ମେଷ: ଆଜି ଦିନଟି ଶୁଭଫଳଦାୟକ ଅଟେ । ସାମାଜିକ ଓ ଅର୍ଥନୈତିକ କର୍ମରେ ଆପଣ ନିଜର ପ୍ରତିଷ୍ଠା ଅର୍ଜନ କରିବା ଯୋଗୁଁ ବନ୍ଧୁ ଓ ପ୍ରିୟଜନଙ୍କ ଦ୍ୱାରା ପଶଂସିତ ହେବେ । ଗୁରୁଜନ ତଥା ପିତାମାତା ଆପଣଙ୍କ ପାଇଁ ପୂଜନୀୟ । ସେମାନଙ୍କ ସ୍ନେହଶ୍ରଦ୍ଧା ପାଇ ଆତ୍ମସନ୍ତୋଷ ପାଇବେ । ପତ୍ନୀଙ୍କ ସହ ଗୋଟିଏ ରମଣୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ହଠାତ୍ ସନ୍ତାନମାନେ କିଛି ଆର୍ଥିକ ସାହାଯ୍ୟ କରିପାରନ୍ତି ।
ବୃଷ: ନୂଆ ଓ ପୁରୁଣା କାର୍ଯ୍ୟର ଭାର ବହନ କରି ସୁଫଳ ପାଇବେ । ବୃତ୍ତିଧାରୀ ତଥା ବ୍ୟବସାୟୀଙ୍କ ନିମନ୍ତେ ଦିନଟି ଅତ୍ୟନ୍ତ ଶୁଭଙ୍କର । ବୃତ୍ତିରେ ସହକର୍ମୀମାନେ ସହଯୋଗ କରିବେ । ଉପରିସ୍ଥ ହାକିମଙ୍କ ଦ୍ୱାରା ପ୍ରଶଂସିତ ହେବେ ଏବଂ ପଦୋନ୍ନତି ମଧ୍ୟ ହେବାର ଅଛି । ଏଥିପାଇଁ ନିଜେ ଏବଂ ଅନ୍ୟମାନେ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମିଥୁନ: ଦୁଇ ଦିନଯାଏଁ ଯେଉଁ କାମକୁ ହାତକୁ ନେଇ କରି ସାରିଛନ୍ତି, ସେଥିପାଇଁ କ୍ଲାନ୍ତ ଲାଗିପାରେ । ନିଜେ ଅସୁସ୍ଥତା ଭୋଗିପାରନ୍ତି । ଆପଣଙ୍କର ପିଲାମାନଙ୍କ ଯୋଗୁଁ ମନ ବିଚଳିତ ରହିବ । ଶାରୀରିକ କ୍ଲାନ୍ତି ଯୋଗୁଁ ଅବସନ ହୋଇପଡିବେ ଏବଂ ଘରଛାଡି କେଉଁ କାମ କରିବାକୁ ଇଚ୍ଛା ହେବ ନାହିଁ । ପେଟ ଯନ୍ତ୍ରଣା ଭୋଗିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସବୁ ତୁଚ୍ଛ ଲାଗିବ ।
କର୍କଟ: ଶୁଭ ସକାଳ ଡେରିରେ ଆସିପାରେ । ତେଣୁ ଧର୍ଯ୍ୟଧରି ନିଜ କାମରେ ହେଳା କରନ୍ତୁ ନାହିଁ । ଜରୁରୀ କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇଦିଅନ୍ତୁ । ଡାକ୍ତରୀ ଚିକିତ୍ସା ପାଇଁ ମଧ୍ୟ ଅନ୍ୟ କୌଣସି ଦିନ ଯାଇପାରନ୍ତି । ନିଜକୁ ବାରବୁଲା ଭାବି ମନ ଛୋଟ କରିବା ପରିବର୍ତ୍ତେ ନିଜର ମାନସିକ ଅସ୍ଥିରତାକୁ ଦୁର କରିବାପାଇଁ ଧୈର୍ଯ୍ୟ ଛଡା ଆଉ କିଛିନାହିଁ । ଭଲ ଫଳ ନମିଳିଲେ ମଧ୍ୟ ହତାଶାଭାବ ମନେରେ ପୋଷଣ କରନ୍ତୁନାହିଁ ।
ସିଂହ: ଗତକାଲି ପରି ଆଜି ମଧ୍ୟ ଆପଣଙ୍କ ଦିନଟି ସେତେ ଭଲରେ କଟିବ ନାହିଁ । ସାଙ୍ଗ ହୋଇ କରୁଥିବା ବ୍ୟବସାୟରେ ବନ୍ଧୁଙ୍କ ରୁକ୍ଷ ବ୍ୟବହାର ମନକୁ ଅଶାନ୍ତ କରିପାରେ । ନିଜର ବିଶ୍ୱାସରେ ଅନ୍ୟକୁ ସରଳ ଭାବି ରହିଗଲେ ତାହା ନିଜପାଇଁ ହାନିକାରକ ବୋଲି ସାବ୍ୟସ୍ତ ହୋଇପାରେ । ନିଜର ସ୍ୱାସ୍ଥ୍ୟ ଭଲ ରହିବ, ମାତ୍ର ପତ୍ନୀଙ୍କ କ୍ଷେତ୍ରରେ ବିପରୀତ ଦେଖାଦେଇପାରେ । ମନକୁ ହାଲ୍କା ରଖିବାକୁ ସମୁଦ୍ରକୂଳକୁ ବୁଲିବାକୁ ଯାଆନ୍ତୁ ।
କନ୍ୟା: ଆଜି ଦିନଟି ଶୁଭଙ୍କର ଅଟେ । ପରିବାରର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ଗହଣରେ ଆମୋଦ ପ୍ରମୋଦରେ ସୁଅ ଛୁଟିବ । ଶାନ୍ତ ପରିବେଶ ମଧ୍ୟରେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବ । ଶରୀର ପୁର୍ବାବସ୍ଥା ଠାରୁ ଆହୁରି ଭଲ ରହିବ । ଆର୍ଥିକ ଅବସ୍ଥା ଅତି ସ୍ୱଚ୍ଛଳ ସାମାଜିକ ଜୀବନରେ ପ୍ରତିଷ୍ଠିତ ହୋଇପାରନ୍ତି । ସହକର୍ମୀମାନଙ୍କ କାର୍ଯ୍ୟରେ ସହଯୋଗ କରିବେ ।