ଜୟପୁର: ବିଦେଶ ପଠାଇଦେବା କହି ବଡ଼ ଧରଣର ଲୁଟ୍ । ଏଭଳି ଲୁଟର ଶିକାର ହୋଇଛନ୍ତି ରାଜସ୍ଥାନ ଶ୍ରୀଗଙ୍ଗାନଗର ଜିଲ୍ଲାର ଶ୍ରୀକରଣପୁର ତହସିଲ ମାନକସର ଗାଁର ଯୁବକ କପିଲ ବଂଶଲ । କପିଲ ଏକ ରାସନ ଦୋକାନ ଚଳାଇ ରୋଜଗାର କରୁଥିବା ବେଳେ ତାଙ୍କଠାରୁ ୨୫ ଲକ୍ଷ ଟଙ୍କାର ଲୁଟ ହୋଇଛି। ଏ ନେଇ ସେ ବିଦ୍ୟୁତ ବିଭାଗରେ ଲାଇନମ୍ୟାନ୍ ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଯୁବକ ଜଣକ ଥାନାରେ ଅଭିଯୋଗ କରିଛନ୍ତି ।
କଣ ଥିଲା ଘଟଣା ? :-ଏ ନେଇ ପୋଲିସର ସୂଚନା ଅନୁସାରେ, ଲୁଟର ଶିକାର ହୋଇଥିବା ଯୁବକ କପିଲ ବଂଶଲ (୩୩) ଏକ ରାସନ ଦୋକାନ ଚଳାନ୍ତି । କପିଲ ନିଜ ଅଭିଯୋଗରେ କହିଛନ୍ତି ଯେ ତାଙ୍କ ଗାଁର ବାସିନ୍ଦା ବଲକାର ସିଂ ବିଦ୍ୟୁତ ବିଭାଗର ଜଣେ ଲାଇନମ୍ୟାନ କାମ କରୁଥିବା ବେଳେ ତାଙ୍କ ପତ୍ନୀ ପଦମପୁରରେ ଏକ କାର୍ଯ୍ୟାଳୟ ଖୋଲି ଯୁବକମାନଙ୍କୁ ବିଦେଶ ପଠାଇବା କାମ ଆରମ୍ଭ କରିଛନ୍ତି। ଗତ ୨୦୨୨ ଅକ୍ଟୋବରରେ, ବଲକାର ସିଂ ତାଙ୍କ ଦୋକାନକୁ ଆସି ତାଙ୍କୁ ବିଦେଶ ଯିବାକୁ କହିଥିଲେ । ସେ ବିଦେଶରେ ଭଲ ଟଙ୍କା ରୋଜଗାର କରିପାରିବେ ବୋଲି ବଲକାର ସିଂ କହିଥିଲେ । ସେ ତାଙ୍କୁ ନ୍ୟୁଜିଲାଣ୍ଡ ଭିସା ମଧ୍ୟ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଯେତେବେଳେ କପିଲ ବଂଶଲ ବିଦେଶ ଯିବାକୁ ରାଜି ହୋଇଥିଲେ, ବଲକାର ସିଂ ତାଙ୍କୁ ୩୦ ଲକ୍ଷ ଟଙ୍କା ମାଗିଥିଲେ ଏବଂ ଭିସା ପାଇବା ପୂର୍ବରୁ ୧୫ ଲକ୍ଷ ଟଙ୍କା ଓ ପରେ ବାକି ୧୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ ।
ଏହା ବି ପଢନ୍ତୁ- ଭବିଷ୍ୟତ କହିବା ଆଳରେ ମହିଳାଙ୍କଠୁ ଟଙ୍କା ସୁନା ଲୁଟି ଦୁର୍ବୃତ୍ତ ଛୁ'