ରାୟପୁର:ଛତିଶଗଡରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରହିଥିବା ବେଳେ ଆଜି ପୁଣି ବସ୍ତର ଡିଭିଜନର ସୁକମାରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଏହଂ ସୁରକ୍ଷାକର୍ମୀ । ସକାଳେ ପ୍ରଥମେ ସୁରକ୍ଷା କର୍ମୀ ଏବଂ ଡିଆରଜି ଯବାନଙ୍କ ମଧ୍ୟରେ ଟେଟରାଇ ତୋଲନାଇ ଜଙ୍ଗଲରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ତେବେ ଏହି ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଡିଆରଜି(ଜିଲ୍ଲା ରିଜର୍ଭ ଗାର୍ଡ) ଯବାନଙ୍କ ଗୁଳିରେ ଜଣେ ନକ୍ସଲ ଟଳି ପଡିଥିବା ଜଣାପଡିଛି । ତେବେ ଡିଆରଜି ଯବାନଙ୍କ ଏନକାଉଣ୍ଟରକୁ ନେଇ ନକ୍ସଲମାନେ ଜଙ୍ଗଲ ଛାଡି ପଳାଇଥିଲେ । ତେବେ ବର୍ତ୍ତମାନ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଏନେଇ ସୁକମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, "ଶୁକ୍ରବାର ରାତିରେ ନକ୍ସଲମାନେ ଟେଟରାଇ ତୋଲନାଇ ଜଙ୍ଗଲରେ ରହିଥିବା ନେଇ ସୂଚନା ମିଳିଥିଲା । ଏହାପରେ ସଙ୍ଗେସଙ୍ଗେ ଡିଆରଜି ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ଏନକାଉଣ୍ଟରରେ ଯବାନମାନଙ୍କ ଗୁଳିରେ ଜଣେ ନକ୍ସଲଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ତେବେ ଅନକାଉଣ୍ଟର ଶେଷ ହେବା ପରେ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ମୃତଦେହ ନିକଟରୁ ଗୋଟିଏ ବନ୍ଧୁକ ଏବଂ ଅନେକ ବିସ୍ଫୋଟକ ଜବତ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।"