାର ଜାଣିପାରିନଥିଲେ । କିଛି ସମୟ ବ୍ୟବଧାନ ମଧ୍ୟରେ ନିଆଁ ଅନ୍ୟତ୍ର ବ୍ୟାପୀ ଯାଇଥିଲା । ଫଳରେ ଏହି ପରିବାର ଘରୁ ବାହାରି ପାରିନଥିଲେ । ସମସ୍ତଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିଲେ ସୁଦ୍ଧା ସମସ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ପୂର୍ବତଟ ରେଳବାଇର ପୂଜା ସ୍ପେଶାଲ ଟ୍ରେନ, ଓଡ଼ିଶାର ଏହି ରୁଟରେ କରିବ ଚଳାଚଳ - Special Train

ଏହା ମଧ୍ୟ ପଢନ୍ତୁ:- ରାଜଧାନୀରେ ଗ୍ୟାସ ଲିକ୍, ସିଲ୍ ହେଲା ପଟିଆ-ଇନଫୋସିଟି ରାସ୍ତା - bhubaneswar gas leak

ଏହା ମଧ୍ୟ ପଢନ୍ତୁ:-ଏହା ମଧ୍ୟ ପଢନ୍ତୁ: ହୀରାକୁଦ ଡ୍ୟାମର ଭୂକମ୍ପ ନିରୋଧ ଶକ୍ତି କେତେ ଅଛି ? ଆସନ୍ତା 21ରେ ବିଶେଷଜ୍ଞ ଦଳର ପାଇଲଟ୍ ଷ୍ଟଡି - HIRAKUD DAM earthquake safety

ଏବେ ଅଗ୍ନିଶମ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ଭାବେ ଏହା ଏକ ସର୍ଟସର୍କିଟଜନିତ ଅଗ୍ନିକାଣ୍ଡ ବୋଲି ସ୍ପଷ୍ଟ ହୋଇଛି । ତଦନ୍ତ ରିପୋର୍ଟରୁ ପ୍ରକୃତ କାରଣ ଜଣାପଡିବ । ସ୍ଥାନୀୟ ପୌର ପ୍ରଶାସନ ମଧ୍ୟ ଘଟଣା ପରେ ଆକ୍ସନମୋଡକୁ ଆସିଛି । ଅସୁରକ୍ଷିତ ବିଲ୍ଡିଂ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ଏକ ଅନୁଧ୍ୟାନ ମଧ୍ୟ କରିବାକୁ ପୌର ପାଳିକା ପ୍ରକ୍ରିୟା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 6, 2024, 12:09 PM IST

ABOUT THE AUTHOR

...view details