ଓଡିଶା

odisha

ହ୍ବାଟ୍ସଆପରୁ ଫଟୋ ଡିଲିଟ କରିବା ପଡିଲା ପହଙ୍ଗା, ଦୁଇଜଣଙ୍କୁ ନିର୍ମମ ହତ୍ୟା - Double Murder In Kadthal Villa

By ETV Bharat Odisha Team

Published : Jun 7, 2024, 3:34 PM IST

Two People Murder in RangaReddy: ହ୍ବାଟ୍ସଅପରୁ ଫଟୋ ଡିଲିଟ କରିବାରୁ ଦୁଇଜଣଙ୍କୁ ନିର୍ମମ ହତ୍ୟା । ଷଡ଼ଯନ୍ତ୍ର କରି ଜଣେ ବିଜେପି କର୍ମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Two People Murder in Ranga Reddy
Two People Murder in Ranga Reddy (ETV Bharat Odisha)

ହାଇଦ୍ରାବାଦ: ହ୍ବାଟ୍ସଅପଗ୍ରୁପ ଏବଂ ବ୍ୟକ୍ତିଗତ କଳହ ଯୋଗୁଁ ଗଡିଲା ଦୁଇ ମୁଣ୍ଡ । ଦୁଇଜଣ ଯୁବକଙ୍କୁ ହତ୍ୟା କରିବା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ବୁଧବାର ରାତିରେ ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡି ଜିଲ୍ଲାର କଟଦାଲ ସ୍ଥିତ ଭିଲ୍ଲାରୁ ଏହି ଘଟଣା ସାମ୍ନାକୁ ଆସିଛି । ଦୁଇ ମୃତକ ହେଲେ ଶେଶୁଗାରୀ ଶିବ ଗୌଡ(27), ଗଣ୍ଡେମଣି ଶିବଗୌଡ(25) । ତେବେ ଏହି ଘଟଣାରେ ଥାନାରେ ଏକ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି 6 ଜଣଙ୍କୁ ଗିରଫ କରିଛି । ମୃତକଙ୍କ ପରିବାର କଟଦାଲ ଥାନାରେ ପହଞ୍ଚି ମାମଲା ଦାୟର କରିବା ସହିତ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ହାଇଦ୍ରାବାଦ-ଶ୍ରୀଶୈଲମ ରାସ୍ତା ଅବରୋଧ କରିଥିଲେ ।

କଣ କହୁଛି ପୋଲିସ: ଶେଶୁଗାରୀ ଶିବ ଗୌଡ କଟଦାଲ ଅନ୍ତର୍ଗତ ଗୋବିନ୍ଦୟୋପାଲିରେ କାର୍ ଡ୍ରାଇଭର ଭାବେ କାମ କରୁଥିଲେ । ଅନ୍ୟପଟେ ଗଣ୍ଡେମଣି ଶିବଗୌଡ ହାଇଦ୍ରାବାଦର ଏକ ଚିକେନ ଦୋକାନରେ କାମ କରୁଥିଲେ । ତେବେ ସମୟ ବାହାର କରି ସେମାନେ ଘରକୁ ଯାଉଥିଲେ । ଏହି ଦୁଇଜଙ୍କର ସ୍ଥାନୀୟ ବିଜେପି ନେତା ଜଲକାମ ରବି ଏବଂ କିଛି ବ୍ୟକ୍ତିଙ୍କ ସହିତ ବ୍ୟକ୍ତିଗତ ଶତ୍ରୁତା ରହିଥିଲା । ଜଲକାମ ରବି ଜଣେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ । ସେ ବ୍ୟବସାୟ କରିବା ପାଇଁ କଟଦାଲରେ ଟରଫ୍ଲାଇ ସିଟିରେ ଏକ ଭିଲ୍ଲା ଭଡାରେ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ:Double Murder in Hyderabad: ସ୍ତ୍ରୀକୁ କଟୁରୀରେ ହାଣିବା ପରେ ୪୦ ଦିନର ପୁଅକୁ ପାଣିରେ ଫିଙ୍ଗିଲା

ଗତ ଜୁନ 4ରେ ରବିଙ୍କର ଜନ୍ମଦିନ ଥିବାରୁ ସ୍ଥାନୀୟ ବିଜେପି କର୍ମୀଙ୍କ ସହିତ ସାଙ୍ଗମାନେ ମିଶି ଭିଲ୍ଲାରେ ସେଲିବ୍ରେସନ କରିଥିଲେ । ହ୍ବାଟ୍ସଆପ ଗ୍ରୁପରେ ଉତ୍ସବର ଫଟୋ ଏବଂ ନାମ ପୋଷ୍ଟ କରାଯାଇଥିଲା । ତେବେ ଉକ୍ତ ହ୍ବାଟ୍ସଆପ ଗ୍ରୁପର ଆଡମିନ ଥିଲେ ଗଣ୍ଡେମଣି ଶିବଗୌଡ ଏବଂ ଶେଶୁଗାରୀ ଶିବ ଗୌଡ । ତେବେ ଦୁହେଁ ଉକ୍ତ ଫଟୋକୁ ଡିଲିଟ କରିଦେଇଥିଲେ । ତେବେ ରବିଙ୍କର ଦୁହିଁଙ୍କ ସହିତ ପୂର୍ବରୁ ଶତ୍ରୁତା ରହିଥିବା ବେଳେ ଏହି ଘଟଣାକୁ ନେଇ ଆହୁରି କ୍ରୋଧିତ ହୋଇଥିଲେ । ଏହାପରେ ସେ ନିଜ ସହକର୍ମୀଙ୍କ ସହିତ ମିଶି ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଏକ ଯୋଜନାକରି ଉଭୟଙ୍କୁ ହାଇଦ୍ରାବାଦରୁ କଟଦାଲ ସ୍ଥିତ ଭିଲ୍ଲାକୁ ଆଣିଥିଲେ ।

ଛୁରୀ ଭୁସି ହତ୍ୟା:ଭିଲ୍ଲାରେ ସମସ୍ତେ ମିଶି ମଦ୍ୟପାନ କରିଥିଲେ । ମଦ୍ୟପାନ କରୁଥିବା ସମୟରେ ହ୍ବାଟ୍ସଆପରୁ ଫଟୋ ଡିଲିଟ କଥା ଉଠିଥିଲା । ଏହାକୁ ନେଇ ସମସ୍ତଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଏହାପରେ ଯୋଜନା ଅନୁସାରେ ଦୁଇ ଜଣଙ୍କୁ ହତ୍ୟା କରିଥିଲେ । ତେବେ ଭାଇ ଘରକୁ ନଆସିବା କାରଣରୁ ଖୋଜାଖୋଜି କରିବା ସମୟରେ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ମିଳିଥିଲା । ଏହାପରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଏକ ମାମଲା ରୁଜୁ କରି 6ଜଣଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details