ମେଷ:ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ହୋଇପାରେ । ପାରିବାରିକ ଜୀବନ ଶାନ୍ତ ରହିବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ଫଳପ୍ରଦ ହେବ । ଆପଣଙ୍କ ମାଆଙ୍କ ଠାରୁ ଆପଣ ସାହାଯ୍ୟ ଓ ସହାନୁଭୁତି ଲାଭ କରିପାରନ୍ତି । କାର୍ଯ୍ୟସ୍ଥଳରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବେ । କାର୍ଯ୍ୟାଳୟର କାର୍ଯ୍ୟର ଚାପ ଆପଣଙ୍କୁ କିଛି ସମୟ ପାଇଁ ବିଚଳିତ କରିପାରେ । ମାତ୍ର ଉପରିସ୍ଥ ଅଧିକାରୀ କିମ୍ୱା ମାଲିକଙ୍କ ପ୍ରଶଂସାରପାତ୍ର ହେବେ । ସରକାରୀ କାର୍ଯ୍ୟରେ ଆପଣ ବାହାରକୁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ହୋଇପାରେ । ନିଜ ଶରୀରର ଯତ୍ନ ନିଅନ୍ତୁ ।
ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରି ବିଭିନ୍ନ ଦିଗରେ ନିଜର ଅର୍ଥ ବିନିଯୋଗ କରିବେ ଏବଂ ନିଜ ଭବିଷ୍ୟତ ଯୋଜନା ମଧ୍ୟ କରିବେ । ବିଦେଶ ଭ୍ରମଣର ଯୋଗ ଅଛି । କୌଣସି ଧାର୍ମିକ ସ୍ଥାନକୁ ଯାଇ ନିଜର ଆଧ୍ୟାତ୍ମିକ ଭାବକୁ ବୃଦ୍ଧି କରିପାରନ୍ତି । ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ । ଆଜି ଆପଣଙ୍କ ଉପରେ କାମର ଚାପ ଅଧିକ ପଡିପାରେ ।
ମିଥୁନ: ଆଜି ଆପଣଙ୍କର ଚେତନା ଶକ୍ତି ଏବଂ ଇଚ୍ଛାକୁ ନିଜ ଆୟତ୍ତରେ ନ ରଖିଲେ ଅପଦସ୍ତ ହୋଇପାରନ୍ତି । କୌଣସି କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଆଜିର ଦିନଟି ଉପଯୁକ୍ତ ନୁହେଁ । ପର୍ଯ୍ୟଟନ ଏବଂ ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଡାକ୍ତରୀ ପରୀକ୍ଷା ପାଇଁ ଦିନଟି ଶୁଭ ନୁହେଁ । କୌଣସି ଯୁକ୍ତିତର୍କ କିମ୍ୱା ଝଗଡା ଠାରୁ ଦୂରେଇ ରୁହନ୍ତୁ । ରୋଜଗାରର ପନ୍ଥା ନ ଥିବାରୁ ଆର୍ଥିକ ଅନାଟନ ଘଟିପାରେ । ଏହା ଆପଣଙ୍କୁ ହତୋତ୍ସାହିତ କରିପାରେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଖର୍ଚ୍ଚ ପ୍ରତି ସତର୍କ ରୁହନ୍ତୁ । ଏପରି କିଛି କାର୍ଯ୍ୟ କରନ୍ତୁ ନାହିଁ , ଯାହା ପାଇଁ ଆପଣ ପରେ ଅନୁତାପ କରିବାକୁ ପଡିପାରେ । ଧ୍ୟାନ କିମ୍ୱା ଗୀତ ଶୁଣି ନିଜ ମନ ସ୍ଥିର କରିବା ସହ କ୍ରୋଧ ଉପରେ ନିୟନ୍ତ୍ରଣ ରଖିପାରିବେ ।
