ଓଡିଶା

odisha

ETV Bharat / bharat

ମହଙ୍ଗା ପଡିଲା ବିବାଦୀୟ ମନ୍ତବ୍ୟ, ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ନିର୍ବାଚନୀ ପ୍ରଚାର ମନା - Abhijit Gangopadhyay Controversy

MCC violation In West Bengal: ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ଆଗାମୀ ୨୪ ଘଣ୍ଟା ପାଇଁ ପ୍ରଚାର କରିବାକୁ ରୋକ ଲଗାଇଲେ ନିର୍ବାଚନ କମିଶନ । ଅଧିକ ପଢନ୍ତୁ

MCC violation In West Bengal
MCC violation In West Bengal (Getty Images)

By ETV Bharat Odisha Team

Published : May 21, 2024, 7:50 PM IST

କୋଲକାତା: ଅପମାନଜନକ ଟିପ୍ପଣୀ ପାଇଁ ନିର୍ବାଚନୀ ପ୍ରଚାର ଉପରେ ରୋକ । ଭାରତର ନିର୍ବାଚନ କମିଶନ (ଇସିଆଇ) କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ନିର୍ବାଚନୀ ପ୍ରଚାରରେ ରୋକ ଲଗାଇଛନ୍ତି । ସେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଅନ୍ତର୍ଗତ ତାମଲୁକ ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ପାଇଁ ଇସିଆଇ ଏଭଳି ପଦକ୍ଷେପ ଗ୍ରହଣ କରିଛି ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ସନ୍ଧ୍ୟା ୫ଟାଠାରୁ ବୁଧବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନିର୍ବାଚନୀ ପ୍ରଚାର କରିପାରିବେ ନାହିଁ । ନିଜ ନିର୍ଦ୍ଦେଶରେ ନିର୍ବାଚନ କମିଶନ କହିଛନ୍ତି ଯେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ଜନତାଙ୍କୁ ଭାଷଣ ଦେବା ସମୟରେ ସତର୍କ ରହିବାକୁ ଚେତାବନୀ ଦିଆଯାଇଛି । ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଅନ୍ତର୍ଗତ ଆସନ୍ତା ମେ ୨୫ ତାରିଖରେ ତାମଲୁକରେ ଭୋଟଦାନ ହେବ ।

ଏହା ମଧ୍ୟ ପଢନ୍ତୁ ...ପଦ୍ମ ଧରିଲେ ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ, କହିଲେ 'ଦୁର୍ନୀତିଗ୍ରସ୍ତ TMCକୁ ଉପାଡ଼ି ଫିଙ୍ଗି ଦେବୁ'

ନିକଟରେ ଅନଲାଇନରେ ଅଭିଜିତଙ୍କର ମମତାଙ୍କ ପ୍ରତି ଦେଇଥିବା ଅପମାନଜନକ ମନ୍ତବ୍ୟର ଭିଡିଓ ସାମନାକୁ ଆସିଥିଲା । ଯେଉଁଥିରେ ସେ ମମତା ବାନାର୍ଜୀ କେତେ ଟଙ୍କାରେ ବିକ୍ରି ହୋଇଛନ୍ତି ବୋଲି କହୁଥିବାର ଜଣାପଡିଛି । ଉକ୍ତ ଘଟଣାଟି ମେ ୧୫ ତାରିଖରେ ହଳଦିଆଠାରେ ହୋଇଥିବା ସଭାର ବୋଲି ଜଣାପଡିଛି । ନିର୍ବାଚନ କମିଶନ ଶୁକ୍ରବାର ଦିନ ଅଭିଜିତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଯାହାର ଜବାବ ଗତକାଲି ଅଭିଜିତ ଦେଇଥିଲେ । ଅନ୍ୟପଟେ ଅଭିଜିତଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ଟିଏମସି ଓ ବିଜେପି ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଯାଇଛି । ଟିଏମସି ନିର୍ବାଚନ କମିଶନଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲା ।

ଅଭିଜିତ ଗଙ୍ଗୋପାଧ୍ୟାୟଙ୍କର ଟିପ୍ପଣୀ ବିଜେପିର ମହିଳା ବିଦ୍ବେଷୀ ଚିନ୍ତାଧାରାକୁ ପ୍ରତିଫଳନ କରୁଛି ବୋଲି ଟିଏମସି ଅଭିଯୋଗ କରିଛି । ଏହା ସହ ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଇସିଆଇ । ନଡ୍ଡା ନିଜର ସମସ୍ତ ପ୍ରାର୍ଥୀମାନଙ୍କୁ ଶୃଙ୍ଖଳିତ ରହିବା ପାଇଁ ପରାମର୍ଶ ଦେବାକୁ କହିଛନ୍ତି ନିର୍ବାଚନ କମିଶନ । ସୂଚନାଯୋଗ୍ୟ ଯେ ଆସନ୍ତା ୨୫ ମେରେ ପଶ୍ଚିମବଙ୍ଗର ୮ଟି ଲୋକସଭା ଆସନରେ ନିର୍ବାଚନ ହେବାକୁ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details