ଓଡିଶା

odisha

ETV Bharat / bharat

ଭାରତୀୟ ରେଳବାଇ ସୁରକ୍ଷା ପଦକ୍ଷେପ, ୧୦ ବର୍ଷରେ କମିଛି ଟ୍ରେନ ଦୁର୍ଘଟଣା - INDIAN RAILWAYS SAFETY MEASURES

ରେଳ ଦୁର୍ଘଟଣା ହ୍ରାସ ପାଇଁ ଭରତୀୟ ରେଳବାଇର(Indian Railways) ବଡ଼ ପଦକ୍ଷେପ । ଇଣ୍ଟର ଲକିଂ ଏବଂ କବଚ ସହିତ ସଫଳ ହେଉଛି ବିଭାଗର ସୁରକ୍ଷା ପଦକ୍ଷେପ ।

Indian Railway
Indian Railway (ETV Bharat Odisha)

By ETV Bharat Odisha Team

Published : Dec 3, 2024, 4:35 PM IST

ହାଇଦ୍ରାବାଦ: ବଢ଼ୁଥିବା ରେଳ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଭରତୀୟ ରେଳବାଇ (Indian Railways) ତତ୍ପର ରହିଛି । ରେଳ ବିଭାଗ ଦ୍ବାରା ନିଆଯାଉଥିବା ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଦୁର୍ଘଟଣା ସଂଖ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରୁଛି । ୨୦୧୪-୧୫ ତୁଳନାରେ ୨୦୨୩-୨୪ରେ କମିଛି ରେଳ ଦୁର୍ଘଟଣା । ୨୦୧୪ରୁ ୨୦୨୪ ମଧ୍ୟରେ ରେଳ ଦୁର୍ଘଟଣା ହ୍ରାସ ପାଇଥିବା ସୂଚନା ଦିଆଯାଇଛି ।

କମୁଛି ଦୁର୍ଘଟଣା:

ରେଳ ପରିଚାଳନାରେ ଉନ୍ନତ ସୁରକ୍ଷା ପ୍ରଦାନ କରୁଥିବା ଅନ୍ୟ ଏକ ତଥ୍ୟ ଅନୁସାରେ, ପ୍ରତି ମିଲିୟନ କିଲୋମିଟରରେ ଟ୍ରେନ ଦୁର୍ଘଟଣା (APMTKM) ବର୍ଷ ୨୦୧୪-୧୫ରେ ୦.୧୧ ଥିବା ବେଳେ ୨୦୨୩-୨୪ରେ ଏହା ହ୍ରାସ ପାଇଁ ୦.୦୩ ରହିଛି । ଏହି ଅବଧି ମଧ୍ୟରେ ପାଖାପାଖି ୭୩ ପ୍ରତିଶତ ସୁଧାର ଆସିଥିବା ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଲୋକସଭାରେ ପ୍ରକାଶ ହୋଇଥିବା ତଥ୍ୟ ଅନୁସାରେ, ୨୦୦୪-୧୪ ମଧ୍ୟରେ ୧୭୧୧ ଟ୍ରେନ ଦୁର୍ଘଟଣାରେ ୯୦୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୧୫୫ ଲୋକ ଆହତ ହେଇଥିଲେ । କିନ୍ତୁ ବର୍ଷ ୨୦୧୪-୨୪ ମଧ୍ୟରେ ଘଟିଥିବା ୬୭୮ ଦୁର୍ଘଟଣାରେ ୭୪୮ ଜଣ ପ୍ରାଣ ହରାଇଥିବା ବେଳେ ୨୦୮୭ ଲୋକ ଆହତ ହୋଇଥିଲେ ।

ରେଳବାଇ ତଥ୍ୟ ଅନୁସାରେ, ୨୦୧୪-୧୫ରେ ୧୩୫ଟି ରେଳ ଦୁର୍ଘଟଣା ଘଟିଥିବା ବେଳେ ୨୦୨୩-୨୪ରେ ଏହା ହ୍ରାସ ପାଇ ୪୦କୁ ଖସିଛି । ସେହିପରି ୨୦୦୪-୧୪ ମଧ୍ୟରେ ୧୭୧୧ଟି ଟ୍ରେନ ଦୁର୍ଘଟଣା ଘଟିଥିବା ବେଳେ ଏହା ବାର୍ଷିକ ହାରାହାରି ୧୭୧ ଥିଲା । ଏହା ୨୦୧୪-୨୪ ଅବଧି ମଧ୍ୟରେ ୬୭୮କୁ ହ୍ରାସ ପାଇଛି । ଯାହା ବାର୍ଷିକ ହାରାହାରି ୬୮ ।

କେଉଁ ମସିହାରେ କେତେ ରେଳ ଦୁର୍ଘଟଣା ?