କର୍କଟ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାୟକ ଅଟେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ମଉଜ ମଜଲିସ କରିବେ । କିଛି ଜିନିଷ କିଣାକିଣି କରିବାରେ ଆନନ୍ଦ ପାଇପାରନ୍ତି । ଆପଣ ବହୁ ଦୂରରୁ ଆସିଥିବା ଜଣେ ଭିନ୍ନ ସଂପ୍ରଦାୟର ବ୍ୟକ୍ତିଙ୍କ ସାକ୍ଷାତ ପାଇ ଉଲ୍ଲସିତ ହେବେ । କାର୍ଯ୍ୟରେ ଓ ବ୍ୟବସାୟରେ ସଫଳ ହେବେ । ଏଥିରେ ଆପଣଙ୍କର ଅର୍ଥଲାଭ ହୋଇପାରେ । ଆପଣ ସମ୍ମାନିତ ଏବଂ ପ୍ରଶଂସିତ ହୋଇପାରନ୍ତି । ଆପଣଙ୍କର ଏହି ଆତ୍ମସନ୍ତୋଷ ପାଇଁ ସୁସ୍ୱାଦ ଖାଦ୍ୟ ସେବନ କରିପାରନ୍ତି କିମ୍ୱା ସୃଜନକ୍ଷମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଶରୀର ସୁସ୍ଥ ରହିବ । ଗୋଟିଏ ନୂଆ ଚାରି ଚକିଆ ଯାନ କ୍ରୟ କରିପାରନ୍ତି ।
ସିଂହ: ଆଜି ଦିନଟି ମଧ୍ୟମ ଫଳ ପ୍ରଦାୟକ ହୋଇପାରେ । ପରିବାରରେ ଶାନ୍ତ ପରିବେଶ ପରିଲିକ୍ଷିତ ହୋଇପାରେ । କାର୍ଯ୍ୟରେ ଆପଣଙ୍କ ସହକର୍ମୀ ବନ୍ଧୁଙ୍କ ଠାରୁ ସହଯୋଗ ଲାଭ କରିବେ । ନିୟମିତ ଗୃହ କାର୍ଯ୍ୟରେ କିଛି ବାଧା ଉପୁଜିପାରେ । ମାମୁଙ୍କ ଘରୁ କୌଣସି ଅପ୍ରୀତିକର ସମ୍ୱାଦ କିମ୍ୱା ନିଜ କାର୍ଯ୍ୟରେ ଶତ୍ରୁଙ୍କ ହସ୍ତକ୍ଷେପ ଯୋଗୁଁ ଆପଣ ବିଚଳିତ ହୋଇପାରନ୍ତି ।
କନ୍ୟା: ଆଜି ଦିନରେ ଆପଣ ନିଜର ସନ୍ତାନ ଓ ପ୍ରିୟଜନଙ୍କ ଚିନ୍ତାରେ ବିଚଳିତ ହୋଇପାରନ୍ତି । ଏଥିପାଇଁ ଆପଣଙ୍କ ମାନସିକ ଅଶାନ୍ତି ରହିବେ । ଅପଣଙ୍କ ପାକସ୍ଥଳୀ ଜନିତ ଶାରୀରିକ ଅସୁସ୍ଥତା ମଧ୍ୟ ମୁଣ୍ଡ ବ୍ୟଥାର କାରଣ ହୋଇପାରେ । ଖର୍ଚ୍ଚ ବୃଦ୍ଧି ହୋଇପାରେ । ଏଥିପାଇଁ ଆପଣ ବ୍ୟାୟାମ ସମ୍ପର୍କିତ କାର୍ଯ୍ୟ, ନିଜର ସ୍ୱାସ୍ଥ୍ୟ ଏବଂ ସୃଜନକ୍ଷମ କାର୍ଯ୍ୟକୁ ପଛକୁ ପକାଇ ପାରନ୍ତି । ଜଣେ ଅନ୍ତରଙ୍ଗ ବନ୍ଧୁ ଓ ପ୍ରିୟଜନଙ୍କ ସାକ୍ଷାତକାର ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ନିବୃତ୍ତ ରୁହନ୍ତୁ । ଅର୍ଥଲଗାଣ କାରୀ ସଂସ୍ଥାରେ ନିଜ ପୁଞ୍ଜି ଆଦୌ ବିନିଯୋଗ କରନ୍ତୁ ନାହିଁ ।