ଓଡିଶା

odisha

ETV Bharat / bharat

ସଂସଦରେ ପ୍ରବାସୀ ଝଡ଼: ରାଜ୍ୟସଭାରେ ଜୟଶଙ୍କରଙ୍କ ବିବୃତି, ‘ନୂଆ କଥା ନୁହେଁ’ - JAISHANKAR ON DEPORTATION

ଆମେରିକାରୁ ନିର୍ବାସିତ ଭାରତୀୟଙ୍କୁ ଫେରାଇ ଦିଆଯିବା ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ବିବୃତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ । କୌଣସି ନୂଆ କଥା ନୁହେଁ । ପୂର୍ବରୁ ଆସିଛନ୍ତି ପ୍ରବାସୀ ।

Jaishankar On Deportation Of Indians From US
Jaishankar On Deportation Of Indians From US (ETV Bharat)

By ETV Bharat Odisha Team

Published : Feb 6, 2025, 5:11 PM IST

ନୂଆଦିଲ୍ଲୀ:ସଂସଦରେ ପ୍ରବାସୀ ଭାରତୀୟ ଝଡ । ଆମେରିକାରୁ ଭାରତୀୟଙ୍କୁ ଫେରାଇ ଦିଆଯିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଭାରତ ସହ ଆମେରିକା ସମ୍ପର୍କକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଏ ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ବିବୃତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ବୈଦେଶିକ ମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ଏହି କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଯେଉଁ ଲୋକମାନେ ବେଆଇନ ଭାବେ କୌଣସି ଦେଶରେ ରହୁଥିବା ମିଳନ୍ତି ସେମାନଙ୍କୁ ଦେଶକୁ ପଠାଇ ଦିଆଯାଏ । ଏହା ମଧ୍ୟ ଜଣାଇ ଦେବାକୁ ଚାହୁଁଛି ମୋବିଲିଟି ଓ ମାଇଗ୍ରେସନ କୌଣସି ଦେଶକୁ ଆଗକୁ ବଢାଇବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।

ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବିବୃତ୍ତିରେ କହିଛନ୍ତି,‘ ଗୋଟିଏ ଦେଶ ହିସାବରେ ଆମେ ଲିଗାଲ ମୋବିଲିଟି(ଆଇନଗତ ଭାବେ କୌଣସି ଦେଶର ନାଗରିକ ଅନ୍ୟ ଦେଶକୁ ଯିବା)କୁ ଅଗ୍ରାଧିକାର ଦିଆଯାଏ । ଅବୈଧ ଭାବେ ଯାଉଥିବା ନାଗରିକଙ୍କ ଏହି କାର୍ଯ୍ୟକୁ ପ୍ରୋତ୍ସାହନ କରାଯାଏ ନାହିଁ । ଆମ ଦେଶର ଯେଉଁ ନାଗରିକ ଅବୈଧ ଭାବେ ଅନ୍ୟ ଦେଶକୁ ଯାଇଛନ୍ତି, ସେମାନେ ତାଙ୍କ ଦେଶର ଆଇନ ହିସାବରେ ସେମାନଙ୍କୁ ଧରି ପଠାଇ ଦେଇଛନ୍ତି । ଏହି ପ୍ରକ୍ରିୟା କୌଣସି ନୂଆ ନୁହେଁ ।’

କେଉଁ ବର୍ଷ କେତେ ଆସିଛନ୍ତି
2009 734
2010 799
2011 597
2012 530
2013 515
2014 591
2015 708
2016 1303
2017 1024
2018 1180
2019 2042
2020 1889
2021 805
2022 862
2023 617
2024 1368
2025 104

2009ରୁ ଚାଲିଆସିଛି ପ୍ରକ୍ରିୟା:

