ମୁମ୍ବାଇ:କାଳ ହେଲା ଓଭରଟେକ । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଅକାରଣରେ ଲିଭିଗଲା 8 ଜୀବନ ଦୀପ । ମହାରାଷ୍ଟ୍ରର ମୁମ୍ବାଇ-ଆଗ୍ରା ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାନ୍ଦବାଦ ନିକଟରେ ଯାତ୍ରୀବାହୀ ବସ-ଟ୍ରକ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଅତି କମ୍ରେ 8ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 22ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଚାନ୍ଦବାଦର ଉପଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ବସଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି ।
ସକାଳ ପ୍ରାୟ 9ଟା 15 ମିନିଟ ସମୟରେ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏହି ଭୟଙ୍କର ଦୁର୍ଘଟଣା ଯୋଗୁଁ ମୁମ୍ବାଇ-ଆଗ୍ରା ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଛି । ସୂଚନା ଅନୁସାରେ, ବସଟି ଜଲଗାଓଁରୁ ବସଇ ଅଭିମୁଖେ ଯାଉଥିଲା । ତେବେ ଓଭରଟେକ କରିବା ସମୟରେ ଧକ୍କା ହୋଇଥିବା ଜଣାପଡିଛି । ତେବେ 22ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ:ବରଯାତ୍ରୀ ଗାଡି ଉପରେ ଓଲଟି ପଡିଲା ଟ୍ରକ; ଚାଲିଗଲା ୬ ଜୀବନ - Road accident