ଓଡିଶା

odisha

By ETV Bharat Odisha Team

Published : Jun 4, 2024, 4:20 PM IST

ETV Bharat / bharat

ଫିଲ୍ମରେ ହିଟ୍‌ ରାଜନୀତିରେ ସୁପରହିଟ୍, ମଣ୍ଡିରେ ଜିତିଲେ ବଲିଉଡ କୁଇନ - Kangana Ranaut Win From Mandi Seat

Kangana Ranaut Won Election From Mandi Seat: ମଣ୍ଡିରେ ବାଜି ମାରିଲେ କୁଇନ । ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଦେଇଥିବା କଙ୍ଗନା ରାଣାୱତ ମଣ୍ଡିରେ ବିଜୟ ହାସଲ କରିଛନ୍ତି । ସେ ମଣ୍ଡି ଆସନରୁ ସୁଖୁ ସରକାରଙ୍କ ଯୁବ ମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂଙ୍କୁ ୭୨ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି । ଅଧିକ ପଢନ୍ତୁ

ମଣ୍ଡିରେ ବାଜି ମାରିଲେ କଙ୍ଗନା ରାଣାୱତ
ମଣ୍ଡିରେ ବାଜି ମାରିଲେ କଙ୍ଗନା ରାଣାୱତ (ETV Bharat Odisha)

ହାଇଦ୍ରାବାଦ: ରାଜନୀତିରେ କମାଲ କଲେ ବଲିଉଡ କୁଇନ କଙ୍ଗନା ରାଣାୱତ । ମଣ୍ଡି ଆସନରୁ କରିଲେ ବାଜିମାତ୍‌ । କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂଙ୍କୁ ହରାଇ ବହୁ ମତରେ ବିଜୟୀ ହୋଇଛନ୍ତି । କଙ୍ଗନା ୭୦ ହଜାରରୁ ଅଧିକ ଅର୍ଥାତ୍ ୭୨ ହଜାରରୁ ଅଧିକ ଭୋଟରେ ବିକ୍ରମାଦିତ୍ୟ ସିଂଙ୍କୁ ପଛରେ ପକାଇ ବିଜୟ ହାସଲ କରିଛନ୍ତି । ତେବେ ପ୍ରଥମ ଥର ପାଇଁ କଙ୍ଗନା ରାଜନୀତିରେ ପାଦ ଦେବା ସହ ଲୋକସଭା ଆସନ ପାଇଁ ନିର୍ବାଚନ ଲଢିଥିଲେ । ଏହି ବିଜୟ ପରେ କଙ୍ଗନାଙ୍କ ପରିବାର ଏବଂ ବିଜେପି ଶିବିରରେ ଖୁସିର ଲହରୀ ଖେଳିଯାଇଛି ।

ମଣ୍ଡିରେ ବାଜି ମାରିଲେ କଙ୍ଗନା ରାଣାୱତ (ETV Bharat Odisha)

୭୨ ହଜାରରୁ ଅଧିକ ଭୋଟରେ ଜିତିଲେ କୁଇନ

ଏହି ବିଜୟ ପରେ ସେ ନିଜ ପରିବାରର ଦେବୀଙ୍କ ମନ୍ଦିରରେ ପୂଜା କରିବା ପରେ ତାଙ୍କ ମାଆଙ୍କ ଆଶୀର୍ବାଦ ନେଇଥିଲେ । ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତ 5,14,661 ଭୋଟ ପାଇଛନ୍ତି । ଯେଉଁଠାରେ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ 4,42,573 ଭୋଟ୍ ପାଇଛନ୍ତି । କଙ୍ଗନା ରାଣାୱତ 72088 ଭୋଟରେ ଜିତିଛନ୍ତି । ଭୋଟ ଗଣତି ସମୟରେ ବିକ୍ରମାଦିତ୍ୟ କ୍ରମାଗତ ଭାବରେ ସିଂଙ୍କ ପଛରେ ରହିଥିଲେ । ଉଭୟଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା, କିନ୍ତୁ ଶେଷରେ କଙ୍ଗନା ଜିତିଥିଲେ । ମଣ୍ଡିର ସିରାଜ, ନାଚାନ୍, ମଣ୍ଡିର ମଣ୍ଡି ସଦର ଭଳି ବିଧାନସଭା ନିର୍ବାଚନମଣ୍ଡଳୀରେ କଙ୍ଗନା ଆଗୁଆ ରହିଥିଲେ । ଏହି ସମୟରେ ବିକ୍ରମାଦିତ୍ୟ ସିଂ ରାମପୁର, କିନ୍ନର ଏବଂ ଆଦିବାସୀ ଅଞ୍ଚଳରେ ଭଲ ପ୍ରଦର୍ଶନ କରିଥିଲେ ।

