ଓଡିଶା

odisha

ETV Bharat / bharat

ପ୍ରୟାଗରାଜରେ ମହାକୁମ୍ଭ ମେଳା, ବାରଣାସୀ ଅଯୋଧ୍ୟାରେ ପହଞ୍ଚିଛନ୍ତି 35 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ - MAHA KUMBHA MELA 2025

ପ୍ରୟାଗରାଜରେ ମହାକୁମ୍ଭ ମେଳା। କିନ୍ତୁ ବାରଣୀସୀ ଓ ଅଯୋଧ୍ୟାରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଯେଉଁଥିପାଇଁ ଏହି ଦୁଇ ସହରରେ ଆସନ୍ତା ଫେବୃଆରୀ 5 ପର୍ଯ୍ୟନ୍ତ ସ୍କୁଲ ବନ୍ଦ ।

ବାରଣାସୀ ଅଯୋଧ୍ୟାରେ ପହଞ୍ଚିଛନ୍ତି 35 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ
ବାରଣାସୀ ଅଯୋଧ୍ୟାରେ ପହଞ୍ଚିଛନ୍ତି 35 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ (ETV Bharat)

By ETV Bharat Odisha Team

Published : Jan 28, 2025, 5:36 PM IST

ବାରଣାସୀ: ଗତ 17 ଦିନରେ ମହାକୁମ୍ଭରେ ବୁଡ ପକାଇ ସାରିଲେଣି 15 କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ । ପ୍ରଶାସନ ଅନୁମାନ କରୁଛି ଯେ ମୌନୀ ଅମାବାସ୍ୟା ପର୍ଯ୍ୟନ୍ତ 8ରୁ 10 କୋଟି ଶ୍ରଦ୍ଧାଳୁ ମହାକୁମ୍ଭ ମେଳାରେ ପହଞ୍ଚିବେ। କିନ୍ତୁ ମହାକୁମ୍ଭ ମେଳା ପାଇଁ ପ୍ରମୁଖ ତୀର୍ଥସ୍ଥଳୀ ବାରଣାସୀ ଓ ଅଯୋଧ୍ୟାରେ ଟ୍ରାଫିକ୍ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି । ମହାକୁମ୍ଭରୁ ବୁଡ ପକାଇ ବାହାରୁଥିବା ଶ୍ରଦ୍ଧାଳୁ ସିଧାସଳଖ ବାରଣାସୀ ନଚେତ ଅଯୋଧ୍ୟାରେ ପହଞ୍ଚୁଛନ୍ତି । ଏହି ଦୁଇ ସହରରେ ଏବେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟୟ । ଦୁଇଟି ସହରରେ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି ଯେ ପୋଲିସ ପ୍ରଶାସନ ନାକେଦମ ହୋଇପଡିଲେଣି । ଗତ ସୋମବାର ଅଯୋଧ୍ୟାରେ 25 ଲକ୍ଷ ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ମଙ୍ଗଳବାର ସୁଦ୍ଧା ଶ୍ରଦ୍ଧାଳୁଙ୍କ ସଂଖ୍ୟା 15 ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବାର ଅନୁମାନ କରାଯାଉଛି । ସେହିପରି ବାରଣାସୀରେ ପ୍ରତିଦିନ 15 ରୁ 20 ଲକ୍ଷ ଭକ୍ତ ପହଞ୍ଚୁଛନ୍ତି । ଏହି ଦୁଇ ସହରରେ ଆସନ୍ତା ଫେବୃଆରୀ 5 ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ ।

ବାରଣାସୀ ଅଯୋଧ୍ୟାରେ ପହଞ୍ଚିଛନ୍ତି 35 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ (ETV Bharat)
  • ବାରଣାସୀରେ ରେକର୍ଡ ଭାଙ୍ଗିଲା ଭିଡ