ବୈଦେଶିକ ମନ୍ତ୍ରୀ ସଂସଦରେ ଆହୁରି କହିଛନ୍ତି, ‘କୌଣସି ଭାରତୀୟ ଯେ କୌଣସି ଦେଶରେ ଅବୈଧ ଭାବେ ରହିଆସୁଛନ୍ତି ସେମାନଙ୍କୁ ସ୍ବଦେଶ ପଠାଇବା ପ୍ରକ୍ରିୟା 2009 ମସିହାରୁ ଚାଲି ଆସିଛି । ଯେବେ କି ଲୋକଙ୍କୁ ବିମାନରେ ପଠାଇବା ପ୍ରକ୍ରିୟା 2012 ମସିହାରୁ ଚାଲିଆସିଛି । ଏହି ପ୍ରକ୍ରିୟାରେ କିଛି ବି ନୂଆ ନାହିଁ ।

ନିୟମ ଅନୁସାରେ ପଠାଯାଇଛି ପ୍ରବାସୀଙ୍କୁ:

ବୈଦେଶିକ ମନ୍ତ୍ରୀ ସଂସଦରେ ଆହୁରି କହିଛନ୍ତି, ‘ସାଂସଦଙ୍କୁ ଜାଣିବା ଉଚିତ୍‌ ଏହା କୌଣସି ନୂଆ କଥା ନୁହେଁ, ଏହା ପୂର୍ବରୁ ବି ଏହା ହେଉଛି । 2009ରେ 734 ପ୍ରବାସୀଙ୍କୁ ପଠାଯାଇଥିଲା । ଏହି ପରି ଭାବେ ପ୍ରତିବର୍ଷ ଶହ ଶହ ଲୋକେ ଫେରୁଛନ୍ତି । ପ୍ରତ୍ୟେକ ଦେଶରେ ନାଗରିକତାର ଯାଞ୍ଚ ହୁଏ । 2012ରୁ ସେନା ବିମାନରେ ପଠାଇବା ନିୟମ ଲାଗୁ ହୋଇଛି । ଏହାକୁ ନେଇ କୌଣସି ଭେଦଭାଦ ହୁଏ ନାହିଁ । ଅବୈଧ ପ୍ରବାସୀ ଫସିଥିଲେ । ସେମାନଙ୍କୁ ଆଣିବାର ଥିଲା ।’

ଏହା ମଧ୍ୟ ପଢନ୍ତୁ:

104 ନିର୍ବାସିତ ଭାରତୀୟଙ୍କୁ ନେଇ ଅମ୍ରିତସରରେ ପହଞ୍ଚିଲା ଆମେରିକା ଯୁଦ୍ଧ ବିମାନ

ଆମେରିକା ଯିବାକୁ ଗଳାବାଟ: ଯେଉଁଠି ଛକିଥାଏ ଯମ! 'ଡଙ୍କି ରୁଟ୍'ର ଅକୁହା କଥା...

ଭାରତ ଫେରିଲେ 104 ପ୍ରବାସୀ:

ଆମେରିକାରେ ବେଆଇନ ଭାବେ ରହୁଥିବା 104 ପ୍ରବାସୀ ଭାରତୀୟଙ୍କୁ ଗତକାଲି ପଞ୍ଜାବର ଅମୃତସହରରେ ପହଞ୍ଚିଛନ୍ତି । ଆମେରିକା ବାୟୁସେନା ଯୋଗେ ସେମାନେ ଆସି ପହଞ୍ଚିଥିଲେ । ସେମାନଙ୍କୁ ଅତି ନିଷ୍ଠୁର ଭାବେ ପଠାଯାଇଥିବା ନେଇ କହିଥିଲେ । ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଜି ଏ ପ୍ରସଙ୍ଗରେ ସଂସଦରେ ଉଠିଥିଲା । ମୋଦି ସରକାରଙ୍କ ସମ୍ପର୍କକୁ ନେଇ ଗୃହରେ ବିକ୍ଷୋଭ କରିଥିଲେ ବିରୋଧୀ । ଏହି ପ୍ରସଙ୍ଗରେ ଆଜି ଗୃହରେ ବିବୃତ୍ତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ।

ABOUT THE AUTHOR

...view details