ପାଟନା: ପବିତ୍ର ଗଙ୍ଗା ଦଶହରାରେ ଘଟିଛି ବଡ ଅଘଟଣ । ବିହାରରେ ଗଙ୍ଗା ନଦୀରେ ବୁଡ ପକାଇ ୪ ଜଣ ନିଖୋଜ ହୋଇଛନ୍ତି । ବିହାରର ଆରା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଅଘଟଣା । ବିହାର ଓ ୟୁପିର ସୀମାବର୍ତ୍ତୀ କ୍ଷେତ୍ର ଶିବପୁର ଗଙ୍ଗା ଘାଟ ନିକଟରେ ଘଟିଛି ଏହି ଅଘଟଣ । ସମସ୍ତ ନିଖୋଜ ଲୋକ ବିହିୟା ଥାନା ଅନ୍ତର୍ଗତ ଖରୋନି ଗାଁରେ ବସବାସ କରୁଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଏସ୍ଡିଆରଏଫର ଟିମ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଖୋଜ ଥିବା ୪ ଜଣ ବ୍ୟକ୍ତିଙ୍କ ସନ୍ଧାନ କାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁସାରେ ଆଜି ସକାଳୁ ଗଙ୍ଗା ଦଶହରା ଅବସରରେ ବରୋହନପୁର ଥାନା ଅନ୍ତର୍ଗତ ଶିବପୁର ଗଙ୍ଗା ଘାଟରେ ଶ୍ରଦ୍ଧାଳୁମାନଙ୍କର ଭିଡ ଜମିଥିଲା । ଶତାଧିକ ଲୋକ ଗଙ୍ଗାରେ ବୁଡ ପକାଇ ସ୍ନାନ କରିଥିଲେ । ଏହି ସମୟରେ ୪ ଜଣ ଲୋକ ବୁଡିଯିବା ଖବର ବ୍ୟାପିବା ମାତ୍ରେ ସେଠାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ ...ଅଧା ରହିଗଲା ଡାକ୍ତର ସ୍ବପ୍ନ, କନ୍ୟାକୁମାରୀରେ ବୁଡି 5 ମେଡିକାଲ ଛାତ୍ରଛାତ୍ରୀଙ୍କ ମୃତ - Medical Students Death