ଓଡିଶା

odisha

ETV Bharat / bharat

‘ଇଟାଲୀୟ ସଂସ୍କୃତି’: ଖଡଗେଙ୍କ ଧାରା-370 ମନ୍ତବ୍ୟକୁ ଟାର୍ଗେଟ କଲେ ଶାହ - Congress Over Article 370 Remark - CONGRESS OVER ARTICLE 370 REMARK

Amit Shah's Dig At Congress Over Article 370 Remark: ଖଡଗେଙ୍କ ଧାରା-370 ମନ୍ତବ୍ୟକୁ ଟାର୍ଗେଟ କଲେ ଶାହ । କହିଲେ ଇଟାଲୀୟ ସଂସ୍କୃତି ପାଇଁ ଭାରତୀୟ ଧାରଣା ବୁଝିବାରେ କଂଗ୍ରେସ ବିଫଳ । ଅଧିକ ପଢନ୍ତୁ

‘ଇଟାଲୀୟ ସଂସ୍କୃତି’: ଖଡଗେଙ୍କ ଧାରା-370 ମନ୍ତବ୍ୟକୁ ଟାର୍ଗେଟ କଲେ ଶାହ
‘ଇଟାଲୀୟ ସଂସ୍କୃତି’: ଖଡଗେଙ୍କ ଧାରା-370 ମନ୍ତବ୍ୟକୁ ଟାର୍ଗେଟ କଲେ ଶାହ

By ETV Bharat Odisha Team

Published : Apr 6, 2024, 11:04 PM IST

ନୂଆଦଲ୍ଲୀ:କାଶ୍ମୀରରୁଧାରା-370 ଉଚ୍ଛେଦ ପ୍ରସଙ୍ଗରେ ଆଜି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ମନ୍ତବ୍ୟକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଡା ସମାଲୋଚନା କରିଛନ୍ତି । କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ବିଜେପି ନେତାମାନେ ରାଜସ୍ଥାନରେ ଆସି କାହିଁକି କହୁଛନ୍ତି । ଏଠାରେ ସେହି ପ୍ରସଙ୍ଗ କହିବା ଆବଶ୍ୟକତା କଣ । ଏହା କାଶ୍ମୀରରେ କହିଲେ ଭଲ ହୁଅନ୍ତା ବୋଲି ଖଡଗେ କହିଥିଲେ । ଏହାକୁ ନେଇ ବିଜେପିର ବରିଷ୍ଠ ନେତା ଅମିତ ଶାହ ଖଡଗେ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ଠାରୁ ଏହା ଶୁଣିବା ଲଜ୍ଜାଜନକ ବିଷୟ ବୋଲି ଶାହ ଟ୍ବିଟ ମଧ୍ୟ କରିଛନ୍ତି ।

ଆଜି ରାଜସ୍ଥାନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ବେଳେ ବିଜେପିକୁ ଟାର୍ଗେଟ କରିବା ପାଇଁ ଏହି ପ୍ରସଙ୍ଗ ଉଠାଇଥିଲେ ଖଡଗେ । କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ବିଜେପି ନେତାମାନେ ରାଜସ୍ଥାନରେ ଆସି କାହିଁକି କହୁଛନ୍ତି । ଏଠାରେ ସେହି ପ୍ରସଙ୍ଗ କହିବା ଆବଶ୍ୟକତା କଣ । ଏହା କାଶ୍ମୀରରେ କହିଲେ ଭଲ ହୁଅନ୍ତା ବୋଲି ଖଡଗେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- କେଜ୍ରିଓ୍ବାଲଙ୍କୁ ପଦରୁ ହଟାଇବା ପାଇଁ ହାଇକୋର୍ଟ ଗଲେ ପୂର୍ବତନ AAP ମନ୍ତ୍ରୀ - Arvind Kejriwal

ଖଡଗେ ଏହି ମନ୍ତବ୍ୟର ଏକ କ୍ଲିପ ସେୟାର କରି ଶାହ କହିଛନ୍ତି, ‘‘ଏହା ଶୁଣିବା ଲଜ୍ଜାଜନକ ଯେ କଂଗ୍ରେସ ଦଳ ପଚାରୁଛି, କାଶ୍ମୀର ସହ ରାଜସ୍ଥାନର ସମ୍ପର୍କ କଣ । ମୁଁ କଂଗ୍ରେସ ଦଳକୁ ମନେ ପକାଇବାକୁ ଚାହୁଁଛି ଯେ ଜମ୍ମୁ କାଶ୍ମୀର ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏବଂ ପ୍ରତ୍ୟେକ ରାଜ୍ୟ ତଥା ନାଗରିକଙ୍କର କାଶ୍ମୀର ଉପରେ ଅଧିକାର ଅଛି । ସମାନ ଭାବରେ କାଶ୍ମୀର ଲୋକଙ୍କର ମଧ୍ୟ ଭାରତର ଅବଶିଷ୍ଟ ଅଂଶରେ ଅଧିକାର ରହିଛି । କଂଗ୍ରେସ ଜାଣେ ନାହିଁ ଯେ ରାଜସ୍ଥାନର ଅନେକ ସାହସୀ ଯୋଦ୍ଧା କାଶ୍ମୀରରେ ଶାନ୍ତି, ନିରାପତ୍ତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । କିନ୍ତୁ ଏହା କେବଳ କଂଗ୍ରେସ ନେତାଙ୍କ ଦୋଷ ନୁହେଁ । କଂଗ୍ରେସ ଦଳ ଆଜି ଭାରତର ଧାରଣାକୁ ବୁଝିନଥିବାରୁ ଇଟାଲୀ ସଂସ୍କୃତି ହିଁ ଦାୟୀ ।’’ ତେବେ ଏଠାରେ ସୂଚନାଯୋଗ୍ୟ ଯେ, ତମାମ ବିଜେପି ନେତା ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ପ୍ରତାର କରିବା ବେଳେ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗକୁ ଉଠାଉଛନ୍ତି । ଏହା ଦେଶର ଅଖଣ୍ଡତା ସହ ଯୋଡି ହୋଇଥିବା ପ୍ରସଙ୍ଗ ଓ ମୋଦି ସରକାର ଏହା ସମ୍ଭବ କରି ଦେଖାଇଛନ୍ତି ବୋଲି କହୁଛନ୍ତି । ଯାହାକୁ ନେଇ କଂଗ୍ରେସ ମଧ୍ୟ ପାଲଟା ଆକ୍ରମଣ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details