ମହାକୁମ୍ଭ ପ୍ରୟାଗରାଜରେ ହେଉଥିବାବେଳେ ବାରଣାସୀରେ ଭିଡ ଅସମ୍ଭାଳ ରହିଛି । ଏତେ ମାତ୍ରାରେ ଭିଡ ବର୍ତ୍ତମାନର ସବୁ ରେକର୍ଡ ଭାଙ୍ଗି ଦେଇଛି । ବାରଣାସୀର ବିଶ୍ବନାଥ ଧାମ ଓ ଘାଟରେ ଲକ୍ଷାଧିକ ସଂଖ୍ୟାରେ ଭିଡ ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଶ୍ରଦ୍ଧାଳଉଙ୍କ ସଂଖ୍ୟା 30 ରୁ 40 ଲକ୍ଷ ଛୁଇଁବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଦେବ ଦିପାବଳୀ ଠୁ ଆରମ୍ଭ କରି ଶ୍ରାବଣ ସୋମବାର ପର୍ଯ୍ୟନ୍ତ ଭିଡ ରେକର୍ଡକୁ ଭାଙ୍ଗି ଦେଇଛି ମହାକୁମ୍ଭ ଭିଡ । ପୂର୍ବରୁ ସ୍ରାବଣ ସୋମବାର ପାଇଁ ବାରଣାସୀରେ 4 ରୁ 5 ଲକ୍ଷ ଶ୍ରଦ୍ଧାଳୁ ବାରଣାସୀରେ ପହଞ୍ଚୁ ଥିବାବେଳେ ଦେବ ଦିପାବଳୀରେ 8 ରୁ 10 ଲକ୍ଷ ଲୋକେ ପହଞ୍ଚୁଥିଲେ । କିନ୍ତୁ ଏବେ ପ୍ରତିଦିନ ମହାକୁମ୍ଭ ପାଇଁ ବାରଣାସୀରେ 10 ରୁ 15 ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।

ବାରଣାସୀ ଅଯୋଧ୍ୟାରେ ପହଞ୍ଚିଛନ୍ତି 35 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ (ETV Bharat)
  • କ୍ୟୁ ଆର କୋଡ ଦେଖି କରିପାରିବେ ପାର୍କିଂ

ଭିଡ ନିୟନ୍ତ୍ରଣ ପାଇଁ ବାରଣାସୀ ପୋଲିସ ରୁଟୟ ଡାଇଭରର୍ସନର ବ୍ୟବସ୍ଥା କରିଛି । ଯେଉଁଠି ବାହାର ଗାଡି ସହରରେ ପ୍ରବେଶ ପାଇଁ ପ୍ରତିବନ୍ଧକ ରହିବ । ଏହା ସହ ପର୍ଯ୍ୟଟକଙ୍କୁ ଯେପରି କୌଣସି ସମସ୍ୟା ହେବନାହିଁ ସେଥିପାଇଁ ଏକ ସ୍ବତନ୍ତ୍ର ଗୁଗଲ ମ୍ୟାପର ପେଜ୍ ତିଆରି କରାଯାଇଛି । ଯାହାର କ୍ୟୁ ଆର କୋର୍ଡ ବାରଣାସୀ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଠିକଣା ଜଣାଇବ ।

ବାରଣାସୀ ଅଯୋଧ୍ୟାରେ ପହଞ୍ଚିଛନ୍ତି 35 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ (ETV Bharat)
  • ଫେବୃଆରୀ 5 ଯାଏଁ ସ୍ବତନ୍ତ୍ର ଆୟୋଜନ

ବାରଣାସୀ ସହରରେ ଏତେ ଭିଡ ଯେ ଭିତରେ ସୋରିଷ ରଖିବା ପାଇଁ ଜାଗା ନାହିଁ। ସହର ବାହାରେ ଗାଡି ଗୁଡିକ ଲମ୍ବା ଲାଇନରେ ଥିବାବେଳେ ସହର ଭିତରେ ପାଦ ରଖିବାକୁ ଜାଗା ନାହିଁ । ସ୍ଥିତି ଏପରି ଯେ ବିଶ୍ବନାଥ ଧାମ ଦର୍ଶନ ପାଇଁ ଭକ୍ତଙ୍କୁ 7 ରୁ 8 ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ମୌନୀ ଅମାବାସ୍ୟା ଓ ବସନ୍ତ ପଞ୍ଚମୀ ପାଇଁ ଫେବୃଆରୀ 5 ପର୍ଯ୍ୟନ୍ତ ସ୍ବତନ୍ତ୍ର ଟ୍ରାଫିକ୍ ନିୟମ ଲାଗୁ କରାଯାଇଛି । ସହର ବାହାରେ 15ଟି ପାର୍କିଂ ସ୍ଥଳୀ ରହିଛି । ବାହାର ଶ୍ରଦ୍ଧାଳୁ ସହର ସୀମାରେ ପ୍ରବେଶ କରିବା ମାତ୍ରେ ସେମାନଙ୍କ ଗାଡି ବାହାରେ ପାର୍କିଂ କରିବାକୁ ପଡିବ । ସେଠାରୁ ସେମାନଙ୍କ ପାଇଁ ଇଲେକ୍ଟ୍ରୋନିକ ସିଟି ବସର ବ୍ୟବସ୍ଥା କରାଯାଇଛି। ଘାଟ ଓ ବିଶ୍ବନାଥ ମନ୍ଦିର ସୀମାକୁ ନୋ ଭେଇକିଲ ଜୋନ କରିଦିଆ ଯାଇଛି ।