କଙ୍ଗନାଙ୍କ ବିଜୟରେ ଜୟରାମ ଠାକୁରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା: କଙ୍ଗନାଙ୍କ ବିଜୟରେ ବିରୋଧୀ ଦଳର ନେତା ଜୟରାମ ଠାକୁରଙ୍କର ବିଶେଷ ଅବଦାନ ଥିଲା । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ସମାବେଶ ମଧ୍ୟ କଙ୍ଗନା ସପକ୍ଷରେ ରହିଲା । ଏପରିକି ଯେଉଁଠାରେ କଙ୍ଗନା ଅଭିଯାନ କରିବାକୁ ଯାଇଥିଲେ, ସେ ସେହି ସ୍ଥାନର ପୋଷାକ ଗ୍ରହଣ କରି ଲୋକଙ୍କୁ ଆକୃଷ୍ଟ କରିଥିଲେ । ଯଦିଓ ଗୋମାଂସ ବିବାଦର ସମ୍ମୁଖୀନ ହୋଇଥିଲେ କଙ୍ଗନା । ତଥାପି ଏହି ପ୍ରସଙ୍ଗ କଂଗ୍ରେସ ପାଇଁ ଲାଭଦାୟକ ହୋଇପାରିଲା ନାହିଁ । ମଣ୍ଡିବାସୀଙ୍କ ବିପୁଳ ସମର୍ଥନରେ ଆଜି ବାଜି ମାରିଲେ କଙ୍ଗନା ।

ବିକ୍ରମାଦିତ୍ୟ ସିଂ କିଏ?

ବିକ୍ରମାଦିତ୍ୟ ସିଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ରା ସିଂ ଏବଂ କଂଗ୍ରେସ ସାଂସଦ ପ୍ରତିଭା ସିଂ ଙ୍କ ପୁଅ ଏବଂ ସୁଖବିନ୍ଦର ସିଂ ସରକାରରେ ଯୁବ କ୍ୟାବିନେଟ ମନ୍ତ୍ରୀ । ଯାହାକୁ ଏବେ ହରାଇ ମଣ୍ଡି ଗଡ଼ ହାସଲ କରିଛନ୍ତି କଙ୍ଗନା । ହିମାଚଳ ପ୍ରଦେଶରେ 4ଟି ଲୋକସଭା ଆସନ ହମିରପୁର, ମଣ୍ଡି, ସିମଲା ଓ କାଙ୍ଗରାରେ ଗତ 2019 ନିର୍ବାଚନରେ ବିଜେପି ଏହି 4ଟି ଯାକ ଆସନରେ ବିଜୟୀ ହୋଇଥିଲା । କିନ୍ତୁ ମଣ୍ଡିରେ ନିର୍ବାଚନ ଜିତିଥିବା ବିଜେପି ନେତା ରାମ ସ୍ବରୂପ ଶର୍ମାଙ୍କ ମୃତ୍ୟୁ ପରେ 2021ରେ ଉପନିର୍ବାଚନ ହୋଇଥିଲା । ଯେଉଁଥିରେ ବାଜି ମାରିଥିଲେ କଂଗ୍ରେସ ନେତ୍ରୀ ପ୍ରତିଭା ସିଂ । ହିମାଚଳ ପ୍ରଦେଶ ବିଧାନସବା ନିର୍ବାଚନରେ କଂଗ୍ରେସ ବହୁମତ ପାଇଲା ପରେ ପ୍ରତିଭା ସିଂ ମୁଖ୍ୟମନ୍ତ୍ରୀ ଦାବିଦାର ଭାବେ ସାମ୍ନାକୁ ଆସିଥିଲେ । ତାଙ୍କ ବଦଳରେ ଦଳ ସୁଖବିନ୍ଦର ସିଂ ସୁଖୁଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ପ୍ରତିଭା ଏବଂ ବିକ୍ରମାଦିତ୍ୟ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଚାପ ପକାଉଥିଲେ । ଚଳିତ ଥର ବିଜେପି କଙ୍ଗନାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଥମେ ପ୍ରତିଭାଙ୍କ ସୁପାରିଶ ନାଁ ପରେ ବିକ୍ରମାଦିତ୍ୟ ସିଂଙ୍କୁ ଟିକେଟ ଦେଇଥିଲା ଦଳ ।

ଏହା ମଧ୍ୟ ପଢନ୍ତୁ:ଜନାଦେଶ ୨୦୨୪: କେଉଁ ତାରକାଙ୍କ ଉପରେ ଜନତାଙ୍କ ଆଶୀର୍ବାଦ, ଆଗେଇ ଚାଲିଛନ୍ତି କୁଇନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details