ରାଞ୍ଚି:ଝାଡ଼ଖଣ୍ଡ ଜମି ଘୋଟାଲା ମାମଲାରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ । ଇଡି ସ୍କାନରକୁ ଆସିପାରନ୍ତି ଅନେକ ପ୍ରଭାବଶାଳୀ ବ୍ୟକ୍ତି । କେବଳ ହେମନ୍ତ ସୋରେନ ନୁହଁନ୍ତି, ଏଥିରେ ଆହୁରି ଅନେକ ପ୍ରଭାବଶାଳୀ ଲୋକେ ଲାଭବାନ ହୋଇଥିବା ନେଇ ଖୋଳତାଡ ବେଳେ ଜାଣିବାକୁ ପାଇଛି ଇଡି । ଜମିର ଆବଶ୍ୟକୀୟ କାଗଜପତ୍ର ହେରଫେର ମାମଲାର ଯାଞ୍ଚ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେପଟେ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ବିଚାର ବିଭାଗୀୟ ହାଜରେ ଅଛନ୍ତି ହେମନ୍ତ ସୋରେନ । ବର୍ତ୍ତମାନ ହେମନ୍ତଙ୍କ କିଛି ସହଯୋଗୀ ମଧ୍ୟ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରକୁ ଆସିଛନ୍ତି । ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ସେ ଏବେ ରାଞ୍ଚିର ବିର୍ସାମୁଣ୍ଡା କେନ୍ଦ୍ରୀୟ କାରାଗାରରେ ରହିବେ । ଏହି ବହୁଚର୍ଚ୍ଚିତ ଦୁର୍ନୀତି ମାମଲାରେ ଗିରଫଦାରୀ ସଂଖ୍ୟା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ।
ରାଞ୍ଚି ଜମି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟତୀତ ଆହୁରି ଅନେକ ନାଁ ସାମ୍ନାକୁ ଆସିଛି । ରିମାଣ୍ଡ ବେଳେ ଅଭିଯୁକ୍ତଙ୍କୁ ପଚରାଉଚରା ସମୟରେ ଏଭଳି ସାଂଘାତିକ ତଥ୍ୟ ଇଡି ହାତରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 17ଟି ଅରିଜିନାଲ ରେଜିଷ୍ଟରର ଯାଞ୍ଚ କରିଛି । ବଡଗାଇ ଅଞ୍ଚଳର ତତ୍କାଳୀନ ରାଜସ୍ୱ ଉପନୀରିକ୍ଷକ ଭାନୁ ପ୍ରସାଦ ଏହି ସ୍କାମ ସିଣ୍ଡିକେଟରେ ସହଯୋଗ କରିଥିବା ତଦନ୍ତରୁ ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ...ସରିଲା EDର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ: ବିଚାର ବିଭାଗୀୟ ଜେଲକୁ ଗଲେ ହେମନ୍ତ