ପ୍ରୟାଗରାଜ(ଉତ୍ତରପ୍ରଦେଶ) :ମହାକୁମ୍ଭ ମେଳା, ବିଶ୍ବର ସବୁଠାରୁ ବଡ଼ ଧାର୍ମିକ ତଥା ଆଧାତ୍ମିକ ସମାବେଶ । ଯେଉଁଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଏବଂ ସାଧୁସନ୍ଥ ପ୍ରୟାଗରାଜକୁ ଆସୁଛନ୍ତି । ଏହି ଆଧ୍ୟାତ୍ମିକ ପର୍ବର ମୂଳରେ ରହିଛି ପବିତ୍ର ସ୍ନାନ ବା ଶାହୀ ସ୍ନାନର ମହାନ ପରମ୍ପରା ଓ ବିଶ୍ବାସ । ଯାହା ପବିତ୍ର ଗଙ୍ଗା, ଯମୁନା ଏବଂ ସରସ୍ବତୀ ନଦୀର ସଙ୍ଗମ ସ୍ଥଳରେ ଅନୁଷ୍ଠିତ ହୁଏ । ଏହି ଦିବ୍ୟ କାର୍ଯ୍ୟକୁ ଆଧ୍ୟାତ୍ମିକ ଶୁଦ୍ଧିକରଣ ଏବଂ ପୂନର୍ଜନ୍ମ ପାଇଁ ଜୀବନରେ ଥରେ ସୁଯୋଗ ଭାବରେ ବିବେଚନା କରାଯାଏ । ଯଦି ଆପଣ 2025 ମହାକୁମ୍ଭ ମେଳାକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ଏଠାରେ ପବିତ୍ର ସ୍ନାନ କରିବାର 10ଟି ପ୍ରମୁଖ କାରଣ ଅଛି ।
- ଆଧ୍ୟାତ୍ମିକ ଶୁଦ୍ଧିକରଣ:
ବିଶ୍ବାସ ରହିଛି, ମହାକୁମ୍ଭରେ ସ୍ନାନ କଲେ ଜୀବନବ୍ୟାପୀ ହୋଇଥିବା ପାପରୁ ମୁକ୍ତି ମିଳିଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ, କୁମ୍ଭ ସମୟରେ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ଦ୍ବାରା ନକାରାତ୍ମକ କର୍ମ ଦୂର ହୁଏ ଏବଂ ଆତ୍ମା ଶୁଦ୍ଧ ହୁଏ । ଯାହା ଶ୍ରଦ୍ଧାଳୁଙ୍କୁ ଆଧ୍ୟାତ୍ମିକତାର ପଥ ଅନୁସରଣ କରିବାରେ ସାହାଯ୍ୟ କରେ ।
- ମୋକ୍ଷର ଦ୍ବାର:
ମାନବ ଶରୀରକୁ ମୋକ୍ଷର ଦ୍ବାର ବୋଲି କୁହାଯାଏ । ମୋକ୍ଷ ବା ମୁକ୍ତିର ଅର୍ଥ ଜନ୍ମ ଏବଂ ମୃତ୍ୟୁର ଚକ୍ରରୁ ମୁକ୍ତି । ଅନେକ ଲୋକ ଏହି ପବିତ୍ର ସ୍ଥାନକୁ ଆସି ମୋକ୍ଷ ପ୍ରାପ୍ତି ପାଇଁ ବୁଡ଼ ପକାଇଥାନ୍ତି । କୁମ୍ଭମେଳା ସମୟରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ଭକ୍ତମାନଙ୍କୁ ଏହି ଆଧ୍ୟାତ୍ମିକ ମୁକ୍ତି ପ୍ରାପ୍ତିର ନିକଟତର କରିଥାଏ ବୋଲି ବିଶ୍ବାସ ରହିଛି ।
- ଶୁଭ ସମୟ:
