ଓଡିଶା

odisha

ETV Bharat / bharat

ମାର୍ଚ୍ଚ ୨୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - horoscope of 22nd march 2024 - HOROSCOPE OF 22ND MARCH 2024

22nd March Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମାର୍ଚ୍ଚ ୨୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମାର୍ଚ୍ଚ ୨୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

By ETV Bharat Odisha Team

Published : Mar 22, 2024, 12:03 AM IST

ମେଷ: ଆପଣଙ୍କ ପାଇଁ ଆଜିର ଦିନଟି ମିଶ୍ରିତ ଫଳ ଦେବ । ଆପଣଙ୍କ କଠିନ ପରିଶ୍ରମର ଫଳ ଆଶାତୀତ ଭାବେ ଭଲ ହୋଇପାରେ । ମାତ୍ର ଆପଣ ନିଜ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଘର କଥାରେ ମନୋନିବେଶ କରିବାକୁ ସମୟ ପାଇବେ ନାହିଁ । ନିଜର ପାକସ୍ଥଳୀ ଜନିତ ଯନ୍ତ୍ରଣା ତଥା ସନ୍ତାନ ସନ୍ତତିଙ୍କ ଭବିଷ୍ୟତ ଚିନ୍ତା ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ । ସରକାରୀ କାର୍ଯ୍ୟ୍ୟଟିକୁ ଆପଣ ସୂଚାରୁ ରୂପେ ତୁଲାଇବାରେ ସକ୍ଷମ ହେବେ । ଧୈର୍ଯ୍ୟର ସହ କାମ କରନ୍ତୁ ।

ବୃଷ:ଆଜି ଆପଣଙ୍କ ଦିନ ଖୁସିରେ କଟିବ । ଆପଣଙ୍କ ଦୃଢ ବିଶ୍ୱାସ ଓ ସଂକଳ୍ପ ବଳରେ ଆପଣ ସବୁ କାର୍ଯ୍ୟରେ ସଫଳ ହୋଇପାରନ୍ତି । ପିତୃପକ୍ଷ ଲୋକମାନଙ୍କ ଦ୍ୱାରା ଆପଣ ଉପକୃତ ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନେ ନିଜ ପାଠପଢାରେ ମନୋନିବେଶ କରି ବେଶ ସଫଳତା ଅର୍ଜନ କରିପାରିବେ । ଆପଣ ନିଜର ସନ୍ତାନ ସନ୍ତତିଙ୍କ ସୁଖୀ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିବେ । ନିଜର ଦାୟିତ୍ୱକୁ ନିଜେ ବହନ କରି କୃତକାର୍ଯ୍ୟ ହେବେ ।

ମିଥୁନ: ଆପଣଙ୍କ ପାଇଁ ଆଜିର ଦିନଟି ଶୁଭଙ୍କର ଅଟେ । ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହାୟତାରେ ସରକାରୀ କାର୍ଯ୍ୟ୍ୟ ସୂଚାରୁରୂପେ ସମ୍ପାଦନ କରିପାରିବେ । ଆପଣଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ହୋଇଥିବାରୁ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିବେ । ପଡୋଶୀ ଓ ବନ୍ଧୁମାନଙ୍କର ସହ ମତାନ୍ତର ଦୂର ହୋଇଯାଇପାରେ । ଆଜି ଆପଣଙ୍କ ଚିନ୍ତାଧାରା ଓ ବ୍ୟବହାରରେ ଏକ ବିଶେଷ ପରିବର୍ତ୍ତନ ଦେଖାଦେଇପାରେ । ନିଜର ସ୍ୱାସ୍ଥ୍ୟ ତଥା ଆର୍ଥିକ ସ୍ଥିତି ପ୍ରତି ସଚେତନ ହୁଅନ୍ତୁ ।

