ବେଙ୍ଗାଲୁରୁ:ଅଡ଼ୁଆରେକର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାର । ତାଙ୍କ ନାଁରେ ଏତଲା ରୁଜ୍ଜୁ କରିବାକୁ ପୋଲିସକୁ କୋର୍ଟଙ୍କ ନିର୍ଦ୍ଦେଶ । ବିଜେପି ନେତାମାନଙ୍କ ନାଁରେ ମିଥ୍ୟା ତଥା ଭୁଲ ତଥ୍ୟ ପୋଷ୍ଟ କରିବା ମାମଲାରେ ତାଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ହାଇଗ୍ରାଉଣ୍ଡ ଷ୍ଟେସନ ପୋଲିସକୁ ବେଙ୍ଗାଲୁରୁର 42ତମ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ(ACMM) ନିର୍ଦ୍ଦେଶ ଦେଇଛନ୍ତି ।
କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ତଥା କେପିସିସି ସଭାପତି ଡିକେ ଶିବକୁମାରଙ୍କ ନାଁରେ ଚାଲିବ ମକଦ୍ଦମା । ବିଜେପି ରାଜ୍ୟ ସଭାପତି ବି ଓ୍ବାଇ ବିଜୟେନ୍ଦ୍ର ଏବଂ ଅନ୍ୟ ବିଜେପି ନେତାଙ୍କ ନାଁରେ ଡିକେ ଶିବକୁମାର ଓ କଂଗ୍ରେସ ସୋସିଆଲ ମିଡିଆ ମୁଖ୍ୟ ବି. ଆର୍. ନାଇଡୁ ସୋସିଆଲ ମିଡିଆରେ ମିଥ୍ୟା ତଥା ଭୁଲ ତଥ୍ୟ ପୋଷ୍ଟ କରିଥିବା ନେଇ କୋର୍ଟରେ ବିଜେପି ସେଲ୍ ସଂଯୋଜକ ଯୋଗେନ୍ଦ୍ର ହୋଦାଘଟ୍ଟା ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଶିବକୁମାର ଓ ନାଇଡୁଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ସହ ଏହି ମାମଲାର ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ ମଧ୍ୟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 30 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି କୋର୍ଟ ।
ଏହାମଧ୍ୟ ପଢନ୍ତୁ.. ପ୍ରଧାନମନ୍ତ୍ରୀଙ୍କ ଲୋକସଭା ଅଭିଭାଷଣକୁ ସଞ୍ଜୟଙ୍କ ସମାଲୋଚନା, ‘କଂଗ୍ରେସର ଭୟରୁ ମୁକ୍ତ ହୁଅ’