ବାରଣାସୀ ଅଯୋଧ୍ୟାରେ ପହଞ୍ଚିଛନ୍ତି 35 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ (ETV Bharat)
  • ସହର ବାହାରେ ପାର୍କିଂ ପଏଣ୍ଟ

ଆଜମଗଡ, ଜୌନପୁର ଓ ଗାଜିପୁର ପଟୁ ଆସୁଥିବା ବସକୁ ହରହୁଆ ସ୍ଥିତ ପାର୍କିଂରେ ଅଟକାଇ ଦିଆଯାଉଛି । ଏଠାରୁ ଯାତ୍ରୀ ସିଟି ବସ ଯୋଗେ ସହର ମଧ୍ୟକୁ ପ୍ରବେଶ କରି ମେମୋରିଆଲ ଗ୍ରାଉଣ୍ଡ ଆସିବେ । ଯାତ୍ରୀ ଏଠାରୁ ସିଟି ବସରେ ହରହୁଆ ପର୍ଯ୍ୟନ୍ତ ପହଞ୍ଚିବେ । ସେଠାରୁ ଯାତ୍ରୀ ସିଟି ବସ ଯୋଗେ ଆସି ସହର ମଧ୍ୟକୁ ପ୍ରବେଶ କରି ମେମୋରିଆଲ ଗ୍ରାଉଣ୍ଡ ପହଞ୍ଚିବେ ।ଏହା ସହ ସୋନଭଦ୍ର, ପ୍ରୟାଗରାଜ, ମିର୍ଜାପୁରରୁ ଆସୁଥିବା ବସ ମୋହନସରାୟ ନିକଟ ଟ୍ରାନ୍ସପୋର୍ଟ ନଗର ଗ୍ରାଉଣ୍ଡରେ ପାର୍କିଂ କରି ଯାତ୍ରୀ ସିଟି ବସ ଯୋଗେ ଚାନ୍ଦିପୁର ଯାଏଁ ଯିବେ । ଏଠାରୁ ଅଟୋରିକ୍ସା ଯୋଗେ ଘାଟ ବା ମନ୍ଦିର ଯାଏଁ ଯିବେ ।

ବାରଣାସୀ ଅଯୋଧ୍ୟାରେ ପହଞ୍ଚିଛନ୍ତି 35 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ (ETV Bharat)
  • ସହରର ଏହି ରୁଟରେ ବାହାର ଗାଡି ଯିବା ମନା

