ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / bharat

୪ ରାଶିଙ୍କ ଉପରୁ ହଟିବ ନକରାତ୍ମକ ପ୍ରଭାବ, ନବରାତ୍ରୀରେ ଦେବୀ ମା'ଙ୍କ କୃପାରୁ ହେବେ ମାଲାମାଲ - Navaratri Durga Puja Horoscope

Zodiac Signs To Get Maa Durga Bless: ଆଜିଠାରୁ ଆରମ୍ଭ ନବରାତ୍ରୀ । ୯ ଦିନ ଧରି ଦେବୀଙ୍କ ଆରାଧନା ହେବ । ଏହି ସମୟ ମଧ୍ୟରେ ୪ ରାଶିଙ୍କ ବାଗ୍ୟରେ ଚମତ୍କାର ହେବ । ପଢ଼ନ୍ତୁ କେଉଁ ରାଶି ପାଇଁ ନବରାତ୍ରୀ ଆଣିବ ସୁଖ ସମୃଦ୍ଧି ।

Zodiac Signs To Get Maa Durga Bless Navaratri
Zodiac Signs To Get Maa Durga Bless Navaratri (ETV Bharat Odisha)

ହାଇଦ୍ରାବାଦ: ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ରୀ । ୯ ଦିନ ଧରି ମା' ଦୁର୍ଗାଙ୍କର ବିଭିନ୍ନ ସ୍ଵରୂପ ପୂଜା କରାଯିବ । ବିଶ୍ବାସ କରାଯାଏ ଯେ, ନବରାତ୍ରୀର ୯ ଦିନ ଦେବୀ ମା' ପୃଥିବୀପୃଷ୍ଠରେ ଭ୍ରମଣ କରି ଭକ୍ତଙ୍କ ଦୁଃଖକଷ୍ଟ ଦୂର କରନ୍ତି । ମା' ଧରା ପୃଷ୍ଠରେ ଅବତରଣ କରୁଥିବାରୁ ବିଶ୍ବରେ ଥିବା ସମସ୍ତ ନକରାତ୍ମକ ଶକ୍ତିର ପ୍ରଭାବ ହ୍ରାସ ପାଇବ । ଫଳରେ ସାରା ବ୍ରହ୍ମାଣ୍ଡରେ ସକରାତ୍ମକ ଶକ୍ତି ବଡ଼ିବା ସହ ଅନେକ ରାଶିରେ ଏହାର ପ୍ରଭାବ ପଡ଼ିବ । ମା'ଙ୍କ କୃପାରୁ କିଛି ରାଶିରେ ବିଶେଷ ଉନ୍ନତି ଘଟିବା ସହ ଅର୍ଥ ଲାଭ ହେବ । ନବରାତ୍ରୀ ମଧ୍ୟରେ ୪ ରାଶି ଭାଗ୍ୟର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଆର୍ଥିକ ସମସ୍ୟା ଦୂର ହେବା ସହ ଆୟର ନୂଆ ଉତ୍ସ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ । ତେବେ ନବରାତ୍ରୀ ତେବେ କେଉଁ ରାଶି ପାଇଁ ଶୁଭ ଫଳ ଦେବ ଜାଣନ୍ତୁ..

Zodiac Signs To Get Maa Durga Bless (GEMINI)

ମିଥୁନ:ନବରାତ୍ରୀ ଆପଣଙ୍କୁ ଉପରେ ବିଶେଷ ପ୍ରଭାବ ପକାଇବ । ଦେବୀଙ୍କ ଆଶୀର୍ବାଦରୁ କରଜ ମୁକ୍ତ ହେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।ଅନ୍ୟପାଖରେ ଅଟକି ରହିଥିବା ଆପଣଙ୍କ ଟଙ୍କା ସୁଧମୂଳ ସହ ଫେରି ପାଇବେ । ସେଭିଂ କରିବେ । ଆର୍ଥକୁ ନେଇ ଅଟକି ରହିଥିବା ସଫଳତାର ସହ ଶେଷ କରିବେ । ନବରାତ୍ରୀର ୭ମ ଦିନ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ମିଳିବାର ଯୋଗ ରହିଛି । କର୍ମକ୍ଷେତ୍ରରେ ପଦୋନ୍ନତି ସହିତ ନିଜର ଦବଦବା ବୃଦ୍ଧି ପାଇବ । ବୋନସ ଆକାରରେ ଟଙ୍କା ପାଇପାରନ୍ତି । ଚାକିରି କରିଥିବା ବ୍ୟକ୍ତିମାନଙ୍କ ପଦୋନ୍ନତି ହେବାର ଅନେକ ସମ୍ଭାବନା ରହିଛି । ଆମଦାନୀ ବୃଦ୍ଧି । ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତି ନୂତନ ଡିଲ୍‌ ଚୁଡାନ୍ତ କରିବେ । ଯେଉଁଥିରୁ ଆପଣଙ୍କୁ ଅନେକ ଲାଭ ହେବ । ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ସହିତ ଜଡିତ ବଡ଼ ନିଷ୍ପତ୍ତି ନେବେ । ଯାହା ସବୁଦିନ ପାଇଁ ଆପଣଙ୍କ ଜୀବନରେ ପ୍ରଭାବ ପକାଇବ ।

Zodiac Signs To Get Maa Durga Bless (VIRGO)