କର୍କଟ:ଆଜି ଆପଣଙ୍କର ଶାରୀରିକ ତଥା ମାନସିକ ସ୍ଥିତି ଭଲ ରହିବ ନାହିଁ । ଏଣୁ ଆପଣଙ୍କୁ ବିଶ୍ରାମ ନେବା ଜରୁରୀ । ଅସନ୍ତୋଷ ଓ ଉଦାସ ମନୋଭାବ ଯୋଗୁଁ ମନ ବିଚଳିତ ହେବ ଏବଂ ଆପଣ ପ୍ରତିକଥାରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି । ତେଣୁ ପରିବାରର ସଦସ୍ୟମାନଙ୍କ ନିମିତ୍ତ ନିଜର ଆଚରଣ ଓ ବ୍ୟବହାର ଉପରେ ନିୟନ୍ତ୍ରଣ କରନ୍ତୁ । ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ ଦ୍ୱାରା ଉତ୍ତମ ଫଳ ପାଇବେ ।

ସିଂହ: ଆତ୍ମବିଶ୍ୱାସ ଏବଂ ସ୍ୱଚ୍ଛ ମନ ନେଇ ଆପଣ ଆଜି ଯେକୌଣସି ଯୋଜନା କରିବେ, ତାହା ସଫଳ ରୂପାୟନ ହେବ । ଏହାଦ୍ୱାରା ସାମାଜିକ ଜୀବନରେ ଆପଣଙ୍କର ମର୍ଯ୍ୟାଦା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ । ଆପଣଙ୍କର ପିତା ଆପଣଙ୍କୁ ପ୍ରତି ପଦକ୍ଷପରେ ସାହାଯ୍ୟ କରିବେ । ଆପଣ ନିଜେ ଶାରିରୀକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଶରୀରର ଯତ୍ନ ନିଅନ୍ତୁ ।

କନ୍ୟା:ଆଜି ଆପଣ ଚାପରେ ରହିବେ । ଯାହାଦ୍ବାରା ଆପଣଙ୍କ ମନ ଅଶାନ୍ତ ରହିବ । ବନ୍ଧୁ ଓ ପ୍ରିୟଜନଙ୍କ ସଙ୍ଗେ ଯୁକ୍ତି ତର୍କ କିମ୍ୱା ପାଟିତୁଣ୍ଡ କରନ୍ତୁ ନାହିଁ । ଏପରି ଅପ୍ରୀତିକର ପରିସ୍ଥିତିଠାରୁ ଦୂରେଇ ନରହିଲେ ଏହା ଆପଣଙ୍କର ଶରୀର ଉପରେ ପ୍ରଭାବ ପକାଇପାରେ । ଧର୍ମକାର୍ଯ୍ୟରେ ଯୋଗଦାନ କରି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଧ୍ୟାନ କଲେ ଆପଣ ଆପଣଙ୍କର ମାନସିକ ଶାନ୍ତି ଫେରିପାଇ ପାରନ୍ତି । ନିଜ ଶରୀରର ଯତ୍ନ ନିଅନ୍ତୁ ।

ତୁଳା:ଆଜି ଆପଣଙ୍କ ଦିନ ଭଲରେ କଟିବ । ସମସ୍ତ ଦିଗରୁ ଆମଦାନୀ ତୁମ ସୁଖକୁ ଆହୁରି ବୃଦ୍ଧି କରିବ । ଦରମା ବୃଦ୍ଧି ହେବ । ଦୂରଯାତ୍ରା ନେଇ ଯନ୍ତ୍ରଣା ଭୋଗିପାରନ୍ତି । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନବାଞ୍ଛା ପୂର୍ଣ୍ଣ ହେବ । ସୁସ୍ୱାଦୁ ଖାଦ୍ୟ ଖାଇପାରନ୍ତି ।

ବିଛା: ତୁମ କାର୍ଯ୍ୟାଳୟର ପରିବେଶ ତୁମକୁ ସହଜ ଓ ଲାଭଦାୟକ ହେବ । ସହକର୍ମୀ ମାନେ ଖୁସି ହେବେ । ସହଜରେ କାର୍ଯ୍ୟ ସାଧନ କରିବେ । ସାମାଜିକ ପ୍ରତିଷ୍ଠା ମିଳିବା ସହ କର୍ମକ୍ଷେତ୍ରରେ ପଦୋନ୍ନତି ହେବ । ପାରିବାରିକ ଅବସ୍ଥା ଶାନ୍ତ ହେବ । ଅଫିସ କାମରେ ଦୂରକୁ ଯାତ୍ରା କରିପାରନ୍ତି ।

