ନୂଆଦିଲ୍ଲୀ: ଆଗାମୀ ଏପ୍ରିଲ ୧୬ ତାରିଖରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ନେଇ ଲାଗି ରହିଥିବା ଚର୍ଚ୍ଚା ଉପରେ ଲାଗିଲା ବିରାମ । ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ପକ୍ଷରୁ ମଙ୍ଗଳବାର ଏହାକୁ ଖଣ୍ଡନ କରାଯାଇଛି । ଏନେଇ ଏକ୍ସ ସାଇଟରେ ଏକ ପୋଷ୍ଟ ଜରିଆରେ ଦିଲ୍ଲୀ ସିଇଓ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଆଗାମୀ ଲୋକସଭା ସାଧାରଣ ନିର୍ବାଚନ ପାଇଁ ହେବାକୁ ଥିବା ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ଯୋଜନା କରିବା ପାଇଁ ଏପ୍ରିଲ ୧୬ ତାରିଖକୁ ସମ୍ଭାବିତ ତାରିଖ ଭାବେ ଚୟନ କରାଯାଇଥିଲା ବୋଲି କୁହାଯାଇଛି ।
ଏନେଇ 'ଏକ୍ସ' ସାଇଟ୍ରେ ଦିଲ୍ଲୀ ସିଇଓଙ୍କ ପକ୍ଷରୁ କରାଯାଇଥିବା ପୋଷ୍ଟରେ କୁହାଯାଇଛି, " ଦିଲ୍ଲୀ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ସର୍କୁଲାରକୁ ନେଇ ମିଡିଆରେ ବାରମ୍ବାର ପ୍ରଶ୍ନ କରାଯାଉଥିଲା ଯେ କଣ ଏପ୍ରିଲ ୧୬ ତାରିଖ ଲୋକସଭା ନିର୍ବାଚନ ଲାଗି ସମ୍ଭାବିତ ତାରିଖ କି ? ତେବେ ଏଠାରେ ସ୍ପଷ୍ଟ କରାଯାଉଛି ଯେ ଆଗାମୀ ସାଧାରଣ ନିର୍ବାଚନ ଲାଗି ବିଭିନ୍ନ ପ୍ରକାର ଯୋଜନା ପାଇଁ କେବଳ ଅଧିକାରୀଙ୍କ ଲାଗି ଏହି ତାରିଖକୁ ଚୟନ କରାଯାଇଥିଲା ।"
ଏହା ବି ପଢନ୍ତୁ- ଏକ ଦେଶ ଏକ ନିର୍ବାଚନ: 15 ବର୍ଷରେ ବଦଳିବ ଇଭିଏମ, ଖର୍ଚ୍ଚ ହେବ 10 ହଜାର କୋଟି