ଓଡିଶା

odisha

By ETV Bharat Odisha Team

Published : Mar 3, 2024, 10:53 AM IST

ETV Bharat / bharat

ଭୂସ୍ଖଳନରେ ଭୁଶୁଡିଲା ଘର, ଚାଲିଗଲା ମାଆ ସହ ୩ ଛୁଆଙ୍କ ଜୀବନ

Jammu-Kashmir Landslide: ଜମ୍ମୁ-କାଶ୍ମୀରରେ ଅଭାବନୀୟ ଘଟଣା । ଭୂସ୍ଖଳନରେ ଘର ଭୁଶୁଡି ପଡିବାରୁ ମାଆ ସହିତ ୩ ଛୁଆଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆଜି (ରବିବାର) ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଘଟିଛି । ଭୋର୍ ସମୟରେ ଶୋଇଥିବା ଅବସ୍ଥାରେ ଭୂସ୍ଖଳନ ହେବାରୁ ଜଣେ ମାଆ ସହ ତା'ର ୩ ସନ୍ତାନଙ୍କ ମୃତ୍ୟୁ ହୋଇଛି । ମହିଳା ନିଜର ଛୁଆମାନଙ୍କ ସହିତ ନିଜ ଘରେ ଶୋଇଥିଲେ । ହଠାତ୍ ଭୂସ୍ଖଳନ ହୋଇ ଘରଟି ଭୁଶୁଡି ପଡିଥିଲା । ଫଳରେ ଭଙ୍ଗା ଘରେ ତଳେ ଚାପି ହୋଇ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ରେସି ଜିଲ୍ଲାର ମହୋରେ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ ମଧ୍ୟରେ ଜଣେ ୨ ମାସର ଶିଶୁ ରହିଥିବା ସୂଚନା ମିଳିଛି ।

ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଜାରି ରହିଛି । ଅନବରତ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମାମଲା ସାମ୍ନାକୁ ଆସୁଛି । ଏଥିରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟୁଛି । ମହୋରେ ଅଞ୍ଚଳରେ ମଧ୍ୟ ଗତ ୨୪ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହୋଇଥିଲା । ଯେଉଁଥିପାଇଁ ଆଜି ଭୋର୍ ପ୍ରାୟ ୩ଟା ସମୟରେ ଭୂସ୍ଖଳନ ଘଟି ୪ ଜଣଙ୍କ ଜୀବନ ଚାଲିଯାଇଛି । ଭୋର୍ ସମୟ ହୋଇଥିବାରୁ ପରିବାର ଲୋକେ ଘରେ ଶୋଇଥିଲେ । ଫଳରେ ଭୂସ୍ଖଳନ ବେଳେ ନିଜ ଛୁଆଙ୍କୁ ଧରି ଘରୁ ବାହାରିବା ମହିଳାଙ୍କ ପକ୍ଷେ ସମ୍ଭବ ହୋଇନଥିଲା ଏବଂ ୩ ଛୁଆଙ୍କ ସହ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା । ଏନେଇ ରେସି ଡେପୁଟି କମିଶନର ବିଶେଷ ପୌଲ ସୂଚନା ଦେଇଛନ୍ତି ।

ଅନ୍ୟପଟେ ପ୍ରବଳ ବର୍ଷା ପାଇଁ ଜମ୍ମୁ କାଶ୍ମୀରର ରାମବନ ଜିଲ୍ଲାରେ ବ୍ୟାପକ ମାତ୍ରାରେ ଜନଜୀବନ ପ୍ରଭାବିତ ହୋଇଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସାମୟିକ ଭାବେ ବନ୍ଦ ରଖାଯାଇଥିବା ବେଳେ ସ୍କୁଲ ଗୁଡିକ ଛୁଟି ଘୋଷଣା କରାଯାଇଛି । ଭୂସ୍ଖଳନ ଯୋଗୁଁ ବିଭିନ୍ନ ସ୍ଥାନରେ ଯାତାୟତ ଠପ୍ ହୋଇଯାଇଥିବା ବେଳେ ମେସିନ ସାହାଯ୍ୟରେ ରାସ୍ତା ସଫେଇ କାର୍ଯ୍ୟ କରାଯାଉଛି । ଏହାରି ମଧ୍ୟରେ ଭୂସ୍ଖଳନ ଯୋଗୁଁ ବଡ଼ ବଡ଼ ଅଘଟଣ ସାମ୍ନାକୁ ଆସୁଛି ।

ABOUT THE AUTHOR

...view details