  • ୨୦୧୪-୨୦୧୫ରେ ୧୩୫ ରେଳ ଦୁର୍ଘଟଣା
  • ୨୦୨୩-୨୦୨୪ରେ ୪୦ ରେଳ ଦୁର୍ଘଟଣା
  • ୨୦୦୪-୨୦୧୪ ମଧ୍ୟରେ ୧୭୧୧ ଟ୍ରେନ ଦୁର୍ଘଟଣା, ବାର୍ଷିକ ହାରାହାରି ୧୭୧
  • ୨୦୧୪-୨୦୨୪ରେ ୬୭୮କୁ ହ୍ରାସ ପାଇଛି, ବାର୍ଷିକ ହାରାହାରି ୬୮

ଏହା ମଧ୍ୟ ପଢ଼ନ୍ତୁ-

IRCTC: ଲୋୟର ବର୍ଥ ପାଇଁ ନୂଆ ନିୟମ, ଟ୍ରେନ ଟିକେଟ ବୁକିଂ ବେଳେ ଏମିତି କରନ୍ତୁ...

ବଦଳିଛି ଟ୍ରେନ ଟିକେଟ ବୁକିଂ ନିୟମ; ଅନଲାଇନରେ କେମିତି ଟିକେଟ କରିବେ ଜାଣିନିଅନ୍ତୁ

ଟ୍ରେନ୍ ଚଳାଚଳ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ରେଳର ବିଭିନ୍ନ ସୁରକ୍ଷା ପଦକ୍ଷେପ:

  • ଇଲେକ୍ଟ୍ରିକାଲ ଓ ଇଲୋକ୍ଟ୍ରୋନିକ ଇଣ୍ଟର ଲକ୍:

ମାନବ ତ୍ରୁଟି କାରଣରୁ ଅନେକ ସମୟରେ ରେଳ ଦୁର୍ଘଟଣା ଘଟୁଥିବା ବେଳେ ଏହାକୁ ଏଡ଼ାଇବା ପାଇଁ ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖ ସୁଦ୍ଧା ୬୬୦୮ ରେଲୱେ ଷ୍ଟେସନକୁ ପଏଣ୍ଟ ଓ ସିଗ୍ନାଲ କେନ୍ଦ୍ରିଭୂତ ଇଣ୍ଟରଲକିଂ ସିଷ୍ଟମ ଯୋଗାଇ ଦିଆଯାଇଛି ।

  • ଲେବୁଲ କ୍ରସିଂ ଇଣ୍ଟର ଲକିଂ:

ରେଳ ଫାଟକଗୁଡ଼ିକରେ ସୁରକ୍ଷା ପାଇଁ ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖ ସୁଦ୍ଧା ୧୧,୦୫୩ଟି ଲେବୁଲ କ୍ରସିଂ ଗେଟ ଯୋଗାଇ ଦିଆଯାଇଛି । ଅକ୍ଟୋବର ୩ ଭିତରେ ୬୬୧୯ଟି ଷ୍ଟେସନରେ ବୈଦ୍ୟୁତିକ ଉପାୟରେ ଟ୍ରାକ ଅକୁପେନ୍ସି ସ୍ଥାପନ କରି ସୁରକ୍ଷା ବଢ଼ାଇବା ପାଇଁ ଟ୍ରାକ ସର୍କିଟିଂ ବ୍ୟବସ୍ଥା କରାଯାଇଛି ।

  • କବଚ ୪.୦:

