ଚଣ୍ଡିଗଡ:ଭାରତୀୟ ଜାତୀୟ ଲୋକ ଦଳ (INLD)ର ହରିୟାଣା ପ୍ରଦେଶ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ନଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଆଜି ସଂଧ୍ୟାରେ ଝାଞ୍ଝର ଜିଲ୍ଲାର ବାହାଦୁରଗଡରେ ତାଙ୍କୁ ଗୁଳି ମାଡ ହୋଇଥିଲା । ଏଥିରେ ନଫେ ସିଂଙ୍କ ସମେତ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନଫେ ସିଂ ରାଠୀ ନିଜ ସୁରକ୍ଷାକର୍ମୀ ଓ କିଛି ସହଯୋଗୀଙ୍କ ସହ ଏକ ଫର୍ଚୁନାର କାରରେ ଯାଉଥିବା ବେଳେ ଦୁର୍ବୃତ୍ତ ପିଚ୍ଛା କରି ତାଙ୍କୁ ଏକାଧିକ ରାଉଣ୍ଡ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏଥିରେ 4ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନଫେ ସିଂଙ୍କ ସମେତ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।
INLDର ମିଡିଆ ସେଲ୍ ମୁଖ୍ୟ ରାକେଶ ସିହାଗ ନାଫେ ସିଂ ରାଠୀଙ୍କ ମୃତ୍ୟୁକୁ ସ୍ପଷ୍ଟ କରିଛନ୍ତି । ବାହାଦୂରଗଡର ବରାହୀ ଫାଟକ ନିକଟରେ ଦୁର୍ବୃତ୍ତମାନେ କାରକୁ ଅତର୍କିତ ଗୁଳିମାଡ କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ରାଠୀଙ୍କ କାର ଜବତ କରିଛି । ହସ୍ପିଟାଲରେ ମଧ୍ୟ ପୋଲିସ ଟିମ୍ 2 ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ହତ୍ୟାକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣା ପୋଲିସ ସ୍ପେଶାଲ ଟାକ୍ସଫୋର୍ସ ଗଠନ କରି ଘଟଣାର ଆରମ୍ଭ କରିଛି । INLD ନେତା ଅଭୟ ଚୌତାଲା ନାଫେ ସିଂଙ୍କୁ କାହଁକି ପୂର୍ବରୁ ସୁରକ୍ଷା ମିଳିନଥିଲା ବୋଲି ପ୍ରଶ୍ନ କରିଛନ୍ତି ।