ମହାକୁମ୍ଭ ମେଳା ପ୍ରତି 12 ବର୍ଷରେ ଥରେ ଅନୁଷ୍ଠିତ ହୁଏ । ଯେତେବେଳେ ନିର୍ଦ୍ଦିଷ୍ଟ ଗ୍ରହ ସ୍ଥିତି ସଙ୍ଗମର ଜଳକୁ ଆଧ୍ୟାତ୍ମିକ ଭାବରେ ଶକ୍ତିଶାଳୀ କରିଥାଏ । ଗତ ଜାନୁଆରୀ 13 ତାରିଖ ଦିନ ପ୍ରଥମ ସ୍ନାନ ବା ମହାସ୍ନାନ ପାଇଁ ସବୁଠାରୁ ଶୁଭ ସମୟ ରହିଥିଲା । ଯାହାକୁ ଅମୃତ ସ୍ନାନ ମଧ୍ୟ କୁହାଯାଏ ।
- ପରମ୍ପରାକୁ ଆଗକୁ ନେବା ପାଇଁ ଏକ ସୁଯୋଗ:
କୁମ୍ଭମେଳା ଅନେକ ପ୍ରାଚୀନ ପରମ୍ପରାରେ ପରିପୂର୍ଣ୍ଣ । ଯାହା ପିଢ଼ି ପରେ ପିଢ଼ି ଚାଲିଆସିଛି । ନଦୀଗୁଡ଼ିକର ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ଦ୍ବାରା ଆପଣ ଲକ୍ଷ ଲକ୍ଷ ଲୋକଙ୍କ ବଂଶ ସହିତ ଯୋଡି ହୁଅନ୍ତି । ଯେଉଁମାନେ ଶହ ଶହ ବର୍ଷ ଧରି ଏହି ପବିତ୍ର କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି ।
- ସାଧୁସନ୍ଥଙ୍କ ଆଶୀର୍ବାଦ:
କୁମ୍ଭ ମେଳାରେ ସାରା ଭାରତରୁ ସାଧୁ, ସନ୍ଥ ଏବଂ ଆଧ୍ୟାତ୍ମିକ ଧର୍ମ ଗୁରୁମାନେ ଏକତ୍ରିତ ହୁଅନ୍ତି । ଏହି ପବିତ୍ର ବ୍ୟକ୍ତିମାନଙ୍କ ସହିତ ଆପଣ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନରେ ଅଂଶଗ୍ରହଣ କରି ବୃହତ ଆଧ୍ୟାତ୍ମିକ ସମ୍ପ୍ରଦାୟର ଅଂଶ ହୋଇପାରିବେ ଏବଂ ସେମାନଙ୍କର ଆଶୀର୍ବାଦ ପାଇପାରିବେ ।
- ମାନସିକ ଶାନ୍ତି ଏବଂ ସକାରାତ୍ମକତା:
ପବିତ୍ର ବୁଡ଼ ପକାଇବା ପରେ ଅନେକ ଭକ୍ତ ଅପାର ମାନସିକ ଶାନ୍ତି ଅନୁଭବ କରନ୍ତି । କୁହାଯାଏ, ଏହି ପବିତ୍ର ସ୍ନାନ ଶରୀର ଏବଂ ମନରୁ ନକାରାତ୍ମକ ଶକ୍ତିକୁ ଦୂର କରିଦିଏ । ସକାରାତ୍ମକତା, ଆଶା ଏବଂ ଉଦ୍ଦେଶ୍ୟର ନୂତନ ଭାବନା ସୃଷ୍ଟି କରେ ।
- ଦିବ୍ୟତ୍ବ ସହିତ ସଂଯୋଗ:
'ସଙ୍ଗମ' (ଯେଉଁଠାରେ ତିନୋଟି ପବିତ୍ର ନଦୀ ମିଳିତ ହୁଅନ୍ତି)କୁ ଦିବ୍ୟତାର ପ୍ରବେଶ ଦ୍ବାର ଭାବରେ ବିବେଚନା କରାଯାଏ । ଏଠାରେ ସ୍ନାନ କରିବା ଦ୍ଵାରା ଆପଣ ଆପଣଙ୍କର ଆଧ୍ୟାତ୍ମିକତା ଏବଂ ବ୍ରହ୍ମାଣ୍ଡର ଉଚ୍ଚ ଶକ୍ତି ସହିତ ଗଭୀର ଭାବରେ ସଂଯୋଗ ସ୍ଥାପନ କରିବାର ଏକ ଅନନ୍ୟ ସୁଯୋଗ ପାଇପାରିବେ ।
- ଏକତାର ଭାବନା: