ଓଡିଶା

odisha

ETV Bharat / bharat

ଶିଖ୍‌ ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ ଆକ୍ଷେପ ! ବିଜେପି ଉପରେ ବର୍ଷିଲେ ମମତା - West Bengal violence

Mamata Banerjee Hits Out After BJP Worker: ଶିଖ୍‌ ପୋଲିସ ଅଧିକାରୀଙ୍କୁ ବିଜେପି କର୍ମୀ ଖଲିସ୍ତାନୀ ଆକ୍ଷେପ କରିଥିବା ଅଭିଯୋଗ । ଭିଡିଓ ସେୟାର କରି ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ । ଅଧିକ ପଢନ୍ତୁ

ଶିଖ୍‌ ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ ଆକ୍ଷେପ ! ବିଜେପି ଉପରେ ବର୍ଷିଲେ ମମତା
ଶିଖ୍‌ ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ ଆକ୍ଷେପ ! ବିଜେପି ଉପରେ ବର୍ଷିଲେ ମମତା

By ETV Bharat Odisha Team

Published : Feb 20, 2024, 7:47 PM IST

କୋଲକାତା:ପଶ୍ଚିମବଙ୍ଗରେ ସନ୍ଦେଶଖାଲି ହିଂସା ମାମଲାରେ ରାଜନୈତିକ ତାତି ଜାରି ରହିଛି । ଆଜି ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀମାନେ ଆନ୍ଦୋଳନ ବେଳେ ଜଣେ ଶିଖ ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ କହି ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଏକ ଭିଡିଓ ଟ୍ବିଟ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି । ବିଜେପି ସମସ୍ତ ସାମ୍ବିଧାନିକ ସୀମା ଅତିକ୍ରମ କରିସାରିଛି । କ’ଣ ପଗଡି ପିନ୍ଧିଥିବା ପ୍ରତ୍ୟେକ ବ୍ୟକ୍ତି ଖଲିସ୍ତାନୀ ? ବିଜେପି ବିଭାଜନ ରାଜନୀତି କରୁଛି ବୋଲି କହି ମମତା କଡା ଭାଷାରେ ସମାଲୋଚନା କରିଛନ୍ତି ।

ମମତା ଏ ସମ୍ପର୍କରେ ଏକ ଭିଡିଓ ‘ଏକ୍ସ’ରେ ପୋଷ୍ଟ ଦୀର୍ଘ ସମାଲୋଚନାମୂଳକ କ୍ୟାପସନ ଲେଖିଛନ୍ତି । ମମତା କହିଛନ୍ତି,‘‘ କ’ଣ ପଗଡି ପିନ୍ଧିଥିବା ପ୍ରତ୍ୟେକ ବ୍ୟକ୍ତି ଖଲିସ୍ତାନୀ ? ବିଜେପି ବିଭାଜନ ରାଜନୀତି କରୁଛି । ଏପରି ମନ୍ତବ୍ୟ ଆମ ଶିଖ ସମ୍ପ୍ରଦାୟର ଭାଇ ଓ ଭଉଣୀଙ୍କ ପ୍ରତିବଦ୍ଧତା ଓ ପ୍ରତିଷ୍ଠାକୁ ଆଘାତ ପହଞ୍ଚାଇଛି । ସେମାନଙ୍କର ଦେଶ ପ୍ରତି ତ୍ୟାଗ ଓ ବଳିଦାନ ରହିଛି । ଆମେ ବଙ୍ଗର ସାମ୍ପ୍ରଦାୟିକ ସଦଭାବନାକୁ ବଜାୟ ରଖିବା ପାଇଁ ଉଦ୍ୟମ ଜାରି ରଖିଛୁ । ଏପରି ପ୍ରୟାସ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।’’

ଏହା ମଧ୍ୟ ପଢନ୍ତୁ:- ରାଜ୍ୟସଭା ନିର୍ବାଚନ: ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ନଡ୍ଡା ଓ ସୋନିଆ

ତେବେ ମମତା ପୋଷ୍ଟ କରିଥିବା ଭିଡିଓ ଅନୁସାରେ, ଆନ୍ଦୋଳନ କରୁଥିବା ବିଜେପି ନେତା ଓ କାର୍ମୀଙ୍କ ସହ ଜଣେ ଶିଖ ପୋଲିସ ଅଧିକାରୀଙ୍କ ପ୍ରବଳ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳୁଛି । ଅଧିକାରୀ ଜଣକ, ତାଙ୍କୁ ଖଲିସ୍ତାନୀ କହି ଆକ୍ଷେପ କରାଯାଇଥିବା କହି ବିଜେପି ନେତାଙ୍କ ଉପରେ ଅଭିଯୋଗ ଆଣୁଛନ୍ତି । ସେ କେବଳ ପଗଡି ପିନ୍ଧିଛନ୍ତି ବୋଲି, ତାଙ୍କୁ ଖଲିସ୍ତାନୀ କୁହାଯାଉଛି । କିପରି କେହି ତାଙ୍କ ଧର୍ମ ଉପରେ କହିବାକୁ ସାହାସ କରିପାରିବେ ବୋଲି ଅଧିକାରୀଜଣକ ବେଶ କ୍ରୋଧିତ ହୋଇ କହୁଛନ୍ତି । ଅପରପକ୍ଷରେ ଅଧିକାରୀଙ୍କୁ କେହି ଖଲିସ୍ତାନୀ କହିନଥିବା କେହି ବିଜେପି ଗୋଷ୍ଠୀରୁ ଜଣେ ମହିଳା କହୁଛନ୍ତି । ପଶ୍ଚିମବଙ୍ଗ ପୋଲିସ ନିଜ କର୍ତ୍ତବ୍ୟ କରୁ ବୋଲି ବିଜେପି ମହିଳା କର୍ମୀମାନେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ କହୁଥିବା ଭିଡିଓରେ ଶୁଣିବାକୁ ମିଳିଛି । ହେଲେ ଏହି ଅଭିଯୋଗରେ ସତ୍ୟତା କିମ୍ବା ଖଲିସ୍ତାନୀ ଆକ୍ଷେପର ଭିଡିଓ ସାମ୍ନାକୁ ଆସିନି । ସନ୍ଦେଶଖାଲି ମହିଳା ବିରୋଧୀ ହିଂସା ମାମଲାରେ ଗତ ସପ୍ତାହେ ଧରି ଭାରତୀୟ ଜନତା ପାର୍ଟି ତୃଣମୂଳ କଂଗ୍ରେସ ବିରୋଧରେ ଆନ୍ଦୋଳନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details