ରେଳ ଦୁର୍ଘଟଣା ରୋକିବା ପାଇଁ ଭାରତୀୟ ରେଳବାଇ ବଡ଼ ଉପଲବ୍ଧି ହାସଲ କରିଛି । ନିଜସ୍ବ ଜ୍ଞାନ କୌଶଳରେ ନିର୍ମିତ କରିଛି ସୁରକ୍ଷା ପ୍ରଣାଳୀ ‘କବଚ' । ଅତ୍ୟାଧୁନିୀକ ଜ୍ଞାନ କୌଶଳରେ ନିର୍ମିତ ଏହି କବଚ ଦ୍ବାରା ପରସ୍ପର ସହ ଧକ୍କା ହୋଇ ଘଟୁଥିବା ଟ୍ରେନ ଦୁର୍ଘଟଣାକୁ ରୋକାଯିବ । ଜୁଲାଇ ୨୦୨୦ରେ ଏହାକୁ ଜାତୀୟ ଏଟିପି (ଅଟୋମେଟିକ୍ ଟ୍ରେନ ପ୍ରୋଟେକ୍ସନ୍) ସିଷ୍ଟମ ଭାବରେ ଗ୍ରହଣ କରାଯାଇଛି । କବଚ ଭର୍ସନ ୪.୦ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଓ ଉତ୍ତର କେନ୍ଦ୍ରୀୟ ରେଳପଥର ୧୫୪୮ କି.ମି ଦୂରତା ବିଶିଷ୍ଟ ରେଳ ମାର୍ଗରେ ଉନ୍ନତ କବଚ ପ୍ରଣାଳୀ ସ୍ଥାପନ କରାଯାଇଛି । ବର୍ତ୍ତମାନ ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାୱଡାକରିଜରେ ପ୍ରାୟ ୩୦୦୦ କିମି ରୁଟରେ କାର୍ଯ୍ୟ ଚାଲିଛି ।

ଏହା ମଧ୍ୟ ପଢ଼ନ୍ତୁ...କବଚ୍ ବ୍ୟବସ୍ଥା ସ୍ଥାପନ ପାଇଁ ପୂର୍ବତଟ ରେଳପଥର ଯୋଜନା

ଏହା ମଧ୍ୟ ପଢ଼ନ୍ତୁ...ପୂର୍ବତଟ ରେଳପଥରେ କେବେ କାର୍ଯ୍ୟକାରୀ ହେବ ‘କବଚ’, ଦୁର୍ଘଟଣାରେ ଲାଗିବ ବ୍ରେକ୍‌

  • ଭିଜିଲାନ୍ସ କଣ୍ଟ୍ରୋଲ ଡିଭାଇସ:

ଲୋକୋ ପାଇଲଟଙ୍କୁ ଆଲର୍ଟ କରିବା ପାଇଁ ସମସ୍ତ ଲୋକୋମୋଟିଭକୁ ଭିଜିଲାନ୍ସ କଣ୍ଟ୍ରୋଲ ଡିଭାଇସ ସଜ୍ଜିତ କରାଯାଇଛି । ପାଗ ମେଘୁଆ ଥିବାବେଳେ ଦୃଶ୍ୟମାନତା କମ୍‌ ଥିବା ସମୟରେ କ୍ରୁ'ମାନଙ୍କୁ ସଚେତନ କରିବା ପାଇଁ ରେଟ୍ରୋ-ରିଫ୍ଲେକ୍ଟିଭ ସିଗ୍ମା ବର୍ଡ ଲଗାଯାଇଛି ।

  • କୁହୁଡ଼ି ସୁରକ୍ଷା ଉପକରଣ:

କୁହୁଡ଼ି ପ୍ରଭାବିତ ଅଞ୍ଚଳରେ ଦୃଶ୍ୟମାନର ଦୂରତା କମ ରହୁଥିବା ବେଳେ ଲୋକୋ ପାଇଲଟମାନଙ୍କୁ ଜିପିଏସ ଆଧାରିତ କୁହୁଡି ସୁରକ୍ଷା ଉପକରଣ (Fog Safety Device) ପ୍ରଦାନ କରାଯାଉଛି । ଯାହା ଲୋକୋ ପାଇଲଟମାନଙ୍କୁ ସିଗ୍‌ନାଲ ଓ ଲେବୁଲ କ୍ରସିଂ ଗେଟର ଦୂରତା ଜାଣିବାରେ ସହାୟକ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details