କନ୍ୟା: ନବରାତ୍ରୀ ପରଠାରୁ ଆପଣଙ୍କ ଜୀବନେର ବଡ଼ ପରିବର୍ତ୍ତନ ଘଟିବ । କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସଙ୍କଟରୁ ମୁକ୍ତି ପାଇବେ । ନବରାତ୍ରୀର ୬ଷ୍ଠ ଦିନରେ ଆପଣଙ୍କୁ ଆକଷ୍ମିକ ଧନ ପ୍ରାପ୍ତ ହେବ । ପରିବାର କିମ୍ବା ସାଙ୍ଗମାଥୀମାନଙ୍କ ପାଖରୁ ଏକ ମୂଲ୍ୟବାନ ଉପହାର ପାଇପାରନ୍ତି । ଟଙ୍କା ରୋଜଗାର କରିବାର ନୂଆ ସୁଯୋଗ ପାଇବେ । ଚାରିକିକୁ ନେଇ ଲାଗି ରହିଥିବା ଚିନ୍ତି ଦୂର ହେବ । କ୍ୟାରିୟର କ୍ଷେତ୍ରରେ ଚାପ ଅନୁଭବ କରୁଥିଲେ ସେଥିରୁ ମୁକ୍ତି ପାଇବେ । ଆପଣଙ୍କ ଉପରେ ଦେବୀ ଦୁର୍ଗାଙ୍କ ଅଶେଷ କୃପାଲାଭ ହେବ । ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ । ପୈତୃକ ସମ୍ପତ୍ତିରୁ ଆର୍ଥିକ ଭାବରେ ଉପକୃତ ହେବେ । ଦୀର୍ଘ ବିଚାରାଧୀନ କାର୍ଯ୍ୟ ସଫଳ ହେବ ।

Zodiac Signs To Get Maa Durga Bless (SAGITTARIUS)

ଧନୁ:ଆପଣଙ୍କ ରାଶିରେ ଗ୍ରହ ଚଳନ ଦୃଢ଼ ରହିଥିବାରୁ ଆମଣ ଶକ୍ତିଶାଳୀ ଅନୁଭବ କରିବେ । ନବରାତ୍ରୀରେ ନୂତନ ବ୍ୟବସାୟ ଆରମ୍ଭ କରିବେ । ମହାଷ୍ଟମୀରେ ଆପଣଙ୍କୁ ଏକ ମୂଲ୍ୟବାନ ଧାତୁ ମିଳିପାରେ । ଋଣ ଦେଇଥିବା ଟଙ୍କା ସହଜରେ ଆପଣଙ୍କ ପକେଟକୁ ଫେରିବ । ଆପଣଙ୍କ ଗୃହରେ ପୂର୍ବ-ଦକ୍ଷିଣ ଦିଗରେ ରହୁଥିବା କୌଣସି ବନ୍ଧୁଙ୍କ ସହାୟତା ପାଇଁ ଆଗକୁ ବଢ଼ିବେ । ଅଯଥା ଖର୍ଚ୍ଚ ରୋକିବାକୁ ସକ୍ଷମ ହେବେ । ଫଳରେ ଆପଣ ସେଭିଂ କରିପାରିବେ । ନିବେଶରୁ ଲାଭବାନ ହେବ । ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଚାକିରିରେ ପ୍ରମୋସନ ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତି କରିବେ । ସରକାରୀ ଯୋଜନାରୁ ଲାଭ ପାଇବେ । ସହକର୍ମୀମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ । ଘରେ ଲାଗିରହିଥିବା ପାରିବାରିକ ସମସ୍ୟାର ସମାଧାନ ହେବ ।

Zodiac Signs To Get Maa Durga Bless (PISCES)

ମୀନ:ନବରାତ୍ରୀରେ ମା' ମହିଷାମର୍ଦ୍ଦିନୀଙ୍କ କୃପାରୁ ମୀନ ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ । ନବମୀ ଦିନ ଆପଣଙ୍କୁ ଏକ ବଡ଼ ଖୁସି ଖବର ପ୍ରାପ୍ତ ହେବ । ଏହା ଚାକିରି ପାଇଁ ଆଶାୟୀଥିବା ବ୍ୟକ୍ତିଙ୍କ ପାଇଁ ଚାକିରି ସୁଯୋଗ ହୋଇପାରେ ଏବଂ ବ୍ୟବସାୟୀଙ୍କୁ ବଡ଼ ଚୁକ୍ତି ସ୍ବାକ୍ଷର କରିବାର ହୋଇପାରେ । ବହୁଦିନ ଧରି ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ । ଆପଣଙ୍କ ଭାଗ୍ୟର ସମର୍ଥନ ରହିବ । ଯେଉଁ କାର୍ଯ୍ୟରେ ହାତ ଦେବେ ସବୁଥିରେ ସଫଳତା ପାଇବେ । ସନ୍ତାନସନ୍ତତିଙ୍କ ପକ୍ଷରୁ ଖୁସି ଖବର ମିଳିପାରେ । ରୋଜଗାର କରିବାର ନୂତ ଉତ୍ସ ଆପଣଙ୍କୁ ଦେଖାଯିବ । ଦାମୀ ଜିନିଷ ଘରକୁ ଆଣିବେ । ବିଶେଷ କରି ନୂଆ ଯାନବାହାନ କିଣିବା ଭଲ ରହିବ । ବୈବାହିକ ଓ ପାରିବାରିକ ଜୀବନ ଖୁସିର ଲହରୀ ଦେଖାଦେବ । ପରିବାର ସମ୍ପତ୍ତି ସହ ଜଡିତ ଖିବା ବିବାଦର ସମାଧାନ ହେବ ।

ABOUT THE AUTHOR

...view details