ଓଡିଶା

odisha

ETV Bharat / bharat

କାସଗଞ୍ଜ ଟ୍ରାଜେଡି: 24 ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର 5 ସଦସ୍ୟ - Uttarpradesh Accident

Kasganj Accident: କାସଗଞ୍ଜ ଟ୍ରାଜେଡିକୁ ନେଇ ଆସିଛି ଆଉ ଏକ ଦୁଃଖଦ ଖବର । ଦୁର୍ଘଟଣାରେ 24 ଜଣ ପ୍ରାଣ ହରାଇଥିବାବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରର ରହିଛନ୍ତି 5 ଜଣ । ଅଧିକ ପଢନ୍ତୁ

କାସଗଞ୍ଜ ଟ୍ରାଜେଡି
କାସଗଞ୍ଜ ଟ୍ରାଜେଡି

By ETV Bharat Odisha Team

Published : Feb 25, 2024, 2:16 PM IST

ଲକ୍ଷ୍ନୌ:କାସଗଞ୍ଜ ଟ୍ରାଜେଡିକୁ ନେଇ ଆସିଛି ଆଉ ଏକ ଦୁଃଖଦ ଖବର । ମୃତକଙ୍କ ମଧ୍ୟରେ ରହିଛନ୍ତି ଗୋଟିଏ ପରିବାରର 5 ଜଣ । ଯେଉଁମାନେ ନିଜ ପିଲାର ମୁଣ୍ଡନ କରିବା ପାଇଁ ଯାଉଥିଲେ । ଏକ ଧାର୍ମିକ କାର୍ଯ୍ୟ ପାଇଁ ଯାଉଥିବା ଏହି ପରିବାର ଉପରେ ଘୋଟି ଆସିଥିଲା ଦୁଃଖର କଳାବାଦଲ । କାସଗଞ୍ଜ ଟ୍ରାଜେଡିକୁ ନେଇ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ଜଣେ ମହିଳାଙ୍କ କହିବା ଅନୁସାରେ,ତାଙ୍କ ପୁତୁରା ଶିବମର ପରିବାର ଲୋକେ ଗୋଟିଏ ଛୋଟ ପିଲାର ମୁଣ୍ଡନ ପାଇଁ ଯାତ୍ରା କରୁଥିଲେ। ହେଲେ ଦୁଃଖର ବିଷୟ ହେଉଛି ଏହି ଦୁର୍ଘଟଣାରେ ଶିବଙ୍କ ସମେତ ଜୀବନ ଚାଲିଯାଇଛି । ଏହାସହ ମୃତକ 24 ଜଣଙ୍କ ମଧ୍ୟରେ କେବଳ ଶିବମଙ୍କ ପରିବାରର 5 ସଦସ୍ୟ ରହିଛନ୍ତି । ଏହାସହ ଶିବମଙ୍କ ପୁଅ ଆର୍ଯ୍ୟନ, ଅନୁଭବ ଓ ଶିବମଙ୍କ ଭାଇ ପ୍ରାଂଶୁ ଏବଂ ସମ୍ପର୍କୀୟଙ୍କ ଝିଅ ମୋନିକା ଗୁରୁତର ରହିଛନ୍ତି ।

ଗତକାଲି (ଶନିବାର) ପୂର୍ଣ୍ଣମୀ ଅବସରରେ ଗଙ୍ଗାରେ ବୁଡ଼ ପକାଇବା ପାଇଁ ଯାଉଥିବାବେଳେ ପୋଖରୀକୁ ଖସି ପଡିଥିଲା ଟ୍ରାକ୍ଟର । ଉତ୍ତରପ୍ରଦେଶର କାସଗଞ୍ଜରେ ଏଭଳି ଦୁର୍ଘଟଣା ଘଟିଥିଲା । ଫଳରେ 24 ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ 13ଜଣ ଛୋଟ ପିଲା ରହିଥିବାବେଳେ 8 ଜଣ ମହିଳା ଏବଂ ଜଣେ ପୁରୁଷ ଥିବା ଜଣାପଡ଼ିଛି । ଗୁରୁତର ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ଏହା ବି ପଢନ୍ତୁ...ଅଧାରେ ରହିଲା ଗଙ୍ଗା ସ୍ନାନ: ପୋଖରୀକୁ ଖସିଲା ଟ୍ରାକ୍ଟର, 24 ମୃତ

ସୂଚନା ଅନୁସାରେ, ଜୈଥରା ଥାନା କ୍ଷେତ୍ରରେ ଛୋଟେ କସ ଗ୍ରାମର ଲୋକମାନେ କାସଗଞ୍ଜର ପଟିୟାଲୀ ତହସିଲ କ୍ଷେତ୍ରରେ କାଦରହଗଞ୍ଜ ଘାଟକୁ ଏକ ଟ୍ରକ ଯୋଗେ ଯାଉଥିଲେ । ପୂର୍ଣ୍ଣମା ରହିଥିବା ଯୋଗୁଁ ଗ୍ରାମର ପ୍ରାୟ 35ରୁ 40 ମହିଳାମାନେ ଛୁଆଙ୍କୁ ଧରି ବୁଡ ପକାଇବା ବାହାରିଥିଲେ । ହେଲେ ରାସ୍ତାରେ ଅନ୍ୟ ଏକ ଯାନ ସାମ୍ନାକୁ ଆସିଯାଇଥିଲା । ଗାଡିଆ ନିକଟରେ ଏକ ଯାନ ସହିତ ଧକ୍କାକୁ ବଞ୍ଚାଇବାକୁ ଯାଇ ନିୟନ୍ତ୍ରଣ ହରାଇ ପୋଖରୀକୁ ଖସି ପଡିଥିଲା ଟ୍ରକ । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା । କାନ୍ଦ ବୋବାଳିରେ ଫାଟି ପଡିଥିଲା ପୁରା ପରିବେଶ । ଏହି ଟ୍ରାଜେଡିରେ ଗୋଟିଏ ପରିବାରର 5 ଜଣ ଥିବାବେଳେ ପରିବାର ସମେତ ସମଗ୍ର ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।

ABOUT THE AUTHOR

...view details