ଓଡିଶା

odisha

By ETV Bharat Odisha Team

Published : Mar 14, 2024, 4:00 PM IST

ETV Bharat / bharat

ପୂର୍ବତନ ଉତ୍ତର ପ୍ରଦେଶ ମନ୍ତ୍ରୀଙ୍କ ସମ୍ପର୍କୀୟ ଘରେ ED ରେଡ୍‌

ED is investigating property of Gayatri Prasad Prajapati close relative: ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଉତ୍ତର ପ୍ରଦେଶ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ସମ୍ପର୍କୀୟଙ୍କ ଘରେ ଇଡି ରେଡ । ଅଧିକ ପଢନ୍ତୁ

ପୂର୍ବତନ ଉତ୍ତର ପ୍ରଦେଶ ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ED ରେଡ୍‌
ପୂର୍ବତନ ଉତ୍ତର ପ୍ରଦେଶ ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ED ରେଡ୍‌

ଲକ୍ଷ୍ନୌ: ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ ସ୍କାନରରେ ଉତ୍ତର ପ୍ରଦେଶର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ସମ୍ପର୍କୀୟ । ଆଜି ଗାୟତ୍ରୀଙ୍କ ନିକଟତମ ସମ୍ପର୍କୀୟ କୁହାଯାଉଥିବା ଗୁଡ୍ଡା ଦେବୀଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍‌ ଚଢାଉ କରିଛି । ଗୁଡ୍ଡା ଦେବୀ କୋଟି କୋଟି ମୂଲ୍ୟର ସମ୍ପତ୍ତିର ମାଲିକାଣୀ ବୋଲି ମଧ୍ୟ କୁହାଯାଉଛି । ଗୁଡ୍ଡା କିଛି ବର୍ଷ ପୂର୍ବରୁ ଜଣେ ସାଧାରଣ ମହିଳା ଥିଲେ, କିନ୍ତୁ ଗାୟତ୍ରୀ ପ୍ରସାଦ ସମାଜବାଦୀ ପାର୍ଟିରୁ ବିଧାୟକ ହେବାପରେ ତାଙ୍କୁ ଅହେତୁକ ଅନୁକମ୍ପା ମିଳିଥିଲା । ସେ ଗାୟତ୍ରୀଙ୍କ ବ୍ୟବସାୟ ସାମ୍ରାଜ୍ୟ ସହ ଯୋଡି ହୋଇଥିଲେ । କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକାଣୀ ମଧ୍ୟ ହୋଇଥିଲେ । ଆଜି ସକାଳୁ ଆମେଠୀରେ ଥିବା ତାଙ୍କ ଘର ସମେତ ଅନ୍ୟ କିଛି ସ୍ଥାନରେ ଇଡି ଟିମ୍‌ ଚଢାଉ ଜାରି ରଖିଛି । ଜବତ ସମ୍ପତ୍ତି ସମ୍ପର୍କରେ ଅଧିକ କିଛି ତଦନ୍ତକାରୀ ସଂସ୍ଥା ସ୍ପଷ୍ଟ କରିନି । ଏବେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ସୂଚନା ରହିଛି ।

2012 ମସିହାରେ ସାମାଜବାଦୀ ପାର୍ଟି ଟିକେଟରେ ଗାୟତ୍ରୀ ପ୍ରସାଦ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିଚ ହୋଇଥିଲେ । ପରେ ସେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇଥିଲେ । ଏହି ସମୟରୁ ଗୁଡ୍ଡା ଦେବୀଙ୍କ ସମ୍ପତ୍ତିରେ ମଧ୍ୟ ଅହେତୁକ ବୃଦ୍ଧି ଘଟିଥିଲା । କିଛି ବର୍ଷ ପୂର୍ବରୁ ଅପରିଚିତ ଥିବା ଗୁଡ୍ଡା ଦେବୀ ହଠାତ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଥିଲେ । 2017ରେ ଗଣଦୁଷ୍କର୍ମ ମାମଲାରେ ଛନ୍ଦି ହୋଇ ଗାୟତ୍ରୀ ପ୍ରସାଦଙ୍କୁ ଜେଲ ଯିବାକୁ ପଡିଥିଲା । ଏହା ପରେ ବେଆଇନ ସମ୍ପତ୍ତି ମାମଲାର ତାଙ୍କ ସମ୍ପର୍କୀୟ କୁହାଯାଉଥିବା ଗୁଡ୍ଡା ଦେବୀଙ୍କୁ ତଦନ୍ତ ପରିସରକୁ ଆସିବାକୁ ପଡିଥିଲା ।

ଏହା ମଧ୍ୟ ପଢନ୍ତୁ :- ମେଣ୍ଟକୁ ନେଇ ବଢ଼ିଲା ଦ୍ବନ୍ଦ୍ବ: ମନମୋହନଙ୍କ ବଡ଼ ବୟାନ 'ଏକାକୀ ଲଢ଼ିବୁ, ସରକାର ଗଢ଼ିବୁ '

ଏବେ ତଦନ୍ତକାରୀ ସଂସ୍ଥାର ପ୍ରାଥମିକ ତଦନ୍ତ ଅନୁସାରେ, ଗୁଡ୍ଡା ଦେବୀଙ୍କ ନାମରେ ଲକ୍ଷ୍ନୌ, ମୁମ୍ବାଇ ପରି ସହର ସମେତ ଉତ୍ତର ପ୍ରଦେଶର ଅନ୍ୟ କିଛି ସ୍ଥାନରେ ଏକାଧିକ ସମ୍ପତ୍ତି ରହିଛି । ଆଜି ତାଙ୍କ ବାସଭବନରେ କେନ୍ଦ୍ରୀୟ ସଂସ୍ଥା ଚଢାଉ ଜାରି ରଖିଛି । କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସଂସ୍ଥା ପକ୍ଷରୁ କୌଣସି ସ୍ପଷ୍ଟୀକରଣ ରଖାଯାଇନଥିବା ବେଳେ ଗୁଡ୍ଡା ଦେବୀଙ୍କ ବୃଦ୍ଧା ମା’ ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । କିଛି ଅଧିକାରୀ ତାଙ୍କ ଝିଅଙ୍କ ବାସଭବନକୁ ଆସିଥିବା ସେ ସ୍ବୀକାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details