ଓଡିଶା

odisha

ETV Bharat / bharat

3 ମହଲା କୋଠାରୁ ଡେଇଁଲେ ମହାରାଷ୍ଟ୍ର ଉପବାଚସ୍ପତି, ତାପରେ... - Deputy Speaker Jumps From Building

୩ ମହଲା କୋଠାରୁ ଡେଇଁଲେ ମହାରାଷ୍ଟ୍ର ଉପବାଚସ୍ପତି ନରହରି ଝିରୱାଲା ଏବଂ ୩ ବିଧାୟକ । ସେମାନେ ସୁରକ୍ଷା ଜାଲରେ ପଡ଼ି ରକ୍ଷା ପାଇଯାଇଛନ୍ତି ।

By ETV Bharat Odisha Team

Published : 4 hours ago

Deputy Speaker Jumps From Building
Deputy Speaker Jumps From Building (ETV Bharat Odisha)

ମୁମ୍ବାଇ: ମହାରାଷ୍ଟ୍ର ସଚିବାଳୟରେ ଶୁକ୍ରବାର ଅପ୍ରତ୍ୟାଶିତ ଦୃଶ୍ୟ ଦେଖିବାକୁ ମିଳିଥିଲା । ରାଜ୍ୟରେ ଜାରି ‘ସଂରକ୍ଷଣ ବା କୋଟା’ ଆନ୍ଦୋଳନରେ ଘଡିକେ ଘୋଡା ଛୁଟିଛି । ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ ବିରୋଧରେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

3 ମହଲା କୋଠାରୁ ଡେଇଁଲେ ମହାରାଷ୍ଟ୍ର ଉପବାଚସ୍ପତି । ମହାରାଷ୍ଟ୍ର ବିଧାନସଭା ଉପ ବାଚସ୍ପତି ନରହରି ଝରିଓ୍ବାଲା ଏବଂ 3 ବିଧାୟକ ଛାତରୁ ଡେଇଁ ଜାଲରେ ପଡିଥିଲେ । ‘ଧାଙ୍ଗର’ଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନକୁ ବିରୋଧ କରି ଉପବାଚସ୍ପତି ଛାତରୁ ଡେଇଥିଲେ ।

Deputy Speaker Jumps From Building (ETV Bharat Odisha)

ଅଜିତ ପାଓ୍ବାର ଗୋଷ୍ଠୀ (ଏନସିପି)ର ଉପ ବାଚସ୍ପତି ଏବଂ ବିଜେପି ସମେତ 3 ଅନ୍ୟ ଦଳ ବିଧାୟକ ଛାତରୁ ଡେଇଥିଲେ ବି ସୁରକ୍ଷିତ ରହିଛନ୍ତି । ରାଜ୍ୟର ସର୍ବବୃହତ ପ୍ରଶାସନିକ ବିଲିଂରେ ପୋଲିସ ପ୍ରଶାସନ ପକ୍ଷରୁ ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେମାନେ ଡେଇଁବା ପରେ ଜାଲରେ ପଡିଥିଲେ ଏବଂ ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ତେବେ 2018 ମସିହାରୁ ସଚିବାଳୟରେ ଜାଲ ବନ୍ଧା ହୋଇଛି ଆତ୍ମହତ୍ୟା ଉଦ୍ୟମକୁ ପଣ୍ଡ କରିବା ପାଇଁ ।

ତେବେ ସେମାନଙ୍କ ମଧ୍ୟରୁ କାହାକୁ ଆଘାତ ଲାଗିନାହିଁ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏଥରେ ଦେଖାଯାଉକି କି, ଡେଇଁବା ପରେ ଜାଲରେ ପଡିଥିଲେ ଉପବାଚସ୍ପତି ଏବଂ ବିଧାୟକ । ପରେ ପୁଣି ଜାଲରୁ ସଚିବାଳୟକୁ ପ୍ରବେଶ କରିଥିଲେ ।

Reservation issue (ETV Bharat Odisha)

୩ ମହଲାରୁ ଡେଇଁଲେ ଉପବାଚସ୍ପତି-

  • ୩ ମହଲା କୋଠାରୁ ଡେଇଁଲେ ମହାରାଷ୍ଟ୍ର ଉପବାଚସ୍ପତି ନରହରି ଝିରୱାଲା ଏବଂ ୩ ବିଧାୟକ
  • ସେମାନେ ସୁରକ୍ଷା ଜାଲରେ ପଡ଼ି ରକ୍ଷା ପାଇଯାଇଛନ୍ତି
  • ଅନୁସୂଚିତ ଜନଜାତିଙ୍କ କେତେକ ଦାବି ପୂରଣ ପାଇଁ ସେମାନେ ଏଭଳି ପନ୍ଥା ଆପଣେଇଥିଲେ
  • ଏହା ସହିତ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତାକୁ ବିରୋଧ କରିଥିଲେ

ଆଜି ପୂର୍ବାହ୍ନରେ ଅନେକ ଆଦିବାସୀ ବିଧାୟକ ସଚିବାଳୟରେ ପ୍ରତିବାଦ କରିଥିଲେ । ଯେଉଁସମୟରେ କ୍ୟାବିନେଟ ବୈଠକ ଚାଲିଥିଲା । କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର, ଦେବେନ୍ଦ୍ର ଫଡନାଭିସ୍ ସାମିଲ ହୋଇଥିଲେ । ବର୍ତ୍ତମାନ ‘ଧାଙ୍ଗର’ ସମ୍ପ୍ରଦାୟ ବା ସମୁଦାୟଙ୍କୁ ଓବିସି ମାନ୍ୟତା ମିଳିସାରିଛି । ତେବେ ଏହି ସମ୍ପ୍ରଦାୟ ପକ୍ଷରୁ ଅନୁସୂଚିତ ଜାତି ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ରହିଛି ।

ABOUT THE AUTHOR

...view details