ସୋନଭଦ୍ର, ମିର୍ଜାପୁର ଓ ପ୍ରୟାଗରାଜରୁ ଆସୁଥିବା ଗାଡି ଜଗତପୁର ଇଣ୍ଟର କଲେଜରେ ଗାଡି ରଖିବେ । ଅଖରୀ ବାଇପାସ ଦେଇ ଆସୁଥିବା ଅନ୍ୟ ଜିଲ୍ଲାରୁ ଗାଡି ଗୁଡିକ ସନ୍ଥ ରବିଦାସ ମନ୍ଦିରରେ ଗାଡି ପାର୍କିଂ କରିବେ । ଆଜମଗଡ, ଜୌନପୁର ଓ ଗାଜିପୁରରୁ ଆସୁଥିବା ଗାଡି ଚୌକାଘାଟ ଗୋଲେଇ ଓ ଲକଡି ମଣ୍ଡି ତିରହା ପର୍ଯ୍ୟନ୍ତ ଆସିବେ । ସେଠାରେ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଗାଡି ପାର୍କିଂ କରିବେ । ଏହା ସହ ସହର ଭିତରେ ଚୌକା ଘାଟ ଲକଡି ମଣ୍ଡି ତିରାହାରୁ ଆଶୁଥିବାଗାଡି ରାମକଟୋରା ତିରାହା, ନାଟି ଇମଲି ହୋଇ ଡିଏଭି କଲେଜ ପାର୍କିଂ ସ୍ଥଳକୁ ଯିବେ । ଅଟୋ, ଟ୍ରାଭେଲର ଭଳି ଛୋଟ ଗାଡି ବି ସହର ଭିତରକୁ ଆସିପାରିବେ ନାହିଁ । ସୋନଭଦ୍ର, ବିଦ୍ୟାନଗର, କାଶୀ, ଚନ୍ଦୋଲୀ, ବାରଣାସୀ ଗ୍ରାମୀଣ, କ୍ୟାଣ୍ଟ ଡିପୋର ବସ ମୋହନସରାୟ, ଚାନ୍ଦପୁର, ଲହରତାରା ହୋଇ କ୍ୟାଣ୍ଟ ପର୍ଯ୍ୟନ୍ତ ଯିବେ । ଏହା ଛଡା କୌଣସି ବସ ସହରରେ ପ୍ରବେଶ କରିପାରିବେ ନାହିଁ ।

ବାରଣାସୀ ଅଯୋଧ୍ୟାରେ ପହଞ୍ଚିଛନ୍ତି 35 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ (ETV Bharat)

ଅୟୋଧ୍ୟାରେ ଲକ୍ଷ୍ମୌ ଗୋରଖପୁର ଜାତୀୟ ରାଜପଥ ବନ୍ଦ

ମହାକୁମ୍ଭରେ ସ୍ନାନ କରି ଅଯୋଧ୍ୟା ଆସୁଥିବା ଗାଡି ପାଇଁ ରାମନଗରୀରେ ଟ୍ରାଫିକ୍ ବ୍ୟବସ୍ଥା ଭୁଷୁଡି ପଡିଛି । ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ଗୋରଖପୁର-ଅଯୋଧ୍ୟା-ଲକ୍ଷ୍ନୌ ରାଜପଥକୁ ବନ୍ଦ କରି ଦେଇଛି । କେବଳ ଆବଶ୍ୟକୀୟ ସେବାକୁ ଛାଡି ଅନ୍ୟ ସମସ୍ତ ଗାଡି ପ୍ରବେଶରେ କଟକଣା ଲଗାଯାଇଛି । ବସ୍ତି ପଟୁ ଆସୁଥିବା ଗାଡି ଗୁଡିକ ଡାଇଭର୍ଟ କରାଯାଇ ପୂର୍ବାଞ୍ଚଳ ଏକ୍ସପ୍ରେସ ଓ ଗୋଣ୍ଡା କ୍ଷେତ୍ର ପଠାଇ ଦିଆଯଆଉଛି । ସେପଟେ ଲକ୍ଷ୍ନୌ ବାରବାଙ୍କୀ ପଟୁ ଆସୁଥିବା ଗାଡି ଗୁଡିକ ଗୋଣ୍ଡା ଆଡକୁ ଡାଇଭର୍ଟ କରିଦିଆ ଯାଉଛି । ସରାୟୁ ପୋଲରୁ ପ୍ରୟାଗରାଜ ମାର୍ଗ ପର୍ଯ୍ୟନ୍ତ ଜିଲ୍ଲା ସୀମା ପର୍ଯ୍ୟନ୍ତ ପାଖାପାଖି 40 କିଲୋମିଟର ଗାଡି ଗୁଡିକ ଲମ୍ବା ଲାଇନରେ ଲାଗିଛନ୍ତି । ଏହି ରାସ୍ତା ଅତିକ୍ରମ କରିବା ପାଇଁ 6 ରୁ 7 ଘଣ୍ଟା ସମୟ ଲାଗି ଯାଉଛି ।

ABOUT THE AUTHOR

...view details