ଓଡିଶା

odisha

ETV Bharat / bharat

ଭାରତର ନିର୍ବାଚନ ପରିଚାଳନା ସମ୍ପର୍କରେ ବିଦେଶର ୟୁନିଭର୍ସିଟି ଅନୁଧ୍ୟାନ କରିବା ଉଚିତ: ମୋଦି - modi casts his vote

Modi says World's democracies to learn from India: ଭୋଟ ଦେଲେ ପ୍ରଧାନମନ୍ତ୍ରୀ । ଭାରତୀୟ ନିର୍ବାଚନ ପରିଚାଳନା ପ୍ରକ୍ରିୟାକୁ କଲେ ପ୍ରଶଂସା । କହିଲେ ଅନ୍ୟ ଗାଣତାନ୍ତ୍ରିକ ଦେଶ ପାଇଁ ଭାରତ ଏକ ଉଦାହରଣ । ମତଦାତାଙ୍କୁ ଦେଲେ ଧନ୍ୟବାଦ । ଅଧିକ ପଢନ୍ତୁ

‘ଭାରତର ନିର୍ବାଚନ ପରିଚାଳନ ସମ୍ପର୍କରେ ବିଦେଶର ୟୁନିଭର୍ସିଟି ଅନୁଧ୍ୟାନ କରିବା ଉଚିତ’
‘ଭାରତର ନିର୍ବାଚନ ପରିଚାଳନ ସମ୍ପର୍କରେ ବିଦେଶର ୟୁନିଭର୍ସିଟି ଅନୁଧ୍ୟାନ କରିବା ଉଚିତ’ (ଫଟୋ- ଇଟିଭି ଭାରତ)

By ETV Bharat Odisha Team

Published : May 7, 2024, 10:27 AM IST

‘ଭାରତର ନିର୍ବାଚନ ପରିଚାଳନ ସମ୍ପର୍କରେ ବିଦେଶର ୟୁନିଭର୍ସିଟି ଅନୁଧ୍ୟାନ କରିବା ଉଚିତ’ (ଭିଡିଓ- ଇଟିଭି ଭାରତ, ଓଡିଶା)

ଅହମ୍ମଦାବାଦ:ଭାରତ ପରି ବୃହତ ଗାଣତାନ୍ତ୍ରିକ ଦେଶରେ ନିର୍ବାଚନ ପ୍ରକ୍ରିୟା ଓ ଏହାର ପରିଚାଳନା ବିଶ୍ବର ଅନ୍ୟ ଗାଣତାନ୍ତ୍ରିକ ଦେଶମାନଙ୍କ ପାଇଁ ଏକ ଉଦାହରଣ । ଏହି ପରିଚାଳନା ପ୍ରକ୍ରିୟା ସମ୍ପର୍କରେ ବିଦେଶର ବିଶ୍ବବିଦ୍ୟାଳୟଗୁଡିକ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ଚଳିତବର୍ଷ ବିଶ୍ବର 64 ଦେଶରେ ନିର୍ବାଚନ ହେଉଛି । ଭାରତ ଓ ଏହି ଦେଶମାନଙ୍କ ମଧ୍ୟରେ ତୁଳନା ହେବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଗୃହରାଜ୍ୟ ଗୁଜୁରାଟର ଅହମ୍ମଦାବାଦରେ ଭୋଟ ଦେବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି କଥା କହିଛନ୍ତି ।

ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ନିଶାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୋଟ ଦେଇଛନ୍ତି । ଭୋଟ ଦେବା ପରେ ଗଣମାଧ୍ୟମକୁ ମଧ୍ୟ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,‘‘ଭାରତ ପରି ଦେଶରେ ନିର୍ବାଚନ ପରିଚାଳନା ଏକ ସଫଳତା । ବହୁସଂଖ୍ୟାରେ ଲୋକେ ଭୋଟ ଦେଉଛନ୍ତି, ସମସ୍ତେ ଆହୁରି ଅଧିକ ସଂଖ୍ୟାରେ ସେମାନଙ୍କର ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିବାକୁ ଆଗେଇ ଆସିବା ଉଚିତ । ଏହି ପ୍ରଭାବୀ ନିର୍ବାଚନ ପରିଚାଳନା ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଭୂମିକା ପ୍ରଶଂସାଯୋଗ୍ୟ । ଏ ବର୍ଷ ବିଶ୍ବର 64 ଦେଶରେ ନିର୍ବାଚନ ହେଉଛି । ଏହି ସବୁ ଦେଶମାନଙ୍କ ନିର୍ବାଚନ ପରିଚାଳନା ସମ୍ପର୍କରେ ତୂଳନାତ୍ମକ ସମୀକ୍ଷା କରାଯିବା ଉଚିତ । ବିଦେଶର ବିଶ୍ବବିଦ୍ୟାଳୟମାନେ ଭାରତୀୟ ନିର୍ବାଚନ ପରିଚାଳନା ଓ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିବା ଉଚିତ ।’’

