ଓଡିଶା

odisha

ETV Bharat / bharat

ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାରତରତ୍ନ - Bharat Ratna to Karpoori Thakur

Former Bihar cm Karpoori Thakur to be awarded Bharat Ratna posthumously: ମରଣୋତ୍ତର ଭାରତରତ୍ନରେ ସାମ୍ମାନିତ ହେବେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର । ସାଧାରଣତନ୍ତ୍ର ଦିବସ ପୂର୍ବରୁ କେନ୍ଦ୍ରର ନିଷ୍ପତ୍ତି । ଅଧିକ ପଢନ୍ତୁ

ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରୋଣତ୍ତର ଭାରତରତ୍ନ
ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରୋଣତ୍ତର ଭାରତରତ୍ନ

By ETV Bharat Odisha Team

Published : Jan 23, 2024, 8:50 PM IST

Updated : Jan 23, 2024, 9:58 PM IST

ନୂଆଦିଲ୍ଲୀ:ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ମରଣୋତ୍ତର ଭାବେ ଦେଶର ସର୍ବାଚ୍ଚ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ ହେବେ । 75ତମ ସାଧାରଣତନ୍ତ୍ର ଦିବସ 2 ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା ସାମ୍ନାକୁ ଆସିଛି । କର୍ପୁରୀ ଠାକୁର ବରିଷ୍ଠ ରାଜନେତା ସହ ଜଣେ ପ୍ରଖ୍ୟାତ ସମାଜ ସଂସ୍କାରକ ମଧ୍ୟ ଥିଲେ । ବିହାରର ଥରେ ଉପମୁଖ୍ଯମନ୍ତ୍ରୀ ଓ 2 ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଏହି ଭେଟେରାନ ସାମାଜବାଦୀ ରାଜନେତା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଉତ୍ଥାନ ପାଇଁ ସାମାଜିକ ଆନ୍ଦୋଳନ ଆରମ୍ଭ କରିଥିଲେ । 1977 ରୁ 1979 ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଙ୍ଗେରୀ ଲାଲ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରି ସେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) କୁ ସଂରକ୍ଷଣ ସୁବିଧା ଦେଇଥିଲେ ।

ବିହାର ରାଜନୀତିରେ ବେଶ ଚର୍ଚ୍ଚିତ ଥିବା କର୍ପୂରୀ ପ୍ରଥମ କରି ସ୍ବାଧୀନତା ପରବର୍ତ୍ତୀ ସମୟରେ ବିହାରରେ ହୋଇଥିବା ପ୍ରଥମ ବିଧାନସଭା ନିର୍ବାଚନ ମାଧ୍ୟମରେ ସକ୍ରିୟ ରାଜନୀତି ଆରମ୍ଭ କରିଥିଲେ । 1952 ରେ ସେ ବିହାର ବିଧାନସଭାକୁ ନିର୍ବାଚିତ ହେବା ପରେ ରାଜନୀତିରେ ଲମ୍ବା ସମୟ ଧରି ସକ୍ରିୟ ରହିଥିଲେ । ସେ ଥରେ ଉପମୁଖ୍ୟମନ୍ତ୍ରୀ ଓ ଦୁଇ ଥର ବିହାରର ମୁହୋଇଥିଲେ । ସେ କେବେ ନିର୍ବାଚନ ହାରି ନଥିବା ବେଳେ ବିରୋଧୀ ଦଳ ନେତା ଭାବେ ଦାୟିତ୍ବ ତୁଲାଇଥିଲେ । ନିଜ ଶାସନ ଓ ରାଜନୈତିକ ଜୀବନରେ ସେ ଅନ୍ୟାନ୍ୟ ପଛୁଆ ବର୍ଗର ଉତ୍ଥାନ ପାଇଁ ଲଢେଇ ଲଢିବା ସହ ନିଜ କ୍ଷମତାକାଳରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଲାଗୁ କରିଥିଲେ । 1924 ଜାନୁଆରୀ 24 ରେ ଜନ୍ମଗ୍ରହଣ କରିଥିବା କର୍ପୁରୀଙ୍କର 1988 ଫେବୃଆରୀ 17 ରେ ଦେହାନ୍ତ ହୋଇଥିଲା । ସମାଜବାଦୀ ଚିନ୍ତାଧାରା ଓ ଦଳିତଙ୍କ ସାମାଜିକ ଉତ୍ଥାନ ପାଇଁ ବରିଷ୍ଠ ଅବଦାନ ଦେଇଥିବା କର୍ପୂରୀଙ୍କୁ ‘ଜନନାୟକ’ ବୋଲି ମଧ୍ୟ କୁହାଯାଏ ।

ଏହା ମଧ୍ୟ ପଢନ୍ତୁ :- 5ବର୍ଷରେ ଭାରତ ହେବ ଆଧୁନିକ ଅପରାଧିକ ନ୍ୟାୟ ବ୍ୟବସ୍ଥାର ଦେଶ: ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ଆନନ୍ଦ ପ୍ରକାଶ କରିବା ସହ ଟ୍ବିଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘‘ ମୁଁ ଖୁସି ଯେ ଭାରତ ସରକାର ମହାନ ସାମାଜିକ ନ୍ୟାୟର ଆଇକନ କର୍ପୂରୀ ଠାକୁରଜୀଙ୍କୁ ‘ଭାରତରତ୍ନ’ ସମ୍ମାନ ସହ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବା ଅବସରରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବା ଅତି ଆନନ୍ଦର ବିଷୟ । ଦଳିତଙ୍କ ଉନ୍ନତି ପାଇଁ ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଭାରତର ସାମାଜିକ-ରାଜନୈତିକ ଦୃଶ୍ୟପଟରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛି । ଏହି ସମ୍ମାନ କେବଳ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ନୁହେଁ ବରଂ ଏକ ନ୍ୟାୟପୂର୍ଣ୍ଣ ତଥା ସମତା-ସମାଜ ଗଠନ କରିବାର ମିଶନ ଜାରି ରଖିବା ପାଇଁ ଆମକୁ ପ୍ରେରଣା ଯୋଗାଇବ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 23, 2024, 9:58 PM IST

ABOUT THE AUTHOR

...view details