ଓଡିଶା

odisha

ETV Bharat / bharat

ଦୁଇଟି ପର୍ଯ୍ୟାୟରେ 190 ଆସନରେ ମତଦାନ: କେରଳ-ତାମିଲନାଡୁ-ରାଜସ୍ଥାନରେ ଭୋଟିଂ ଶେଷ - Lok Sabha election

Lok Sabha election 2024 : ଲୋକସଭା ନିର୍ବାଚନର ଦୁଇଟି ପର୍ଯ୍ୟାରେ 190 ଆସନରେ ମତଦାନ ସରିଛି। କେରଳ, ତାମିଲନାଡୁ, ରାଜସ୍ଥାନ ଓ ମଣିପୁରରେ ସମସ୍ତ ଆସନରେ ଭୋଟିଂ ଶେଷ ହୋଇଛି । ଆସନ୍ତାମାସ 7 ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟିଂ । ଅଧିକ ପଢନ୍ତୁ

ଦୁଇଟି ପର୍ଯ୍ୟାୟରେ ସରିଲା 190 ଆସନରେ ମତଦାନ
ଦୁଇଟି ପର୍ଯ୍ୟାୟରେ ସରିଲା 190 ଆସନରେ ମତଦାନ

By ETV Bharat Odisha Team

Published : Apr 27, 2024, 2:19 PM IST

ହାଇଦ୍ରାବାଦ:ଗତକାଲି ସାଧାରଣ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଓ 12 ରାଜ୍ୟକୁ ମିଶାଇ ମୋଟ 88 ଲୋକସଭା ଆସନରେ ଭୋଟ ପଡିଛି । 19 ତାରିଖରେ ପ୍ରଥମ ପର୍ଯ୍ୟାୟରେ 102 ଆସନ ଓ ଗତକାଲି 2ପର୍ଯ୍ୟାୟରେ 88 ଆସନକୁ ମିଶାଇ ମୋଟ 190 ଆସନରେ ଭୋଟିଂ ଶେଷ ହୋଇଛି ।

ଦ୍ବିତୀୟ ପର୍ଯ୍ୟାୟରେ ଦେଶରେ ସାମଗ୍ରିକ ଭୋଟିଂ ହାର 60.96% ରେକର୍ଡ ହୋଇଛି । ଗତ ନିର୍ବାଚନ(2019)ରେ ଏହି ହାର 69.6% ରେକର୍ଡ ହୋଇଥିଲା । ଭୋଟିଂ ପ୍ରତିଶତ ପୂର୍ବ ନିର୍ବାଚନ ଅପେକ୍ଷା ଚଳିତଥର ସାମାନ୍ୟ ହ୍ରାସ ପାଇଛି ।

ଦ୍ବିତୀୟ ପର୍ଯ୍ଯାୟ ଭୋଟ୍:-

2024: ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହାର 60.96%

2019: ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହାର 69.6%

ଗତକାଲିର ଭୋଟିଂ ପ୍ରତିଶତ

ଗତକାଲି ଦ୍ବିତୀୟ ପର୍ଯ୍ୟାୟରେ ମୋଟ 1202 ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ‘ଇଭିଏମ’ରେ ସିଲ ହୋଇଛି । ଆସନଓ୍ବାରୀ ଦେଖିବକୁ ଗଲେ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ସର୍ବାଧିକ 80.85% ଭୋଟିଂ ରେକର୍ଡ ହୋଇଛି । ଏହି ଆସନରେ କର୍ଣ୍ଣାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ) ନେତା ଏଚ.ଡି କୁମାରାସ୍ବାମୀ ନିର୍ବାଚନ ଲଢୁଛନ୍ତି । ତାଙ୍କ ବିରୋଧରେ କଂଗ୍ରେସର ବରିଷ୍ଠ ନେତା ଭେଙ୍କଟରମଣ ଗୌଡା ରହିଛନ୍ତି । ସେହିପରି ଉତ୍ତର ପ୍ରଦେଶର ମଥୁରାରେ ସର୍ବନିମ୍ନ 49.29% ଭୋଟିଂ ହୋଇଛି । ଏହି ଆସନରେ ବିଜେପିର ହେମାମାଳିନୀ ପ୍ରାର୍ଥୀ ହୋଇଛନ୍ତି ।

କେରଳ, ତାମିଲନାଡୁ, ରାଜସ୍ଥାନ ଓ ମଣିପୁରରେ ସରିଲା ଭୋଟିଂ:-

ପ୍ରଥମ ପର୍ଯ୍ୟାରେ ତାମିଲନାଡୁର ସମସ୍ତ 39 ଆସନରେ ଏକକାଳୀନ ଭୋଟଗ୍ରହଣ ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ କେରଳର ସମସ୍ତ 20 ଆସନରେ ଭୋଟିଂ ଶେଷ ହୋଇଛି । ରାଜସ୍ଥାନରେ ଦୁଇଟି ପର୍ଯ୍ୟାୟରେ ସମସ୍ତ 25ଟି ଯାକ ଆସନରେ ଭୋଟିଂ ସରିଛି । ସେହିପରି ହିଂସା ପ୍ରଭାବିତ ମଣିପୁରରେ ମଧ୍ୟ ଦୁଇ ପର୍ଯ୍ୟାୟରେ ସମସ୍ତ ଦୁଇଟି ଆସନରେ ଭୋଟିଂ ଶେଷ ହୋଇଛି । ଗତକାଲି ପଶ୍ଚିମବଙ୍ଗ ଓ ମଣିପୁରର କିଛି ସ୍ଥାନରେ ହିଂସା ଦେଖାଯାଇଥିଲା । ମଣିପୁରର ବିଷ୍ଣୁପୁରରେ ଉଗ୍ରବାଦୀଙ୍କ ଆକ୍ରମଣରେ ପାରାମିଲିଟାରୀ ଫୋର୍ସର ଦୁଇ ଯବାନ ଶହୀଦ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଲୋକସଭା ନିର୍ବାଚନ 2024; ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ, EVMରେ ସିଲ୍‌ 1202 ପ୍ରାର୍ଥୀଙ୍କ ଭାଗ୍ୟ. - Phase 2 Voting Concludes

ଆସନ୍ତାମାସ 7 ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ । ଏହି ପର୍ଯ୍ୟାୟରେ ମୋଟ 12 ରାଜ୍ୟର 94 ଆସନରେ ଭୋଟିଂ ହେବାକୁ ଯାଉଛି । ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର କରିଛନ୍ତି ସମସ୍ତ ରାଜନୈତିକ ଦଳ । ଦେଶରେ ମୋଟ 7ଟି ପର୍ଯ୍ୟାୟରେ ମତଦାନ ହେଉଛି । ଜୁନ ପହିଲାରେ ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଜୁନ 4 ତାରିଖରେ ମତଗଣନା ଓ ଫଳାଫଳ ଘୋଷଣା ହେବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details