‘ଭାରତର ନିର୍ବାଚନ ପରିଚାଳନ ସମ୍ପର୍କରେ ବିଦେଶର ୟୁନିଭର୍ସିଟି ଅନୁଧ୍ୟାନ କରିବା ଉଚିତ’ (ଫଟୋ-ଇଟିଭି ଭାରତ ଓଡିଶା)

ପ୍ରଧାନମନ୍ତ୍ରୀ ନିର୍ବାଚନ ସମୟରେ ପ୍ରଭାବୀ ଭୂମିକା ସହ କାର୍ଯ୍ୟ କରିବା ପାଇଁ ଗଣମାଧ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି । ନିର୍ବାଚନୀ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟରତ ସାମ୍ବାଦିକମାନେ ନିଜ ପ୍ରତି ଯତ୍ନଶୀଳ ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛି । ଆଜି ସକାଳେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ଶାହ ଅହମ୍ମଦାବାଦରେ ଭୋଟ ଦେବା ପରେ ଉପସ୍ଥିତ ଜନତାଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ । ମତଦାନ କେନ୍ଦ୍ର ବାହାରେ ଲୋକେ ମୋଦି ମୋଦି ନାରା ମଧ୍ୟ ଲଗାଇଥିଲେ । ପ୍ରଧାନମନ୍ତ୍ରୀ ଲୋକଙ୍କ ସହ କରମର୍ଦ୍ଦନ କରିବା ଉପହାର ମଧ୍ୟ ଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ତୃତୀୟ ପର୍ଯ୍ୟାୟ ଫ୍ଲାସବ୍ୟାକ୍: ୨୦୧୯ରେ ୯୩ ଆସନରୁ ୮୦ରେ ବିଜୟୀ ହୋଇଥିଲା ବିଜେପି - Third Phase Of Lok Sabha Election

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବହୁଦଳୀୟ ବ୍ୟବସ୍ଥା ଓ ବିବିଧ ସଂସ୍କୃତି ମଧ୍ୟରେ ଭାରତ ହେଉଛି ବିଶ୍ବର ସର୍ବବୃହତ୍ତ ଗାଣତାନ୍ତ୍ରିକ ଦେଶ । ଦେଶରେ ସଂଙ୍ଘୀୟ ବ୍ୟବସ୍ଥାରେ କେନ୍ଦ୍ରରେ ସରକାର ଗଠନ ପାଇଁ ସାଧାରଣ ନିର୍ବାଚନ ହେଉଥିବା ବେଳେ ପ୍ରାଦେଶିକ ସରକାର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ମାତ୍ର ଭାରତ ପରି ବିଶାଳ ଓ ଜନସଂଖ୍ୟାବହୁଳ ଦେଶରେ ନିର୍ବାଚନ ପରିଚାଳନା ଅତ୍ଯନ୍ତ ଆହ୍ବାନପୂର୍ଣ୍ଣ ବିଷୟ ମଧ୍ୟ । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ସରକାର ଦେଶରେ ‘ଏକକ ନିର୍ବାଚନ’(ଏକକାଳୀନ ଲୋକସଭା ଓ ବିଧାନସଭା) ବିଚାର ସହ ଆଗକୁ ବଢୁଛି । କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହାର ବିଧିବଦ୍ଧ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଛନ୍ତି । ଯାହାର କାର୍ଯ୍ୟକାରିତା ଉପରେ ସମଗ୍ର ବିଶ୍ବର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details