ଓଡିଶା

odisha

ETV Bharat / bharat

17 ଭାରତୀୟ ନାବିକଙ୍କ ମୁକ୍ତି ପାଇଁ ଇରାନ ବିଦେଶ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର - Jaishankar Spoke to Iran FM

Jaishankar Spoke to Iran Foreign Minister: 17 ଭାରତୀୟ ନାବିକଙ୍କ ମୁକ୍ତି ପାଇଁ ଇରାନ ବିଦେଶ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର । ଗତକାଲି ଇସ୍ରାଏଲୀ ଜାହାଜ ଜବତ କରିନେଇଛି ଇରାନ ସେନା । ଏଥିରେ ଭାରତୀୟଙ୍କ ସମେତ 25 ନାବିକ ଥିଲେ । ଅଧିକ ପଢନ୍ତୁ

17 ଭାରତୀୟ ନାବିକଙ୍କ ମୁକ୍ତି ପାଇଁ ଇରାନ ବିଦେଶ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର
17 ଭାରତୀୟ ନାବିକଙ୍କ ମୁକ୍ତି ପାଇଁ ଇରାନ ବିଦେଶ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର

By ETV Bharat Odisha Team

Published : Apr 14, 2024, 10:57 PM IST

ନୂଆଦିଲ୍ଲୀ:ଗତକାଲି ଆରବ ଉପକୂଳରୁ ଇରାନ ସେନା ଏକ ଇସ୍ରାଏଲୀ କାର୍ଗୋ ଜାହାଜକୁ ଜବତ କରିନେଇଛି । ଏହା ଏବେ ଆରବ ସାଗରରେ ଇରାନ ସେନା କବଜାରେ ରହିଛି । ସେଥିରେ 17 ଭାରତୀୟ ନାବିକଙ୍କ ସହ ଏକାଧିକ ଦେଶର ମୋଟ 25 ନାବିକ ଥିଲେ । ସମସ୍ତ ଭାରତୀୟ ନାବିକଙ୍କ ମୁକ୍ତି ପାଇଁ ଇରାନ ବିଦେଶ ମନ୍ତ୍ରୀଙ୍କ ସହ ଆଜି କଥା ହୋଇଛନ୍ତି ବିଦେଶ ବ୍ୟାପାର ମନ୍ତ୍ରୀ ଜୟଶଙ୍କର । ଭାରତୀୟଙ୍କୁ ସୁରକ୍ଷିତ ମୁକ୍ତ କରିବା ପାଇଁ ଆଜି ଏହି ଆଲୋଚନା ହୋଇଥିବା ଜୟଶଙ୍କର ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଭାରତ ଇରାନ ସହ ଯୋଗାଯୋଗରେ ରହିଥିବା ଜୟଶଙ୍କର କହିଛନ୍ତି ।

କଥାବାର୍ତ୍ତା ସମ୍ପର୍କରେ ଜୟଶଙ୍କର କହିଛନ୍ତି ଯେ, ଉଭୟ ଭାରତୀୟଙ୍କ ମୁକ୍ତି ସମ୍ପର୍କରେ ଆଲୋଚନା କରିବା ସହ ବର୍ତ୍ତମାନର ସ୍ଥିତି ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଭାରତ ପକ୍ଷରୁ ହିଂସା ଛାଡି କୂଟନୈତିକ ଆଲୋଚନା ମାଧ୍ୟମରେ ଇସ୍ରାଏଲ ସହ ସୃଷ୍ଟି ହୋଇଥିବା ତିକ୍ତତାକୁ ସମାଧାନ କରିବା ପାଇଁ ଇରାନ ନିକଟରେ ପ୍ରସ୍ତାବ ମଧ୍ୟ ରଖାଯାଇଛି । ଉଭୟ ବିଦେଶ ମନ୍ତ୍ରୀ ଆଜି ଏହି ଆଲୋଚନା ସହ ଯୋଗାଯୋଗ ବଜାୟ ରଖିବାକୁ ମଧ୍ୟ ସହମତ ହୋଇଥିବା ଜୟଶଙ୍କର କହିଛନ୍ତି ।

ଗତକାଲି ଅପରାହ୍ନରେ ଆରବ ଉପକୂଳରୁ ଇରାନ ଜବତ କରିନେଇଥିବା ଇସ୍ରାଏଲୀ ଜାହାଜରେ ମୋଟ 25 କ୍ରୁୟ ସଦସ୍ୟ ଥିବା ବେଳେ ସେଥିମଧ୍ୟରେ 17 ଜଣ ଭାରତୀୟ ରହିଛନ୍ତି । ଇରାନ ନିୟନ୍ତ୍ରିତ ଆରବ ସାଗର ଜଳରାଶିରେ ଏହି ଜାହାଜଟି ରହିଛି । ଜାହାଜରେ ନାବିକ ଓ ଅନ୍ୟ କର୍ମଚାରୀଙ୍କୁ ମିଶାଇ ଏକାଧିକ ଦେଶର ମୋଟ 25ଜଣ କ୍ର୍ୟୁ ସଦସ୍ୟ ଥିଲେ । ଜାହାଜ ଓ କର୍ମଚାରୀଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବା ପାଇଁ ମଧ୍ୟ କମ୍ପାନୀ ଏକ ବିବୃତ୍ତିରେ ଅନୁରୋଧ କରିଥିଲା ।

ଏହା ମଧ୍ୟ ପଢନ୍ତୁ:- ଇରାନ ଜବତ କରିଥିବା ଇସ୍ରାଏଲୀ ଜାହାଜରେ 17 ଭାରତୀୟ ! - Ship Seized By Iran Off UAE Coast

25 ବନ୍ଦୀ ନାବିକଙ୍କ ମଧ୍ୟରେ ସର୍ବାଧିକ 17 ଭାରତୀୟ ନାଗରିକ ଅଛନ୍ତି । ନୂଆଦିଲ୍ଲୀ ମଧ୍ୟ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଦ୍ବିପାକ୍ଷିକ ପ୍ରକ୍ରିୟା ଆରମ୍ଭ କରିସାରିଛି । ଆଜି ଏହିକ୍ରମରେ ବିଦେଶ ମନ୍ତ୍ରୀ ଜୟଶଙ୍କର ନିଜ ଇରାନ ପ୍ରତିପକ୍ଷଙ୍କ ସହ ଟେଲିଫୋନିକ୍‌ ବାର୍ତ୍ତାଳାପ କରିଛନ୍ତି । ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ସଂଘର୍ଷ ସ୍ଥିତି ଉପରେ ଭାରତ ସମେତ ସମଗ୍ର ବିଶ୍ବର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details