ହାଇଦ୍ରାବାଦ:2024 ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିଛି ପ୍ରଚାର । ମେ 13ରେ 9 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ 96ଟି ଲୋକସଭା ଆସନରେ ପଡ଼ିବ ଭୋଟ । ଏହି ପର୍ଯ୍ୟାୟରେ ମୋଟ 1717 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏହି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ସେପଟେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଗୋଟିଏ ପର୍ଯ୍ୟାୟରେ ଏଠାରେ ମତଦାନ ଶେଷ ହେବ । ଆନ୍ଧ୍ରପ୍ରଦେଶରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ ଦେବେ ଭୋଟର ।
ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଯାଉଥିବା ସଂସଦୀୟ କ୍ଷେତ୍ର |
ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ | ସଂସଦୀୟ କ୍ଷେତ୍ର |
ଆନ୍ଧ୍ରପ୍ରଦେଶ (25) | ଅରକୁ, ଶ୍ରୀକାକୁଲମ୍, ଭିଜିଆନଗରମ୍, ବିଶାଖାପାଟନମ୍, ଅନାକାପଲି, କାକିନାଡା, ଅମାଲାପୁରମ୍, ରାଜମୁଣ୍ଡ୍ରି, ନର୍ସାପୁରମ୍, ଏଲୁରୁ, ମଛଲିପଟନମ୍, ବିଜୟୱାଡା, ଗୁଣ୍ଟୁର, ନରସାରାଓପେଟ, ବାପଟଲା, ଓଙ୍ଗୋଲ, ନନ୍ଦ୍ୟାଲ, କୁର୍ଣ୍ଣୁଲ, ଅନନ୍ତପୁର, ହିନ୍ଦୁପୁର, କଡାପା, ନେଲୋର, ତିରୁପତି, ରାଜାମେଟ, ଚିତ୍ତୁର |
ବିହାର (5) | ଦରଭଙ୍ଗା, ଉଜିଆରପୁର, ସମସ୍ତିପୁର, ବେଗୁସରାଇ, ମୁଙ୍ଗେର |
ତେଲେଙ୍ଗାନା (17) | ଅଦଲାବାଦ, ପେଡାପଲି, କରିମନଗର, ନିଜାମବାଦ, ଜାହିରାବାଦ, ମେଡକ, ମାଲକାଜଗିରି, ସିକନ୍ଦରାବାଦ, ହାଇଦ୍ରାବାଦ, ଚେଭେଲା, ମେହବୁବନଗର, ନାଗାରକୁର୍ଣ୍ଣୁଲ, ନାଲଗୋଣ୍ଡା, ଭୋଙ୍ଗିର, ୱାରଙ୍ଗେଲ, ମେହବୁଦାବାଦ, ଖମାମ |
ଝାଡ଼ଖଣ୍ଡ (4) | ସିଙ୍ଗଭୁମ, ଖୁଣ୍ଟି, ଲୋହାରଦଗା, ପଲାମୁ |
ମଧ୍ୟପ୍ରଦେଶ (8) | ଦେୱାସ, ଉଜୈନ, ମନ୍ଦାସୌର, ରତଲାମ, ଧାର, ଇନ୍ଦୋର, ଖରଗୋନ, ଖଣ୍ଡୱା |
ଓଡ଼ିଶା (4) | ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି |
ଉତ୍ତର ପ୍ରଦେଶ (13) | ଶାହାଜାନପୁର, ଖେରି, ଧୌରହରା, ସୀତାପୁର, ହର୍ଦୋଇ, ମିସ୍ରିଖ, ଉନ୍ନାଓ, ଫାରୁଖାବାଦ, ଏଟାୱା, କନ୍ନୌଜ, କାନପୁର, ଅକବରପୁର, ବାହରିଚ୍ |
ମହାରାଷ୍ଟ୍ର (11) | ନନ୍ଦୁରବାର, ଜଲଗାଓଁ, ରାବେର, ଜଲନା, ଔରଙ୍ଗାବାଦ, ମାଭଲ, ପୁନେ, ଶ୍ରୀରୁର, ଅହମ୍ମଦାବାଦ, ଶିରିଡି, ବିଡ୍ |
ପଶ୍ଚିମବଙ୍ଗ (8) | ବେହରାମପୁର, କ୍ରିଷ୍ଣାନଗର, ରଣାଘାଟ, ବର୍ଦ୍ଧମାନ ପୂର୍ବ, ବୁରଦ୍ବାନ-ଦୁର୍ଗାପୁର, ଆସାନସୋଲ, ବୋଲାପୁର, ବିରଭୂମ |
ଜମ୍ମୁକାଶ୍ମୀର (1) | ଶ୍ରୀନଗର |