ଧନୁ:ଆପଣଙ୍କ ଶାରୀରିକ ଅସୁସ୍ଥତା ଆଜି ଚିନ୍ତାର କାରଣ ହୋଇପାରେ । ଆପଣଙ୍କ ଶାରୀରିକ ମାନ୍ଦାପଣ ଏବଂ ଅକ୍ଷମତା ମାନସିକ ଅଶାନ୍ତିର କାରଣ ହୋଇପାରେ । ବ୍ୟବସାୟରେ ବାଧାବିଘ୍ନ ଉପୁଜିପାରେ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଅନୁରୂପ ବୁଘ୍ନ ଦେଖାଦେଇପାରେ । ବିପଦ ସଂକୁଳ ଚିନ୍ତା ତ୍ୟାଗ କରନ୍ତୁ । ବ୍ୟହାରରେ ସଂଯମତା ରକ୍ଷା କରନ୍ତୁ । ଯତ୍ନ ସହକାରେ ଯୋଜନାକୁ ପରିଚାଳିତ କରନ୍ତୁ । ପ୍ରତିଯୋଗୀଙ୍କ ସହ ଝଗଡା କରନ୍ତୁ ନାହିଁ ।

ମକର:ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହଁ ।ଅଚାନକ ଦେହ ଖରାପ କାରଣରୁ ଖର୍ଚ୍ଚ ବଢିବ । ସାମାଜିକ ଓ ନିତ୍ୟଦିନ କାର୍ଯ୍ୟ କରିବେ । ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ଅସ୍ଥିର ହୁଅନ୍ତୁ ନାହିଁ । ସୁନ୍ଦର କଥା ମନକୁ ଆଣି ଦୁଶ୍ଚିନ୍ତାରୁ ଦୂରେଇ ରୁହନ୍ତୁ । କାର୍ଯ୍ୟାଳୟର ବାତାବରଣ ଆପଣଙ୍କ ସହାୟକ ହେବ । ନିଜ ବ୍ୟବସାୟୀ ସାଙ୍ଗ ମାନଙ୍କ ସହ ମତଭେଦ ହୋଇପାରେ ।

କୁମ୍ଭ:ସମସ୍ତ କାର୍ଯ୍ୟ ସାହାସ ତଥା ସୁ-ଚିନ୍ତା ମୂଳକ ଭାବରେ ସମାପନ ହେବ । କୌଣସି କାରଣରୁ ଆପଣଙ୍କ ଅନ୍ତରର ଇଚ୍ଛା ବଢିପାରେ ଏବଂ ଆପଣ ନୂତନ ବସ୍ତ୍ର କିଣିପାରନ୍ତି । ଆପଣଙ୍କ ଜୀବନସାଥିଙ୍କ ସହ ଭଲରେ ଦିନଟି କଟିବ । ବାହାରକୁ ବୁଲିବାକୁ ଯାଇପାରନ୍ତି ।

ମୀନ: ଆଜି ଦିନଟି ଭଲ ଫଳପ୍ରଦ ଅଟେ । ଶାରୀରିକ ଅବସ୍ଥା ଭଲ ରହିବ । ପରିବାରରେ ସୁଖ ଶାନ୍ତି ମିଳିବ । ଶତୃ ଠାରୁ ଜୟଲାଭ କରିବେ । ଦୁଶ୍ଚିନ୍ତାରୁ ନିବୃତ ରୁହନ୍ତୁ । ସାଙ୍ଗ ସାଥିମାନେ ସହାୟ ହେବେ । ପିତାମାତାଙ୍କ ଠାରୁ ଖବର ପାଇବେ ।

ABOUT THE AUTHOR

...view details